ETV Bharat / state

ବାଂଶପାଳରୁ ମା’ ଓ ଛୁଆ ହାତୀର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ - ବାଂଶପାଳ

କେନ୍ଦୁଝର ବାଂଶପାଳରେ ୨ ହାତୀଙ୍କ ମୃତଦେହ ଠାବ କରାଯାଇଛି । ଅଧିକ ପଢନ୍ତୁ...

ବାଂଶପାଳରେ 2 ହାତୀ ମୃତ, କାରଣ ଅସ୍ପଷ୍ଟ
ବାଂଶପାଳରେ 2 ହାତୀ ମୃତ, କାରଣ ଅସ୍ପଷ୍ଟ
author img

By

Published : Jul 19, 2021, 4:39 PM IST

କେନ୍ଦୁଝର: ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ ରେଞ୍ଜ ଅଞ୍ଚଳରେ ୨ଟି ହାତୀର ମୃତଦେହ ଠାବ ହୋଇଛି । ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କେନ୍ଦୁଝର DFO ସ୍ବୟଂମ ମଲ୍ଲିକ କିଛି ବରିଷ୍ଠ ବନ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

ଭୂୟାଁ ଜୁଆଙ୍ଗ ପିଢ଼(ବିଜେପି) ରେଞ୍ଜ ଅନ୍ତର୍ଗତ କୁଶକଳା ପଞ୍ଚାୟତର ରବ ଗାଁ ନିକଟରେ ଏହି ୨ ହାତୀର ମୃତଦେହକୁ ଠାବ କରାଯାଇଥିଲା । ଏ ବାବଦରେ ଗାଁ ଲୋକ ବନ ବିଭାଗକୁ ଖବର ଦେଇଛନ୍ତି । ଗତ ରବିବାର ରାତ୍ରିରେ ଖାଦ୍ୟ ଅନୁସନ୍ଧାନରେ ଦଳେ ହାତୀ ରବ ଅଞ୍ଚଳରେ ବୁଲାବୁଲି କରୁଥିଲେ । କିନ୍ତୁ ଆଜି ସକାଳେ ଗୋଟିଏ ବଡ଼ ମାଈ ହାତୀ ଓ ଏକ ଛୋଟ ହାତୀର ମୃତଦେହ ଦେଖିବାକୁ ମିଳିଥିଲା ।

ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଜଣାପଡ଼ିନାହିଁ । ସେପଟେ କେନ୍ଦୁଝର ଡିଏଫଓ ସ୍ବୟଂମ ମଲ୍ଲିକ କିଛି ବରିଷ୍ଠ ବନ ଅଧିକାରୀ ଓ ପ୍ରାଣୀ ଚିକିତ୍ସାଧିକାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁ କାରଣ ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.