ETV Bharat / state

୩0୯ ବୋତଲ ମଦ ସହ 4 ଫ୍ରିଜ ଜବତ, 4 ଗିରଫ - କେନ୍ଦୁଝରରେ 4 ଗିରଫ

କେନ୍ଦୁଝର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ମଦ ଜବତ କାରବାର । ଅଧିକ ପଢନ୍ତୁ....

୩0୯ ବୋତଲ ମଦ ସହ 4 ଫ୍ରୀଜ ଜବତ, 4 ଗିରଫ
୩0୯ ବୋତଲ ମଦ ସହ 4 ଫ୍ରୀଜ ଜବତ, 4 ଗିରଫ
author img

By

Published : Apr 27, 2021, 11:09 PM IST

କେନ୍ଦୁଝର : କୁବେର ପୂରୀ କୁହାଯାଉଥିବା ଯୋଡ଼ା ଏବେ ଖଣିମାପିଂଆ, କାଠ ଓ ମଦ ମାପିଂଆଙ୍କ ପାଇଁ ଭୂସ୍ଵର୍ଗ ପାଲଟିଥିବା ବେଳେ ଏବେ ଚୋରା ମଦ କାରବାର ମଧ୍ୟ ଚର୍ଚ୍ଚାକୁ ଆସିବାରେ ଲାଗିଛି । ବେଆଇନ ମଦ ଦୋକାନ ଉପରେ ଯୋଡ଼ା ପୋଲିସର ଚଢ଼ାଉ କରିଛି । ଏଥିରେ ୩0୯ ବୋତଲ ମଦ ଓ 4 ଟି ଫ୍ରିଜ୍ ଜବତ କରିବା ସହ 4 ଜଣ ଚୋରା ମଦ ବେପାରୀକୁ ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁସାରେ ଯୋଡ଼ା ହନୁମାନ ହଟିଙ୍ଗରେ ବିନା ଲାଇସେନ୍ସରେ ୩ଟି ସ୍ଥାନରେ ବିଦେଶୀ ମଦ ବିକ୍ରି ହେଉଥିବା ଖବର ପାଇ ଯୋଡ଼ା ପୋଲିସ୍ ଅଚାନକ ଚଢ଼ାଉ କରିଥିଲା । ସେଠାରୁ ବିଭିନ୍ନ ବ୍ରାଣ୍ଡର ୧୫୪ ବୋତଲ ବିଅର, ୧୫୫ ବୋତଲ ବିଦେଶୀ ମଦ ସହ ୪ଟି ଫ୍ରୀଜ୍ ଜବତ୍ କରିଛି ଯୋଡ଼ା ପୋଲିସ୍ । ଘଟଣାରେ ସଂପୃକ୍ତ ୨ମହିଳାଙ୍କ ସମେତ ୩ ଅଭିଯୁକ୍ତ ଗିରଫ୍ କରାଯାଇଛି । ଗିରଫ୍ ଅଭିଯୁକ୍ତମାନେ ହେଲେ, ହନୁମାନ ହଟିଙ୍ଗର ଲକ୍ଷ୍ମୀଧର ସିଂ, ମିନା ଗିରି ଓ ପିଙ୍କି ବେହେରା ବୋଲି ଜଣାପଡିଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଅନେକ ସମୟରେ ମାଫିଆ ମାନେ ଶହ ଶହ ଗଛ କାଟି ଚାଲିଥିବା ଓ ଆଇରନ୍ ଚୋରି ଏଠି କାର ନିତିଦିନିଆ ଖବର ପାଲଟି ବାରେ ଲାଗିଥିବା ବେଳେ ଏଠାରେ ଖଣି ଖାଦାନ ପାଇଁ ପ୍ରତିଦିନ ଏଠାକୁ ଶହ ଶହ ଲୋକ ଆସିଥାଆନ୍ତି । ଏଠାରେ ମଦ କାରବାର ମଧ୍ୟ ଏଠାରେ ଯୋର ଶୋରରେ ଚାଲିଥିବାବେଳେ ପୋଲିସ୍ ହାତରେ ଲାଗିଛି ସଫଳତା ।ତେବେ ଏପରି କାର୍ଯ୍ୟ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.