କେନ୍ଦୁଝର: ଜଣେ ବୃଦ୍ଧଙ୍କୁ ଗଳାକାଟି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମେଲାଣ ଗ୍ରାମ ନିକଟରେ । ମୃତ ବୃଦ୍ଧ ଜଣକ ଘସିପୁରା ବ୍ଳକ ଅନ୍ତର୍ଗତ ମାର୍ଶାପାଳ ଗ୍ରାମର ବୋଲି ସୂଚନା ମିଳିଛି ।
ଆଜି(ଗୁରୁବାର) ମେଲାଣ ଗ୍ରାମ ନିକଟସ୍ଥ ରାସ୍ତା କଡରେ ବୃଦ୍ଧଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ଘଟଗାଁ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବାବେଳେ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ