ETV Bharat / state

ଅର୍ଥନୀତିକୁ ସୁଦୃଢ଼ କରିବ ୮ ଲେନ ବିଶିଷ୍ଟ ରାସ୍ତା - ୩୦୦ କିମି ରାସ୍ତା

ପାରାଦୀପରୁ ବଡ଼ବିଲ ପର୍ଯ୍ୟନ୍ତ ୮ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ ହେବା ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ। ଅଧିକ ପଢନ୍ତୁ...

ଅର୍ଥନୀତିକୁ ସୁଦୃଢ଼ କରିବ ୮ଲେନ ବିଶିଷ୍ଟ ରାସ୍ତା

author img

By

Published : Feb 3, 2021, 2:35 PM IST

କେନ୍ଦୁଝର: ପାରାଦୀପରୁ ବଡ଼ବିଲ ପର୍ଯ୍ୟନ୍ତ ୮ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ ହେବ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ହୋଇଛି। ଏହା ଘୋଷଣା ହେବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହାରୀ ଦେଖିବାକୁ ମିଳିିଛି।

ଅର୍ଥନୀତିକୁ ସୁଦୃଢ଼ କରିବ ୮ଲେନ ବିଶିଷ୍ଟ ରାସ୍ତା

ପ୍ରାୟ ସବୁଦିନ କେନ୍ଦୁଝରରୁ ପାରାଦ୍ବୀପକୁ ବିଭିନ୍ନ ସାମଗ୍ରୀ ପରିବହନ ହେଉଛି । ଜିଲ୍ଲାର ଅର୍ଥନୈତିକ ବିକାଶ ପାଇଁ ୮ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି । ପାରାଦୀପଠାରୁ ବଡ଼ବିଲ ମଧ୍ୟରେ ୩୦୦ କିମି ଲମ୍ବ ରାସ୍ତା ନିର୍ମାଣ ହେବ । ଏହି ରାସ୍ତା ପାରାଦୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ-ଡ଼ୁବୁରି- କେନ୍ଦୁଝର- ରିମୁଳି- ବଡରସାହୀ ଦେଇ ବଡବିଲରେ ଶେଷ ହେବ। ଏହି ପ୍ରସ୍ତାବିତ ଅର୍ଥନୈତିକ କୋରିଡ଼ର ଚଣ୍ଡିଖୋଲ ସମେତ ଦେଶର ସବୁଠୁ ବଡ଼ କଳିଙ୍ଗନଗର ଇସ୍ପାତ କ୍ଲଷ୍ଟରର ବିକାଶ କରିବାରେ ବଡ଼ ଭୂମିକା ଗ୍ରହଣ କରିବ।

ଏହି ରାଜପଥ ଡ଼ୁବୁରି ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ତଥା ଇସ୍ପାତ, କୋଇଲା, ଲୁହା ଓ ଆଲୁମିନିୟମ୍‌ କ୍ଷେତ୍ର ପାଇଁ ମଧ୍ୟ ଅନେକ ସମ୍ଭାବନାର ସମ୍ଭାର ଆଣିବ। ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ସଙ୍ଗେସଙ୍ଗେ ଯୁବକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ ବୋଲି ସରକାର ଆଶା ରଖିଛନ୍ତି । ଏହି ଘୋଷଣା ପରେ କେନ୍ଦୁଝର ଜିଲ୍ଲାରେ ଏକ ପ୍ରକାର ଖୁସିର ଲହରୀ ଖେଳିଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ପାଇଁ ଜିଲ୍ଲାର ବିକାଶ ହେବ ବୋଲି ଜିଲ୍ଲା ବିଜେଡ଼ି ସଭାପତି ପ୍ରକାଶ କରିଛନ୍ତି । କିନ୍ତୁ ଏହି ରାସ୍ତା ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ପୂର୍ବରୁ ଚାଲିଥିବା ୨୧୫ ନମ୍ବର ଜାତୀୟ ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଏହି ନୂତନ ୮ ଲେନ ରାସ୍ତା ନିର୍ମାଣ କେବେ ସରିବ ବୋଲି ପ୍ରଶ୍ନ କରିଛନ୍ତି । ଏହା ସହ ଏହି ରାସ୍ତା ଯଥାଶୀଘ୍ର ନିର୍ମାଣ ହେଲେ ଜିଲ୍ଲାର ଅର୍ଥନୈତିକ ବିକାଶ ହେବ ବୋଲି ଆଶା ରଖିଛନ୍ତି ବୁଦ୍ଧିଜୀବୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.