ETV Bharat / state

ଫଳାଫଳକୁ ନେଇ ସସ୍ପେନ୍ସରେ କେନ୍ଦ୍ରାପଡ଼ାବାସୀ - anubhab mohanty

କିଛି ଘଣ୍ଟା ପରେ ଆରମ୍ଭ ହେବ ଭୋଟ ଗଣତି । ପ୍ରାର୍ଥୀଙ୍କ ଭାଗ୍ୟ ରହିଥିବା ନିବୁଜ ସିନ୍ଦୁକରୁ ଆସିବ ଫଳାଫଳ। କିଏ ମାରିବ ବାଜି ? ଏନେଇ ନେତାମାନଙ୍କ ମନରେ ଛନକା ଥିବା ବେଳେ ଜନତା ନୀରବ ଏବଂ ପ୍ରଶାସନ ସଜାଗ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା
author img

By

Published : May 22, 2019, 8:46 PM IST

Updated : May 22, 2019, 11:03 PM IST

କେନ୍ଦ୍ରାପଡ଼ା: ରାତି ପାହିଲେ ଭୋଟ ଗଣତି । ସନ୍ଧ୍ୟା ଯାଏଁ ଛାତି ଭିତରେ ରହିବ ଡର ଆଉ ଶଙ୍କା । କିଏ ହେବ ବାଜିଗର, କିଏ ଚାଖିବ ପରାଜୟର ସ୍ବାଦ । ସେସବୁ ଉପରୁ ଉଠିବ ପରଦା । ଗଣତି ପରେ ଚିତ୍ର ସ୍ପଷ୍ଟ ହେବ । ଏଭଳି ସମୟରେ ସାରା ରାଜ୍ୟର ନଜର ରହିଛି କେନ୍ଦ୍ରାପଡା ଲୋକସଭା ଆସନ । ଗୋଟିଏ ଆସନରେ ଦୁଇଟି ଦଳର ମାନସମ୍ମାନ, ପତିଆରା ବାଜିରେ ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

ଫଳାଫଳର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ରାପଡା ଅନୁଭବ ମହାନ୍ତି ବିଜୟ ମୁକୁଟ ପିନ୍ଧିବେ ବୋଲି ଆଶାବାଦୀ ଅଛନ୍ତି ମହାକାଳପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ । ଅନ୍ୟପଟେ ଗଣତିକୁ ନେଇ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗଣନା କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି । ମୋଟ ଆଠ ପ୍ଲାଟୁନ ପୋଲିସ ଫୋର୍ସ ସହ ଏକ କମ୍ପାନୀ ବିଏସଏଫ ଯବାନଙ୍କୁ ମୁତୟନ କରଯାଇଛି । ସେହିଭଳି ଶୃଙ୍ଖଳିତ ଭାବରେ ଏହି ମତଗଣନା କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ।

ସେହିପରି ସମସ୍ତ ଗଣତି କେନ୍ଦ୍ରରେ ୧୪ଟି ଲେଖାଏଁ ଟେବୁଲର ବ୍ୟବସ୍ଥା ରହିଥିବା ବେଳେ ୪୫୦ଜଣ ଭୋଟ ଗଣନାକାରୀଙ୍କ ଦ୍ୱାରା ଭୋଟ ଗଣନା କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି । ତୁଳସୀକ୍ଷେତ୍ର କେନ୍ଦ୍ରାପଡା କାହା ହାତ ମୁଠାକୁ ଆସିବ, ସେ ସମୀକରଣର ସମାଧାନ ମଧ୍ୟ କାଲି ହୋଇଯିବ । ଏବେ କାଲିର ଗଣତିକୁ ଅପେକ୍ଷା, ଆଉ ଫଳାଫଳ ପାଇଁ ପ୍ରତୀକ୍ଷା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

22.05.2019
Radhakanta Mohanty, Kendrapada(PKG)
Slug-od_kpr_counting preparation_script_7204459
Anchor-ରାତି ପାହିଲେ ହେବ ଭୋଟ ଗଣତି।ପ୍ରାର୍ଥୀଙ୍କ ଭାଗ୍ୟ ରହିଥିବା ନିବୁଜ ସିନ୍ଦୁକରୁ ଆସିବ ଫଳାଫଳ।କିଏ ମାରିବ ବାଜି?ଏନେଇ ନେତାମାନଙ୍କ ମନରେ ଛନକା ଥିବା ବେଳେ ଜନତା ନୀରବ ଏବଂ ପ୍ରଶାସନ ସଜାଗ।
VO1-କେନ୍ଦ୍ରାପଡ଼ା ଜିଲ୍ଲାରେ ଚଳିତ ୧୯ ମସିହା ନିର୍ବାଚନଫଳାଫଳ  ପାଇଁ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା।ଲୋକସଭା ପାଇଁବିଜେଡି ପ୍ରାର୍ଥୀ ଅନୁଭବ ଓ ବିଜେପି ପ୍ରାର୍ଥୀ ବୈଜୟନ୍ତଙ୍କ ମଧ୍ୟରେ କଡା଼ ମୁକାବିଲା ହେବାକୁ ଥିବା ବେଳେ ଏଥିରେ ଅନୁଭବ ତଥା ବିଜୁ ଜନତା ଦଳର ବିଜୟ ହେବ ବୋଲି କହିବା ସହ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ହିଁ ବିଜୟ ହେବ ବୋଲି କହିଛନ୍ତି ଦଳର ମହାକାଳପଡ଼ା ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ।ଗତଥର ଅପେକ୍ଷା ଚଳିତଥର ମହାକାଳପଡ଼ାବାସୀ ତାଙ୍କୁ ବହୁ ଭୋଟ ବ୍ୟବଧାନରେ ବିଜୟୀ କରାଇବେ ବୋଲି ଆଶାବାଦୀ ଅଛନ୍ତି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଏହି ବିଜେଡି ନେତା।
ବାଇଟ-ଅତନୁ ସବ୍ୟସାଚୀ ନାୟକ(ବିଜେଡି ବିଧାୟକ ପ୍ରାର୍ଥୀ,ମହାକାଳପଡ଼ା)
VO2-ଅପରପକ୍ଷରେ ଜିଲ୍ଲାରେ ଆସନ୍ତାକାଲିର ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା ଜିଲ୍ଲାସାରା କରାଯାଇଥିଲା ବେଳେ ଗଣନା କେନ୍ଦ୍ର ମଧ୍ୟରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି।ମୋଟ ଆଠ ପ୍ଲାଟୁନ ପୋଲିସ ଫୋର୍ସ ସହ ଏକ କମ୍ପାନୀ ବିଏସଏଫ ଯବାନ ଗଣତି କେନ୍ଦ୍ରରେ ରହିବାର ବ୍ୟବସ୍ଥା କରାଯାଇଛି।ମତାଗଣନା କେନ୍ଦ୍ର ହୋଇଥିବା କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦୁଇ ନମ୍ବର ଫାଟକ ଦେଇ ଜନସାଧାରଣ ପଡିଆ ମଧ୍ୟରେ ଲଗାଯାଇଥିବା ଏଲସିଡି ମାଧ୍ୟମରେ ଫଳାଫଳ ଜାଣିପାରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି ନୀତିଶେଖର।ସେହିପରି ସମସ୍ତ କାଉଁଟିଙ୍ଗ ହଲରେ ୧୪ଟି ଲେଖାଏଁ ଟେବୁଲର ବ୍ୟବସ୍ଥା ରହିଥିବା ବେଳେ ୪୫୦ଜଣ ଭୋଟ ଗଣନାକାରୀଙ୍କ ଦ୍ୱାରା ଭୋଟ ଗଣନା କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି।ଶୃଙ୍ଖଳିତ ଭାବରେ ଏହି ମତାଗଣନା କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୌଧୁରୀ।
ବାଇଟ-ନୀତିଶେଖର(ଏସପି, କେନ୍ଦ୍ରାପଡ଼ା)
ବାଇଟ-ପ୍ରେମ ଚନ୍ଦ୍ର ଚୌଧୁରୀ(ଜିଲ୍ଲାପାଳ,କେନ୍ଦ୍ରାପଡ଼ା)
FVO-ଆସନ୍ତାକାଲି ଜିଲ୍ଲାର ବହୁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଢ଼ ଭାବରେ ଦମନ ପାଇଁ ତୀକ୍ଷ୍ଣ ଦୃଷ୍ଟି ରଖିଛି।
Last Updated : May 22, 2019, 11:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.