କେନ୍ଦୁଝର: ଜଘନ୍ୟ ହତ୍ୟାକାଣ୍ଡ । ଶାଳୀକୁ କୁରାଢୀରେ ହାଣିବା ପରେ ଶାଶୂକୁ ହାତ ବାନ୍ଧି ଦୁଷ୍କର୍ମ ଅଭିଯୋଗ । ମୃତଦେହକୁ ୨୦୦ ଫୁଟ ଖାଲକୁ ଫିଙ୍ଗିଲା ହତ୍ୟାକାରୀ । ଏଭଳି ଅମାନୁଷିକ ଘଟଣା କେନ୍ଦୁଝର ଜିଲ୍ଲା ବଲାଣି ଥାନା କିରିବୁରରେ ଘଟିଛି ।
ସୂଚନାଅନୁଯାୟୀ ମୂର୍ଗାପଡାର ରୂପ ସିଂ ସିଦ୍ଧୁ ଓ ତାଙ୍କ ଶାଶୁ ଫୁଲମଣି ହସା ଓ ଶାଳୀ ମରିୟମ ହସା ଜଙ୍ଗଲକୁ ଛତୁ ସଂଗ୍ରହ କରିବା ପାଇଁ ଯାଇଥିଲା । ବାଟରେ ଶାଳୀ ମରିୟମ ସହିତ ଝଗଡା ହୋଇଥିଲା । ଏହାପରେ ଝଗଡ ଉଗ୍ରରୂପ ଧାରଣ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରୂପ ସିଂ ମରିୟମକୁ କୁରାଢୀରେ ଆକ୍ରମଣ କରିଥିଲେ । ହିଂସ୍ର ଆଚରଣ କରି ଗଳା କାଟି ୨୦୦ ଫୁଟ ଖାଲକୁ ଫିଙ୍ଗି ଦେଇଥିଲା । ଶାଶୁ ଫୁଲମଣିର ହାତକୁ ଗାମୁଛାରେ ବାନ୍ଧି ଦୁଷ୍କର୍ମ କରିଥିଲା । କୌଶଳ କ୍ରମେ ଫୁଲମଣି ଖସି ଆସିଥିଲା ।
ଏହାପରେ ଘଟଣାସ୍ଥଳରେ ବଲାଣି ପୋଲିସ ପହଞ୍ଚିଥିଲା । ୨୦୦ ଫୁଟ ତଳେ ମୃତଦେହ ପଡ଼ିଥିବାରୁ ବର୍ତ୍ତମାନ ଯାଏଁ ଉଦ୍ଧାର ହୋଇପାରିନି । ହତ୍ୟାକାରୀ ରୂପ ସିଂ ସିଦ୍ଧୁ ବର୍ତ୍ତମାନ ଯାଏ ଫେରାର ଅଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ