ETV Bharat / state

ନିର୍ବାଚନୀ ପ୍ରଚାରରେ ପାଟକୁରା ବିଧାୟିକାଙ୍କୁ ବିରୋଧ

ପଞ୍ଚାୟତ ନିର୍ବାଚନ ପ୍ରଚାରରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କୁ ଜୋରଦାର ବିରୋଧ କରୁଛନ୍ତି ସାଧାରଣ ଜନତା । ଅଧିକ ପଢନ୍ତୁ

ନିର୍ବାଚନୀ ପ୍ରାଚାରରେ ପାଟକୁରା ବିଧାୟିକାଙ୍କୁ ଜୋରଦାର ବିରୋଧ

author img

By

Published : Feb 14, 2022, 12:54 PM IST

Updated : Feb 14, 2022, 1:31 PM IST

କେନ୍ଦ୍ରାପଡ଼ା: ବିପୁଳ ଭୋଟରେ ବିଜୟୀ ହେଲେ କିନ୍ତୁ ଜନତାଙ୍କୁ ଭୁଲିଗଲେ । ଶେଷରେ ପଞ୍ଚାୟତ ନିର୍ବାଚନ ପ୍ରଚାରରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କୁ ଜୋରଦାର ବିରୋଧ କଲେ ସାଧାରଣ ଜନତା । ଖାଲି ସାଧାରଣ ଜନତା ନୁହଁନ୍ତି ଦଳୀୟ କର୍ମୀ ମଧ୍ୟ ବିରୋଧ କରିଛନ୍ତି । ଯାହା ଏବେ ଦଳର ଅନ୍ତଃ କନ୍ଦଳକୁ ପଦାରେ ପକାଇଛି ।

ନିର୍ବାଚନୀ ପ୍ରଚାରରେ ପାଟକୁରା ବିଧାୟିକାଙ୍କୁ ବିରୋଧ

ଗତ ୨୦୧୯ ଉପନିର୍ବାଚନରେ ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ୍ ବ୍ଳକରୁ ସାବିତ୍ରୀ ବିଜୟୀ ହୋଇଥିଲେ ମଧ୍ୟ ଥରୁଟିଏ ବ୍ଲକର କୌଣସି ପଞ୍ଚାୟତ କିମ୍ବା ଗାଁ ବୁଲିନାହାନ୍ତି । କିନ୍ତୁ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରି ଭୋଟରଙ୍କ ନିକଟକୁ ଯିବାରୁ ସାବିତ୍ରୀଙ୍କୁ ଜୋରଦାର ବିରୋଧର ସମ୍ମୁଖୀନ ହେବାକୁ ପଡୁଛି ।

ସେହିପରି ଏକାଧିକ ପ୍ରାର୍ଥୀ ସରପଞ୍ଚ ଓ ସମିତିସଭ୍ୟ ଭାବେ ଅନେକ ପ୍ରାର୍ଥୀ ପତ୍ର ଦାଖଲ କରିଥିବାରୁ କେବଳ କିଛି ଜଣଙ୍କ ନାମ ସରପଞ୍ଚ ଓ ସମିତିସଭ୍ୟ ଭାବେ ଘୋଷଣା ହୋଇଥିଲା । ଏହାକୁ ନେଇ ଦଳୀୟ ଆକ୍ରୋଶର ଶିକାର ହୋଇଛନ୍ତି ବିଧାୟିକା ସାବିତ୍ରୀ । ପ୍ରଥମେ ଡେରାବିଶ୍ ବ୍ଲକ ଅଧିନ ରଘୁଦେଇପୁର ପଞ୍ଚାୟତ ପରେ ବାଲିଆ ପଞ୍ଚାୟତ ଅନ୍ତର୍ଗତ ମୁଲଣାପାଟଣା ଗାଁରେ ଜନସାଧାରଣ ଓ ବିଜେଡି କର୍ମୀ ସାବିତ୍ରୀଙ୍କୁ ବିରୋଧ କରିଥିବା ବେଳେ ଗତକାଲି ଛୋଟି ପଞ୍ଚାୟତ ପଲ୍ଲୀ ରଘୁନାଥପୁର ଗାଁରେ ବିଧାୟିକାଙ୍କ ଗାଡିକୁ ଅଟକାଇ ବିରୋଧ ପ୍ରଦର୍ଶନ କରାଯାଇଛି । ଆସନ୍ତାକାଲି ଡେରାବିଶ୍ ବ୍ଲକରେ ମତଦାନ ଥିବାରୁ ଏହା ପୂର୍ବରୁ ଶାସକ ଦଳର ବିଧାୟିକାଙ୍କୁ ଏଭଳି ବିରୋଧ ଏକ ଭିନ୍ନ ବାତାବରଣ ସମଗ୍ର ବ୍ଲକ ଅଞ୍ଚଳରେ ସୃଷ୍ଟି ହୋଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Feb 14, 2022, 1:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.