ETV Bharat / state

ହିସାବ ମାଗିଲେ ଜନତା, ହଟହଟା ହେଲେ ନେତା - keujhar

ନେତାଙ୍କୁ ଜବାବ ମାଗିଲେ ଜନତା। ନିର୍ବାଚନୀ ସଭାରେ ନେତାଙ୍କ ଭାଷଣ ନୁହେଁ, ମଗାଗଲା 5 ବର୍ଷ କାମର ହିସାବ। ପୁରା ହଟହଟା ହେଲେ ବିଜେଡି ପ୍ରାର୍ଥୀ ପ୍ରେମାନନ୍ଦ ନାଏକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Apr 16, 2019, 3:11 PM IST

କେନ୍ଦୁଝର: ଚାଲିଛି ନିର୍ବାଚନ ପର୍ବ। ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ। ଘର ଘର ବୁଲି ଚାଲିଛି ଭୋଟ ଭିକ୍ଷା। ନିର୍ଵାଚନୀ ବୈଠକ ବି ହେଉଛି। କିନ୍ତୁ ଏହି ଭୋଟ ଭିକ୍ଷା କରିବା ବେଳେ ତେଲକୋଇ ନିର୍ଵାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରେମାନନ୍ଦ ନାଏକଙ୍କୁ ହଟହଟା ହେବାକୁ ପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଘଟଣାଟି ଏପରି। ତେଲକୋଇ ନିର୍ଵାଚନ ମଣ୍ଡଳୀ ଅନ୍ତର୍ଗତ ବାଁଶପାଳ ବ୍ଲକର ଖଣ୍ଡାଧାରରେ ବିଜେଡି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବର୍ତ୍ତମାନର ବିଧାୟକ ପ୍ରାର୍ଥୀ ପ୍ରେମାନନ୍ଦ ନାୟକ ସାମିଲ ହୋଇଥିଲେ। ଆଖପାଖର ପାଞ୍ଚଟି ପଞ୍ଚାୟତର ଲୋକ ମଧ୍ୟ ଏଠାରେ ଯୋଗ ଦେଇଥିଲେ । ଶାସକ ଦଳର ପୂର୍ବତନ ବିଧାୟକ ବିକାଶ ପାଇଁ ପ୍ରତିଶ୍ରୁତି ଦେଇ କିଛି କାମ କରିନଥିବା ଅଭିଯୋଗ କରିଥିଲେ ସାଧାରଣ ଲୋକ । ଆଉ ଏନେଇ ପ୍ରଶ୍ନ ମଧ୍ୟ କରିଥିଲେ ।

ପରିସ୍ଥିତି ଏପରି ହୋଇଥିଲା ଯେ ସଭା ଛାଡି ଚାଲିଯିବାକୁ ବାଧ୍ୟ ହୋଇଥିଲେ ବିଜେଡି ବିଧାୟକ ପ୍ରାର୍ଥୀ। ଲୋକଙ୍କ ପ୍ରଶ୍ନରେ ପୁରା ହଟହଟା ହୋଇଥିଲେ ପ୍ରେମାନନ୍ଦ ନାଏକ। ତେବେ ଏନେଇ ପ୍ରେମାନନ୍ଦ କି ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:Body:

gf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.