ETV Bharat / state

ଫଳକ ଭଙ୍ଗାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ, ଥାନାରେ ଅଭିଯୋଗ - bjd bjp lodge complaints

କେନ୍ଦୁଝରରେ ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି । ଏକ ଆବାସିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଫଳକ ଭାଙ୍ଗିବା ଘଟଣାକୁ ନେଇ ଥାନାରେ ପହଞ୍ଚିଲେ ଉଭୟ ଦଳ । ଅଧିକ ପଢନ୍ତୁ

ଫଳକ ଭଙ୍ଗାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ, ଥାନାରେ ଅଭିଯୋଗ

author img

By

Published : Nov 16, 2021, 12:23 PM IST

କେନ୍ଦୁଝର: ମୁହାଁମୁହିଁ ହେଲେ ବିଜେଡି-ବିଜେପି । କେନ୍ଦୁଝର ତେଲକୋଇ ବ୍ଲକର ଜଗମୋହନପୁର ଠାରେ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ଦୁଇ ଦଳ ହାତାହାତି ହୋଇଛନ୍ତି । ବିଜେପି କର୍ମୀ ବିଜେଡି କର୍ମୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିବାବେଳେ ସମାନ ଅଭିଯୋଗ କରିଛି ବିଜେପି । ଭିତ୍ତିପ୍ରସ୍ତର ଫଳକରେ ନିମନ୍ତ୍ରିତ ଅତିଥିଙ୍କ ନାମ ନ ଥିବାରୁ ଏହି କାଣ୍ଡ ଘଟିଥିବା ଜଣାପଡିଛି । ଏନେଇ ଦୁଇ ଦଳ ପରସ୍ପର ବିରୁଦ୍ଧରେ ଥାନାରେ ଅଭିଯୋଗ ଆଣିଛନ୍ତି ।

ଫଳକ ଭଙ୍ଗାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ, ଥାନାରେ ଅଭିଯୋଗ

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ଜରିଆରେ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏବଂ ସଦର ବିଧାୟକ ମୋହନ ମାଝୀ ସ୍ଵତନ୍ତ୍ର ପ୍ରତିନିଧି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ବିଜେପି ସମର୍ଥକମାନେ ଖୁସି ନ ଥିଲେ । କାରଣ ମୋହନ ମାଝୀ ପହଞ୍ଚିବା ପୂର୍ବରୁ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଶିଳାନ୍ୟାସ କରି ସାରିଥିଲେ । କାର୍ଯ୍ୟକ୍ରମ ଶେଷ ପରେ ବ୍ୟାନରରେ ମୋଦିଙ୍କ ଫଟୋ ଏବଂ ଫଳକରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ମୋହନ ମାଝୀଙ୍କ ନାଁ ନ ଥିବାରୁ ବିଜେପି କର୍ମୀ ପ୍ରତିକ୍ରିୟାଶୀଳ ହୋଇଥିଲେ । ଏହାପରେ ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା କର୍ତ୍ତୃପକ୍ଷକୁ ଆଉ ଏକ ଫଳକ ତିଆରି କରି ଲଗାଇବାକୁ ତାଗିଦ୍ କରିଥିଲେ ।

ଏଥିସହ ବିଜେପି ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ମାନସ କୁମାର ନାଏକ, ତେଲକୋଇ ମଣ୍ଡଳ ସଭାପତି ସତ୍ୟନାରାୟଣ ସାହୁ, ବ୍ଲକ ଯୁବ ସଭାପତି କ୍ରିଷ୍ଣା ପ୍ରସାଦ ସାହୁ ଓ ସମର୍ଥକଙ୍କ ଉପସ୍ଥିତିରେ ଠିକା ସଂସ୍ଥା ଫଳକକୁ ଭାଙ୍ଗି ଦେଇଥିଲେ । ବିଜେପି କର୍ମୀଙ୍କ ଉପସ୍ଥିତିରେ ଫଳକ ଭଙ୍ଗା ଯାଇଥିବାରୁ ଏହାକୁ ନେଇ ହାତାହାତି ହୋଇଥିଲେ ବିଜେଡି ଓ ବିଜେପି କର୍ମୀ । ଗୋଟିଏ ପଟେ ମୋହନ ମାଝୀଙ୍କୁ ନିମନ୍ତ୍ରଣ ନ ଥିଲା । ସେ କାହିଁକି ଆସିଲେ ଓ ତାଙ୍କୁ ନେଇ ଏହି ଘଟଣା ଘଟିଲା ବୋଲି ବିଜେଡି ଅଭିଯୋଗ କରିଛି । ଅନ୍ୟପଟେ ନିମନ୍ତ୍ରିତ ଅତିଥିଙ୍କୁ ଅସମ୍ମାନ କରିବାକୁ ନେଇ ବିଜେପି କର୍ମୀ ସମର୍ଥକମାନେ ପ୍ରତିକ୍ରିୟାଶୀଳ ହୋଇଥିବା କୁହାଯାଇଛି ।

ଏହି ଘଟଣାରେ ବିଜେପି ବିଜେଡି କର୍ମୀଙ୍କୁ ମାଡ ଦେଇଥିବା ଅଭିଯୋଗ ହୋଇଥିବାବେଳେ ବିଜେପି ମଧ୍ୟ ଥାନାରେ ସମାନ ଅଭିଯୋଗ କରିଛି । ସେହିପରି ଫଳକ ଭଙ୍ଗାରୁଜା ଓ ବ୍ୟାନର ଚିରାରେ ମୋହନ ମାଝୀ ଓ ପୂର୍ବତନ ତେଲକୋଇ ବିଜେପି ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁଙ୍କ ହାତ ରହିଥିବା ଅଭିଯୋଗ କରିଛି ବିଜେଡି । ଉଭୟ ଦଳ ସୋମବାର ରାତିରେ ଥାନାରେ ପହଞ୍ଚି ଥିଲେ ।

କେନ୍ଦୁଝରର ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.