ETV Bharat / state

ଓଡିଶାର କୋବ୍ରା ଯବାନଙ୍କୁ ସୌର୍ଯ୍ୟ ସମ୍ମାନ

ଓଡ଼ିଶାର ଅମରେଶ ଜେନାଙ୍କୁ ସୌର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି । ତାଙ୍କ ଘର କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସୁଆଁଳା ଗ୍ରାମର ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ..

author img

By

Published : Apr 11, 2021, 7:39 PM IST

ସୌର୍ଯ୍ୟଦିବସରେ ଯବାନଙ୍କୁ ସମ୍ମାନ
ସୌର୍ଯ୍ୟଦିବସରେ ଯବାନଙ୍କୁ ସମ୍ମାନ

ଆନନ୍ଦପୁର: ଜୀବନକୁ ବାଜି ଲଗାଇ ଦେଶ ମାତୃକାର ସେବା କରିଥିବା କୋବ୍ରା ଯବାନଙ୍କୁ ପ୍ରଦାନ କରାଯାଇଛି ସୌର୍ଯ୍ୟ ସମ୍ମାନ । କେନ୍ଦ୍ରୀୟ ସୁରକ୍ଷାବଳ ସୌର୍ଯ୍ୟଦିବସ ପାଳନ ଅବସରରେ 15 ଜଣ କୋବ୍ରା ଯବାନଙ୍କୁ ଏହି ସୌର୍ଯ୍ୟ ସମ୍ମାନ ପ୍ରଦାନ କରାଯାଇଛି ।

ସୌର୍ଯ୍ୟଦିବସରେ ଯବାନଙ୍କୁ ସମ୍ମାନ

ଆଜି(ରବିବାର) ନୂଆଦିଲ୍ଲୀ ସ୍ଥିତ ସିଆରପିଏଫ ସେଣ୍ଟ୍ରାଲ ହଲ ଠାରେ ଆୟୋଜିତ ସମାରୋହରେ ଯବାନଙ୍କୁ ପୁରସ୍କୃତ କରାଯାଇଛି । ସେଥିମଧ୍ୟରୁ ଓଡ଼ିଶାର ଅମରେଶ ଜେନା ସମ୍ମାନିତ ହୋଇଛନ୍ତି ।

ସମ୍ମାନିତ ସିଆରଏଫ ଯବାନଙ୍କ ଘର କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସୁଆଁଳା ଗ୍ରାମର ବୋଲି ଜଣାପଡ଼ିଛି । ସେ ଛତିଶଗଡ ବିଜାପୁରର ପଦମପେଟାରେ ୨୦୪ କୋବ୍ରା ବାହିନୀରେ କାର୍ଯ୍ୟରତ ଥାଇ ମାଓ ମୁକାବିଲାରେ ପ୍ରମୁଖ ଭୂମିକା ନିଭାଇଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.