ETV Bharat / state

୫ଟି ସଚିବଙ୍କ କେନ୍ଦୁଝର ଗସ୍ତ, ରୂପାନ୍ତରିତ ହେବ ଘଟଗାଁ ପୀଠ - ଦୁଇ ଦିନିକିଆ କେନ୍ଦୁଝର ଗସ୍ତରେ ୫ଟି ସଚିବ

ଦୁଇ ଦିନିକିଆ କେନ୍ଦୁଝର ଗସ୍ତରେ ୫ଟି ସଚିବ । ଛଅଟି ନିର୍ଵାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ କାର୍ଯ୍ୟ କଲେ ସମୀକ୍ଷା । ରୂପାନ୍ତର ହେବ ଘଟଗାଁ ପୀଠ । ଅଧିକ ପଢ଼ନ୍ତୁ

୫ଟି ସଚିବ ବିକେ ପାଣ୍ଡିଆନ
୫ଟି ସଚିବ ବିକେ ପାଣ୍ଡିଆନ
author img

By

Published : Jun 11, 2023, 5:26 PM IST

Updated : Jun 11, 2023, 7:13 PM IST

୫ଟି ସଚିବଙ୍କ ସରିଲା ଦୁଇ ଦିନିଆ କେନ୍ଦୁଝର ଗସ୍ତ, ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

କେନ୍ଦୁଝର: ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଛନ୍ତି ୫ଟି ସଚିବ ବିକେ ପାଣ୍ଡିଆନ । ସେ ଏହି ଦୁଇ ଦିନିଆ କେନ୍ଦୁଝର ଗସ୍ତ ସମୟରେ ଜିଲ୍ଲାର ଛଅଟି ନିର୍ଵାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିବା ସହ ସମୀକ୍ଷା କରିଛନ୍ତି । ଗତକାଲି(ଶନିବାର) ପାଟଣା, ଚମ୍ପୁଆ ଓ ସଦର ନିର୍ଵାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ସେପରି ଆଜି ସକାଳୁ ୫ଟି ସଚିବ ପ୍ରଥମେ ସହର ନିକଟସ୍ଥ ସର୍ବପୁରାତନ ପୀଠ ସିଦ୍ଧ ମଠ ବୁଲିବା ସହ ପୂଜାର୍ଚ୍ଚନା କରିଥିଲେ ।

ପରେ ଶଙ୍କରପୁର ଧରଣୀଧର ଷ୍ଟାଡିୟମ ନିରୀକ୍ଷଣ କରିବା ସହ ଅନ୍ତେବାସୀଙ୍କ ସହ ଜଳପାନ କରିଥିଲେ । ପରେ ଘଟଗାଁ ତାରିଣୀଙ୍କର ଦର୍ଶନ କରିଥିଲେ । ମା’ ତାରିଣୀ ପୀଠର ରୂପାନ୍ତରଣ କାର୍ଯ୍ୟ ଛଅ ମାସ ମଧ୍ୟରେ ସମ୍ପନ୍ନ ହେବ ବୋଲି ଘୋଷଣା କରିଥିଲେ ୫ଟି ସଚିବ । ଏଥିପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ କାମନା କରିଥିଲେ ସଚିବ । ଏହାସହ ଗୁଣ୍ଡିଚାଘାଇଁ ଜଳପ୍ରପାତର ସୋନ୍ଦର୍ଯ୍ୟକରଣ ହେବ ବୋଲି ଘୋଷଣା କରିଥିଲେ । ଆଜି ଦ୍ୱିତୀୟ ଦିନରେ ଘଟଗାଁ, ହରିଚନ୍ଦନପୁର, ବାଂଶପାଳ, ହାଟଡିହି, କେନ୍ଦୁଝର ଓ ଆନନ୍ଦପୁର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ବହୁ ପ୍ରକଳ୍ପର ସମୀକ୍ଷା କରିଛନ୍ତି।

୫ଟି ସଚିବ ବିକେ ପାଣ୍ଡିଆନ କହିଛନ୍ତି,‘‘ ଆଗାମୀ ୫୦୦ ବର୍ଷକୁ ଆଖିରେ ରଖି ଭିତ୍ତିଭୂମି ନିର୍ମାଣ କରାଯିବ। ବ୍ରହ୍ମେଶ୍ୱର ଓ ସିତାବିଞ୍ଜି ମନ୍ଦିରର ହେବ ନବକଳେବର। ଗୋନାସିକା ଜୁଆଙ୍ଗ ଶିକ୍ଷା ନିକେତନରେ ଆରମ୍ଭ ହେବ ଯୁକ୍ତଦୁଇ ପାଠ୍ୟକ୍ରମ। ଆନନ୍ଦପୁର ବ୍ୟାରେଜ କାମ ଠିକ୍ ସମୟରେ ଶେଷ ହେବ। କେନ୍ଦୁଝର ଓ ବାଲେଶ୍ଵରର ୬୦ ହଜାର ହେକ୍ଟର ଜମିରେ ଜଳସେଚନର ପାଇଁ ପ୍ରକଳ୍ପ କରାଯିବ ।’’

ଏହି ଦୁଇ ଦିନିକିଆ ଗସ୍ତ ସମୟରେ ଶନିବାର ଦିନ 5T ସଚିବ ଭିକେ ପାଣ୍ଡିଆନ ପ୍ରଥମେ ପାଟଣା ନିର୍ବାଚନ ମଣ୍ଡଳୀର ଭୀମକୁଣ୍ଡରେ ହେଲିକପ୍ଟର ଯୋଗେ ଓହ୍ଲାଇ ପର୍ଯ୍ୟଟନ ସ୍ଥଳର ବିକାଶ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହାପରେ ଏସଏଚଜି ମହିଳାଙ୍କ ସହ ଆଲୋଚନା କରିଥିଲେ । ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ନିର୍ମାଣ କରିବାକୁ ଘୋଷଣା କରିଥିଲେ । ପରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ବଡ଼ବିଲ, ଯୋଡ଼ା ଅଞ୍ଚଳରେ ବିକାଶ କାର୍ଯ୍ୟ ସମୀକ୍ଷା କରିବା ସହ କାନପୁର ଜଳସେଚନ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଥିଲେ ।

ଏହାପରେ ୫ଟି ସଚିବ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜନ ସମାବେଶରେ ଯୋଗ ଦେଇ ସାଧାରଣ ଲୋକଙ୍କ ଦରଖାସ୍ତ ଗ୍ରହଣ କରିଥିଲେ । କମ୍ୟୁନିଟି ହଲ, ଦେବସ୍ଥଳୀର ବିକାଶ, ସେତୁ ନିର୍ମାଣ ଓ ଜଳସେଚନର ଆଦିର ବିକାଶ ଯଥାଶୀଘ୍ର କରାଯିବ ବୋଲି ଘୋଷଣା କରିଥିଲେ । ସଚିବ ଅଡିଟୋରୀଅମରେ ଅନୁଷ୍ଠିତ ଜିଲ୍ଲାର ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ମହାବିଦ୍ୟାଳୟର ବିକାଶ ପାଇଁ ପାଣ୍ଠି ଦେବା ପାଇଁ ଘୋଷଣା କରିଥିଲେ ।

ଇଟିଭି ଭାରତ, କେନ୍ଦୁଝର

Last Updated : Jun 11, 2023, 7:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.