ETV Bharat / state

୩ଦିନିଆ କେନ୍ଦ୍ରାପଡ଼ା ଗସ୍ତରେ କେନ୍ଦ୍ର କ୍ରୀଡା ରାଷ୍ଟ୍ରମନ୍ତ୍ରୀ, ବିଭିନ୍ନ ଲୋକାଭିମୁଖି ଯୋଜନାର କରିବେ ସମୀକ୍ଷା

author img

By

Published : Sep 10, 2022, 5:51 PM IST

ସାଙ୍ଗଠନିକ ସ୍ଥିତି ସହ ବିଜେପିର ଦଳୀୟ ଶକ୍ତି ବୃଦ୍ଧି ଏବଂ ବିଭିନ୍ନ ଲୋକାଭିମୁଖି ଯୋଜନାର ସୁବିନିଯୋଗ ସମୀକ୍ଷା କରିବା ପାଇଁ ତିନିଦିନିଆ କେନ୍ଦ୍ରାପଡ଼ା ଗସ୍ତରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ୍‌ ପ୍ରାମାଣିକ । ଅଧିକ ପଢ଼ନ୍ତୁ

union minister Nisith Pramanik visit kendrapara
ତିନିଦିନିଆ କେନ୍ଦ୍ରାପଡ଼ା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନିଶିଥ, ବିଭିନ୍ନ ଲୋକାଭିମୁଖି ଯୋଜନାର ସମୀକ୍ଷା କରିବେ

କେନ୍ଦ୍ରାପଡ଼ା: ୩ଦିନିଆ କେନ୍ଦ୍ରାପଡ଼ା ଗସ୍ତରେ ଭାରତ ସରକାରଙ୍କ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ୍‌ ପ୍ରାମାଣିକ (Nisith Pramanik)। ସାଙ୍ଗଠନିକ ସ୍ଥିତି ସହ ବିଜେପିର ଦଳୀୟ ଶକ୍ତି ବୃଦ୍ଧି ଏବଂ ବିଭିନ୍ନ ଲୋକାଭିମୁଖି ଯୋଜନାର ସୁବିନିଯୋଗ ସମୀକ୍ଷା କରିବା ପାଇଁ ଆଜି କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ । ମଧ୍ୟାହ୍ନରେ ତିନିମୁହାଣୀ ଛକରେ ପହଞ୍ଚିବା ପରେ ମନ୍ତ୍ରୀଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ତିନିଦିନିଆ କେନ୍ଦ୍ରାପଡ଼ା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନିଶିଥ

ଆଜି ଦିନର କାର୍ଯ୍ୟସୂଚୀ ଅନୁସାରେ ଏଠାରେ ପହଞ୍ଚିବା ପରେ ସ୍ଥାନୀୟ ଗରାପୁରର ଏକ ଘରୋଇ ମଣ୍ଡପରେ କେନ୍ଦ୍ରମନ୍ତ୍ରୀ, ଲୋକସଭା କୋର୍‌ କମିଟି ସଦସ୍ୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଅପରାହ୍ନ ୩ଟାରୁ ୪ଟା ପର୍ଯ୍ୟନ୍ତ ବିଜେପିର ସମସ୍ତ ମୋର୍ଚ୍ଚା ନେତୃବୃନ୍ଦଙ୍କ ସହ ଆଲୋଚନା ପରେ ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧନ କରିବେ କେନ୍ଦ୍ରମନ୍ତ୍ରୀ ପ୍ରାମାଣିକ । ସନ୍ଧ୍ୟାରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ପରେ ଆଜିର ଗସ୍ତ କାର୍ଯ୍ୟକ୍ରମ ସମାପ୍ତ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ମିଡିଆ ସେଲ ପ୍ରମୁଖ ନେହୁର ସାହୁ।

ଏହା ମଧ୍ୟ ପଢ଼ନ୍ତୁ: ଭୁବନେଶ୍ବରରେ ପହଞ୍ଚିଲେ ଆଉ ଦୁଇ କେନ୍ଦ୍ରମନ୍ତ୍ରୀ

୨୦୨୪ ନିର୍ବାଚନ ଆଗୁଆ ପ୍ରସ୍ତୁତ ହେଉଛି ବିଜେପି । ଏହି ପରିପ୍ରକ୍ଷୀରେ ଆଜି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ(Bhupender Yadav) ମଧ୍ୟ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୂପେନ୍ଦ୍ର ଯାଦବଙ୍କୁ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପ୍ରାମାଣିକଙ୍କୁ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଅନ୍ୟ ବିଜେପି ନେତାମାନେ ଭୁବନେଶ୍ବର ବିମାନ ବନ୍ଦରରେ ସ୍ବାଗତ ଜଣାଇଥିଲେ ।

ସେଠାରୁ ଦୁଇ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରାପଡା ଅଭିମୁଖେ ଯାତ୍ରା କରିଛନ୍ତି । ସେହିପରି ଆସନ୍ତା ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତର କାର୍ଯ୍ୟକ୍ରମ ରହିଛି । କିନ୍ତୁ ନଡ୍ଡାଙ୍କ ଗସ୍ତ ପୂର୍ବରୁ ୭ ଜଣେ କେନ୍ଦ୍ରମନ୍ତ୍ରୀ ଏବେ ଓଡିଶାରେ ପହଞ୍ଚିଛନ୍ତି । ଏହାକୁ ନେଇ ଓଡିଶା ରାଜନୀତି ସରଗରମ୍ ରହିଛି । ତେବେ ଗତମାସରେ ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଓଡିଶା ଆସିଥିଲେ । ପରେ ନୂଆ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ମଧ୍ୟ ରାଜ୍ୟରେ ପହଞ୍ଚିଥିଲେ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରର ବିଭିନ୍ନ ବିଭାଗର ମନ୍ତ୍ରୀମାନେ ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.