ETV Bharat / state

ଘରୋଇ ନର୍ସିଂହୋମ ଡାକ୍ତରଙ୍କ ବିରୋଧରେ ଏତଲା - ଡାକ୍ତରଙ୍କ ବିରୋଧରେ ଏତଲା

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଏକ ନର୍ସିଂହୋମ ଓ ପାଥୋଲ୍ୟାବରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଘରୋଇ ନର୍ସିଂହୋମ-ଡାକ୍ତରଙ୍କ ବିରୋଧରେ ଏତଲା
ଘରୋଇ ନର୍ସିଂହୋମ-ଡାକ୍ତରଙ୍କ ବିରୋଧରେ ଏତଲା
author img

By

Published : Jun 24, 2021, 7:49 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ରମାଦେବୀ ଡାଇଗ୍ନୋଷ୍ଟିକ ସେଣ୍ଟର ( ନର୍ସିଂହୋମ) ଓ ପାଥୋଲ୍ୟାବରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ଘସିପୁରା ଥାନା ଭଣ୍ଡାରିଡିହା ଗ୍ରାମର ଯୁବ ସମାଜସେବୀ ଦେବାଶିଷ ପଣ୍ଡା ଏକ ପ୍ରେସମିଟ ଜରିଆରେ ଘଟଣା ସମ୍ପର୍କରେ ଅବଗତ କରାଇବା ସହ ଲିଖିତ ଅଭିଯୋଗ କରିଛନ୍ତି ।

ଘରୋଇ ନର୍ସିଂହୋମ-ଡାକ୍ତରଙ୍କ ବିରୋଧରେ ଏତଲା

ଘସିପୁରା ଥାନାରେ ସଂପୃକ୍ତ ନର୍ସିଂହୋମ ପରିଚାଳକ ଓ ଡାକ୍ତରଙ୍କ ନାମରେ ଅଭିଯୋଗ ହୋଇଛି । ଗତ ଗୁରୁବାର ପଣ୍ଡା ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଉକ୍ତ ନର୍ସିଂହୋମକୁ ଯାଇଥିଲେ । ନର୍ସିଂହୋମରେ କାର୍ଯ୍ୟ କରୁଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ରଶ୍ମିରଞ୍ଜନ ଦାସ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଶୁଣିବା ପରେ ଅନେକ ଗୁଡିଏ ପରୀକ୍ଷା କରାଇବା ସହ ନିଜେ ଅଲ୍ଟ୍ରାସାଉଣ୍ଡ କରିଥିଲେ। ଏହା ପରେ ତାଙ୍କୁ ଲାପ୍ରସ୍କୋପି ଅପରେସନ କରିବା ସହିତ ଏଥିପାଇଁ ୩୦ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ତେବେ ଏଥିରେ ଅଭିଯୋଗକାରୀ ସନ୍ଦେହ ପ୍ରକାଶ କରି ଯାଜପୁର ଜିଲ୍ଲାର ଏକ ନର୍ସିଂହୋମ ଏବଂ ପାଥୋଲ୍ୟାବର ଡାକ୍ତରଙ୍କ ପରାମର୍ଶରେ ପୁନର୍ବାର ପରୀକ୍ଷା କରାଇଥିଲେ ।

ଏହା ପରେ ଘସିପୁରାସ୍ଥିତ ରମାଦେବୀ ନର୍ସିଂହୋମ ପାଥୋଲ୍ୟାବର ରିପୋର୍ଟରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏହି ଘଟଣାରେ ଉଦବେଗ ପ୍ରକାଶ କରି ଏଠାରେ ଲୋକଙ୍କୁ ଶୋଷଣ କରାଯାଉଥିବା ପଣ୍ଡା ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ଏବଂ ନିରପେକ୍ଷ ତଦନ୍ତ ପାଇଁ ପଣ୍ଡା ଦାବି କରିଛନ୍ତି । ଏ ସମ୍ପର୍କରେ ଫୋନ ଯୋଗେ ରମାଦେବୀ ନର୍ସିଂହୋମର ପରିଚାଳକ ସନାତନ ଦାସ ଏବଂ ଡାକ୍ତର ରଶ୍ମିରଞ୍ଜନ ଦାସକୁ ଯୋଗାଯୋଗ କରିବା ପରେ ସେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.