ETV Bharat / state

ଲକଡାଉନ ସତ୍ତ୍ବେ ଆଦାୟ ହେଉଛି ଟୋଲ ଫି

କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଟୋଲ ଆଦାୟ ହେବନାହିଁ ବୋଲି ଘୋଷଣା କରିବା ସତ୍ତ୍ବେ କେନ୍ଦୁଝର ଜିଲ୍ଲା ବନାଯୋଡିରେ ଟୋଲ ଗେଟରେ ଆଦାୟ କରାଯାଉଛି । ଏନେଇ କିଛି ଗାଡି ଚାଳକମାନେ ଟୋଲ ଦେଇଥିବା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

despite-the-lockdown-toll-fee-collected-banajodi-tollplaza-in-keonjhar
ଲକଡାଉନ ସତ୍ତ୍ବେ ଆଦାୟ ହେଉଛି ଟୋଲ ଫି
author img

By

Published : Mar 26, 2020, 1:06 PM IST

କେନ୍ଦୁଝର: ସରକାରଙ୍କ ୨୧ ଦିନିଆ ଟୋଲ ପ୍ଳାଜାରେ ଟୋଲ ଆଦାୟ ବନ୍ଦ କାର୍ଯ୍ୟକାରୀ ହେଉନାହିଁ । ଗତକାଲି କୋଭିଡ଼ ୧୯କୁ ନଜରରେ ରଖି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଟୋଲ ଆଦାୟ ହେବ ନାହିଁ ବୋଲି ଘୋଷଣା କରିଛନ୍ତି । ଏହା ପରେ ମଧ୍ୟ ଏହି ଆଦେଶ ପାଳନ ହେଉନାହିଁ ଟୋଲ ପ୍ଳାଜା ଗୁଡିକରେ ।

ଲକଡାଉନ ସତ୍ତ୍ବେ ଆଦାୟ ହେଉଛି ଟୋଲ ଫି

ମହାମାରୀ କୋରୋନାକୁ ନେଇ ସାରା ଭାରତରେ ଆତଙ୍କ ଖେଳିଯାଇଛି । ଭାରତ ସରାକାର ଗତକାଲି ରାତ୍ରରୁ ଲକ ଡାଉନ ଘୋଷଣା କରିଛନ୍ତି । ଏହାର ନମୁନା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବନାଯୋଡି ଟୋଲ ପ୍ଳାଜାରେ । ସକାଳୁ ଏହି ଟୋଲ ପ୍ଳାଜା ଦେଇ ଯାଉଥିବା ସମସ୍ତ ଯାନ ବାହାନ ଗୁଡିକରୁ ଟୋଲ ଆଦାୟ ଜାରି ରହିଛି । ଏ ସଂକ୍ରାନ୍ତରେ ଆମେ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ପଚାରିବାରୁ ଏନେଇ କୌଣସି ନିର୍ଦ୍ଦେଶ ଆସିନଥିବା କହିଛନ୍ତି । ଏନେଇ କିଛି ଗାଡି ଚାଳକମାନେ ଟୋଲ ଦେଇଥିବା ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.