ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ବସ: 17 ଯାତ୍ରୀ ଆହତ, 2 ଗୁରୁତର

author img

By

Published : Feb 23, 2021, 3:35 PM IST

ଚମ୍ପୁଆ ଥାନା ଅନ୍ତର୍ଗତ କାଳିକାପ୍ରସାଦ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡଛି ଯାତ୍ରୀବାହୀ ବସ । 17ରୁ ଊର୍ଦ୍ଧ୍ବ ଆହତ । ଅଧିକ ପଢନ୍ତୁ...

ଭାରସାମ୍ୟ ହରାଇ ଓଲଟିଲା  ବସ, 2 ଗୁରୁତର
ଭାରସାମ୍ୟ ହରାଇ ଓଲଟିଲା ବସ, 2 ଗୁରୁତର

କେନ୍ଦୁଝର: ଚମ୍ପୁଆ ଥାନା ଅନ୍ତର୍ଗତ କାଳିକାପ୍ରସାଦ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡଛି ଯାତ୍ରୀବାହୀ ବସ ସତ୍ୟଭାମା । ବସଟି ବଡ଼ବିଲରୁ ରିମୂଳି ମଧ୍ୟ ଦେଇ ଚମ୍ପୁଆ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ଏଥିରେ ବସରେ 50 ଯାତ୍ରୀ ଯାତ୍ରା କରୁଥିଲେ । ସେଥିମଧ୍ୟରୁ 17 ଯାତ୍ରୀ ଆହତ ହୋଇଥିବାବେଳେ 2 ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ।

ଭାରସାମ୍ୟ ହରାଇ ଓଲଟିଲା ବସ, 2 ଗୁରୁତର

ସମସ୍ତ ଆହତଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସାମାନ୍ୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଥିବା ଜଣାପଡିଛି । ବସରେ ପାଖାପାଖି ୫୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ବସ କର୍ମଚାରୀମାନେ ଫେରାର ହୋଇଯାଇଥିବା ଜଣାପଡିଛି । ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.