କେନ୍ଦୁଝର: ଆଖି ବୁଜିଲା ଆଉ ଏକ ହାତୀ । ନଅ ଦିନର ଚିକିତ୍ସା ପରେ ମାଈ ହାତୀ ମୃତ । କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଭୂୟାଁ ଜୁଆଙ୍ଗ ପିଢ ରେଞ୍ଜର ଉପରସୁମଠ ଠାରେ ଗତ କିଛି ଧରି ଅସୁସ୍ଥ ଥିଲା ହାତୀ । ହରପିସ ଆକ୍ରାନ୍ତ ନେଇ ମାଈ ହାତୀର ଚାଲିଥିଲା ଚିକିତ୍ସା ।
ହରିପସ ଆକ୍ରାନ୍ତ ସନ୍ଦେହରେ ମାଈ ହାତୀର ଚିକିତ୍ସା ପାଇଁ ଶିମିଳିପାଳ ଓ ଭୁବନେଶ୍ବରରୁ ଏକ ଟିମ ଆସି ପଞ୍ଚିଥିଲେ । କିନ୍ତୁ ମୃତ୍ୟୁର କାରଣ ହରପିସ ନୁହେଁ ବାର୍ଦ୍ଧକ୍ୟ ପାଇଁ ବୋଲି ସୂଚନା ଦେଇଛନ୍ତି ରେଞ୍ଜର ଅଫିସର ମୁକ୍ତି କାନ୍ତ ପରିଡା । ହାତୀର ବୟସ 25ବର୍ଷ ବୋଲି ବନ ବିଭାଗ ସୂଚନା ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ