ETV Bharat / state

ମରିଗଲା ମାନବିକତା: ଘଣ୍ଟାଏ ରାସ୍ତାରେ ଛଟପଟ ଗୁରୁତର ବୃଦ୍ଧ - ଦୁର୍ଘଟଣାରେ ବୃଦ୍ଧ ଗୁରୁତର

ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତାରେ ପଡିଥିବା ବୃଦ୍ଧଙ୍କୁ ଦୀର୍ଘ ସମୟ ଧରି କେହି ଡାକ୍ତରଖାନାକୁ ନେଇ ନଥିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Oct 21, 2019, 9:07 PM IST

କେନ୍ଦୁଝର: ହଜିଗଲା ମାନବିକତା । ଦୁର୍ଘଟଣାରେ ତଳେ ପଡି ଛଟପଟ ହେଉଥିବା ବୃଦ୍ଧଙ୍କୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ମିଳିଲାନି ସହାୟତା । ସାଙ୍ଗରେ ଥିବା ସଂପର୍କୀୟ ମାନେ କାକୁତିମିନତି ହୋଇଥିଲେ ମଧ୍ୟ କେହି ଶୁଣି ନ ଥିଲେ । ଶେଷରେ ପୋଲିସ ସହାୟତାରେ ବୃଦ୍ଧଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡ଼ି ନିକଟରେ । ଚଳନ୍ତା ବସରୁ ବୃଦ୍ଧ ଜଣକ ଖସି ପଡିବା ପରେ ଏହି ଘଟଣା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ବୃଦ୍ଧଙ୍କର ଦୁଇ ଗୋଡ ଉପରେ ବସ ମାଡ଼ି ଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଯୋଡ଼ା ସ୍ଥିତ ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରାଯାଇଛି । ବାମେବାରୀ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଆଜି ଅପରାହ୍ନ ସମୟରେ ବୈଷ୍ଣୋଦେବୀ ନାମକ ଯାତ୍ରୀବାହୀ ବସ ଯୋଡ଼ାରୁ ବାମେବାରୀ ଯାଉଥିବା ସମୟରେ ଜୁରୁଡ଼ି ନିକଟରେ ବୃଦ୍ଧ ଜଣକ ଚଳନ୍ତା ବସରୁ ଖସି ପଡ଼ିଥିଲେ । ଖସି ପଡିବାରୁ ବସଟି ତାଙ୍କ ୨ ଗୋଡ଼ ଉପରେ ମାଡ଼ିଯାଇଥିଲା । ଏହା ଦେଖି ବୃଦ୍ଧଙ୍କ ସାଙ୍ଗରେ ଥିବା ତାଙ୍କ ସଂପର୍କୀୟମାନେ ପାଟି କରିବାରୁ ଡ୍ରାଇଭର ବସଟିକୁ ଅଟକାଇଥିଲେ ।

ଦୁର୍ଘଟଣା ଦେଖି ସାହାଯ୍ୟ କରିବା ତ ଦୂରର କଥା ବରଂ ବସକୁ ସେହିଠାରେ ଛିଡ଼ାକରି ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ସେଠାରୁ ଫେରାର ହୋଇଯାଇଥିଲେ । ଖାଲି ସେତିକି ନୁହେଁ, କେବଳ ସଂପର୍କୀୟ ମାନଙ୍କୁ ଛାଡି ବସରେ ଯାଉଥିବା ସମସ୍ତ ଯାତ୍ରୀ ସେଠାରୁ ଚାଲିଯାଇଥିଲେ । ପ୍ରାୟ ଏକ ଘଣ୍ଟା ଧରି ଯନ୍ତ୍ରଣାରେ ଛଟପଟ ହୋଇ ପଡ଼ି ରହିଥିଲେ ଏହି ବୃଦ୍ଧ । ଏପରିକି ସେହି ରାସ୍ତା ଦେଇ ଗାଡ଼ିରେ ଯାଉଥିବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଠାରୁ ମଧ୍ୟ ସାହାଯ୍ୟ ମିଳିନଥିବା ସୂଚନା ମିଳିଛି । ପରେ ଖବର ପାଇ ସଂପର୍କୀୟ ଓ ପୋଲିସ ସେଠାରେ ପହଞ୍ଚି ବୃଦ୍ଧଙ୍କୁ ଡାକ୍ତରଖାନା ନେଇଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଚଳନ୍ତା ବସରୁ ଖସିପଡ଼ି ବୃଦ୍ଧଯାତ୍ରୀ ଗୁରୁତର, ଅଧ ଘଂଟା ଯାଏଁ ମିଳିଲାନି ସହାୟତା , ଅଧ ଘଂଟା ପରେ ପୋଲିସ ସହାୟତାରେ ଡାକ୍ତରଖାନାକୁ ନିଆଗଲା Body:ଆଙ୍କର- କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଜୁରୁଡ଼ି ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଦୁର୍ଘଟଣାରେ ଗୁରୁତର ଆହତ ଜଣେ ବୃଦ୍ଧ ବ୍ୟକ୍ତି ଆଜି ଅପରାହ୍ନ ସମୟରେ ବୈ୍ଷ୍ଣୋଦେବୀ ନାମକ ଯାତ୍ରୀବାହୀ ବସ୍ ଯୋଡ଼ାରୁ ବାମେବାରୀ ଯାଉଥିବା ସମୟରେ ଜୁରୁଡ଼ି ନିକଟରେ ଚଳନ୍ତା ବସରୁ ଖସି ପଡ଼ିଥିଲେ । ଖସି ପଡିବାରୁ ବସଟି ତାଙ୍କ ୨ ଗୋଡ଼ ଉପରେ ମାଡ଼ିଯାଇଥିଲା । ଏହା ଦେଖି ବୃଦ୍ଧ ବ୍ୟକ୍ତିଙ୍କ ସାଥିରେ ଯାଉଥିବା ତାଙ୍କ ସଂପର୍କୀୟ ପାଟି କରିବାରୁ ଡ୍ରାଇଭର ବସଟିକୁ ଅଟକାଇଥିଲେ । ଘଟଣା ଦେଖି ସାହଯ୍ୟ କରିବାତ ଦୂରର କଥା, ବସକୁ ସେହିଠାରେ ରାସ୍ତା ଉପରେ ଛିଡ଼ାକରି ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ସେଠାରୁ ଫେରାର ହୋଇଯାଇଥିଲେ । ଖାଲି ସେତିକି ନୂହେଁ, ଗୁରୁତର ଆହତ ବୃଦ୍ଧଙ୍କ ସାଥିରେ ଯାଉଥିବା ୩ ମହିଳା ସଂପର୍କୀୟଙ୍କୁ ଛାଡ଼ି ବସରେ ଯାଉଥିବା ଅନ୍ୟ ସମସ୍ତ ଯାତ୍ରୀ ମାନବିକତା ଭୂଲି ସେଠାରୁ ଚାଲିଯାଇଥିଲେ । ଅଧ ଘଂଟାରୁ ଅଧିକ ସମୟ ଧରି ଯାନ୍ତ୍ରଣାରେ ଛଟପଟ ହୋଇ ପଡ଼ି ରହିଥିଲେ ଏହି ବୃଦ୍ଧ । ସେହି ରାସ୍ତା ଦେଇ ଗାଡ଼ିରେ ଯାଉଥିବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଠାରୁ ମଧ୍ୟ ସେମାନଙ୍କୁ ସାହାଯ୍ୟ ମିଳିନଥିବା ସୂଚନା ମିଳିଛି। ଯୋଡ଼ାଠାରେ ଥିବା ନିଜର ସଂପର୍କୀୟଙ୍କୁ ଖବର ଦେବା ପରେ ସଂପର୍କୀୟମାନେ ଏକ ଅଟୋ ନେଇ ଘଟଣାସ୍ଥଳରେ ପହଁଚିଥିଲେ ଓ ଗୁରୁତର ବୃଦ୍ଧଙ୍କୁ ଅଟୋରେ ନେବାକୁ ଚେଷ୍ଟା କରିଥିଲେ । ତେବେ ଠିକ୍ ସେତିକି ବେଳେ, କୌଣସି ସୁତ୍ରରୁ ଖବର ପାଇ ବାମେବାରୀ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା ଓ ତାଙ୍କୁ ନିଜ ଗାଡ଼ିରେ ଯୋଡ଼ା ସ୍ଥିତ ଟାଟା ଷ୍ଟିଲ ମେଡିକାଲକୁ ଆଣି ଭର୍ତ୍ତି କରିଥିଲା । ଗୁରୁତର ଆହତ ହେଉଛନ୍ତି ଯୋଡ଼ା ଉଲି ହଟିଂର ରୟା ହେମ୍ବ୍ରମ୍ । ତାଙ୍କର ୨ ଗୋଡ଼ ଉପରେ ବସ୍ ମାଡ଼ି ଯାଇଥିବାରୁ ଅବସ୍ଥା ଗୁରୁତର ରହିଛି ଓ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା କରାଯାଉଛି । ବାମେବାରୀ ପୋଲିସ ଘଟଣାର ତଦନ୍ତ ଚଳାଇଛି .Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.