ETV Bharat / state

କେନ୍ଦୁଝରରେ ବିଜୁ ପକ୍କା ଘର ପୋଷ୍ଟର ଚିରିଲା ବିଜେପି

author img

By

Published : Dec 28, 2020, 5:43 PM IST

କେନ୍ଦ୍ର ସରକାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଉଛନ୍ତି । କିନ୍ତୁ ଏହି ଯୋଜନାରେ ପାଇଥିବା ଘରକୁ ରାଜ୍ୟ ସରକାର ବିଜୁ ପକ୍କା ଘର ନାମରେ ନାମିତ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଜୋରଦାର ବିରୋଧ କରିଛି କେନ୍ଦୁଝର ବିଜେପି । ଅଧିକ ପଢନ୍ତୁ...

bjp protest for pm abbas yajona
କେନ୍ଦୁଝରରେ ବିଜୁ ପକ୍କା ଘର ଷ୍ଟିକର ଫାଡ଼ିଲା ବିଜେପି

କେନ୍ଦୁଝର: ବିଜୁ ପକ୍କା ଘର ପୋଷ୍ଟର ଚିରିଲା ବିଜେପି । କେନ୍ଦ୍ର ସରକାର ଗରିବ ନିରାଶ୍ରୟ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଉଛନ୍ତି । କିନ୍ତୁ ଏହି ଯୋଜନାରେ ପାଇଥିବା ଘରକୁ ରାଜ୍ୟ ସରକାର ବିଜୁ ପକ୍କା ଘର ନାମରେ ନାମିତ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଜୋରଦାର ବିରୋଧ କରିଛି କେନ୍ଦୁଝର ବିଜେପି ।

ରାଜ୍ୟ ସରକାର ସମସ୍ତ ସମ୍ପୂର୍ଣ୍ଣ ହୋଇଥିବା ପିଏମ ଆବ୍ବାସ ଘର ବାହାରେ ବିଜୁ ପକ୍କା ଘର ପୋଷ୍ଟର ମାରିବାକୁ ଯୋଜନା କରିଛନ୍ତି । ଏହି ବିଜୁ ପକ୍କା ଘର ପୋଷ୍ଟର ମାରିବାକୁ ନେଇ ବିରୋଧ କରୁଛି ବିଜେପି । କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ନିଜ ନାମରେ ନାମିତ କରିବା ନେଇ ଲୋକଙ୍କୁ ଭୂଆଁ ବୁଲାଉଥିବା ଅଭିଯୋଗ କରିଛି ବିଜେପି । ଏନେଇ ବିଜେପି ରାଜ୍ୟର ସମସ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । କେନ୍ଦୁଝର ସଦର ବ୍ଲକ ଆଗରେ ବିଜେପିର ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ଆସି ବିରୋଧ ପ୍ରଦର୍ଶନ କରିଥିଲେ ।

ବ୍ଲକ ସମ୍ମୁଖରେ ବିଜୁ ପକ୍କା ଘର ଯୋଜନାରେ ପ୍ରଦାନ କରାଯାଇଥିବା ପୋଷ୍ଟରକୁ ବିଜେପି କର୍ମୀମାନେ ଚିରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଘର ସମ୍ମୁଖରେ ବିଜୁ ପକ୍କା ଘର ପୋଷ୍ଟର ମରାଗଲେ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ବିଜେପି ଚେତାବନୀ ଦେଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.