ETV Bharat / state

ଟାଟା କମ୍ପାନୀର ଦାଦାଗିରି, ଘରେ ପଶି ଉପଭୋକ୍ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ - ଉପଭୋକ୍ତାଙ୍କୁ ଘରେ ପଶି ଟାଟା କମ୍ପାନୀ ଅଧିକାରୀଙ୍କ ଆକ୍ରମଣ

କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ବିଦ୍ୟୁତ ବିତରକ କମ୍ପାନୀ ଟାଟାର ଦାଦାଗିରି ଦେଖିବାକୁ ମିଳିଛି । ଜଣେ ଉପଭୋକ୍ତାଙ୍କୁ ଅଧିକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଟାଟା କମ୍ପାନୀର ଦାଦାଗିରି, ଘରେ ପଶି ଉପଭୋକ୍ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ

author img

By

Published : Feb 22, 2022, 6:35 PM IST

କେନ୍ଦୁଝର: ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ ଆଟୋପୁରଠାରେ ବିଦ୍ୟୁତ ବିତରକ କମ୍ପାନୀ ଟାଟା କମ୍ପାନୀର ଦାଦାଗିରି ଦେଖିବାକୁ ମିଳିଛି । ଉପଭୋକ୍ତାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାର ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ବେଳେ ଏ ନେଇ ଟାଟା କମ୍ପାନୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ ।

ଟାଟା କମ୍ପାନୀର ଦାଦାଗିରି, ଘରେ ପଶି ଉପଭୋକ୍ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ

ଆଟୋପୁର ସ୍ଥିତ କୃଷ୍ଣଚନ୍ଦ୍ର ସାହୁଙ୍କ ଘରେ ହଠାତ ଟାଟା ବିଦ୍ୟୁତ ବିତରକ କମ୍ପାନୀର କର୍ମଚାରୀ ପଶିଥିଲେ । ତାଙ୍କ ଘରେ ପଶିବା ସହ ଘରେ ଫଟୋ ଉଠାଇଥିଲେ । ଫଟୋ ଉଠାଇବା ସମ୍ପର୍କରେ ପଚାରିବାରୁ କୃଷ୍ଣଚନ୍ଦ୍ରଙ୍କ ସାନଭାଇ ଜଗନ୍ନାଥଙ୍କୁ କମ୍ପାନୀର JEE ଓ କର୍ମଚାରୀ ମାନେ ଆକ୍ରମଣ କରିଥିଲେ । ଆକ୍ରମଣ ବେଳେ ଗଣ୍ଡଗୋଳ ହେବାରୁ ସ୍ଥାନୀୟ ଲୋକ ଜମା ହୋଇଯିବାରୁ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ଫଳରେ ପରିସ୍ଥିତି ଶାନ୍ତ ହୋଇଥିଲା । ଏନେକ ଦୁଇ ପକ୍ଷରୁ ଥାନାରେ ଏତଲା ପ୍ରଦାନ କରାଯାଇଛି । ଘଟଣାର ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଏହିଭଳି ଟାଟା କମ୍ପାନୀ ପକ୍ଷରୁ ପକ୍ଷପାତିତା ବିରୁଦ୍ଧରେ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଟାଟା କମ୍ପାନୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.