ETV Bharat / state

4ଦିନ ହେବ ଦୁଇ ନାବାଳକ ନିଖୋଜ, ପରିବାରକୁ ଭେଟିଲେ ବିଜେପି ନେତା

କେନ୍ଦ୍ରାପଡ଼ାରେ ଗତ 4 ଦିନ ହେବ ଦୁଇ ନାବାଳକ ନିଖୋଜ ଅଛନ୍ତି । ଘଟଣାରେ ପରିବାରକୁ ଭେଟିଛନ୍ତି ବିଜେପି ଟିମ୍‌ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 12, 2023, 9:31 AM IST

Updated : Sep 12, 2023, 1:02 PM IST

minor boy missing in kendrapara
4ଦିନ ହେବ ଦୁଇ ନାବାଳକ ନିଖୋଜ
4ଦିନ ହେବ ଦୁଇ ନାବାଳକ ନିଖୋଜ

କେନ୍ଦ୍ରାପଡା: ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଭାରିଗୋଳ ଗ୍ରାମର ଦୁଇ ନାବାଳକ ନିଖୋଜ ଅଛନ୍ତି । 4 ଦିନ ହେବ ଦୁଇଜଣଙ୍କର କୌଣସି ଖୋଜ ଖବର ମିଳୁନାହିଁ । ଦୁଇଜଣ ଛାତ୍ର ନିଖୋଜ ଘଟଣାକୁ ନେଇ କେନ୍ଦ୍ରାପଡ଼ାରେ ଚଞ୍ଚଲ୍ୟ ଖେଳି ଯାଇଛି । ଗୋଟିଏ ଦିନରେ ଏକ ସଙ୍ଗରେ ଦୁଇ ନାବାଳକ ସ୍କୁଲ ଯିବା ବାଟରୁ ନିଖୋଜ ହୋଇଛନ୍ତି ଦୁଇ ନାବାଳକ ସ୍କୁଲ ଛାତ୍ର । ଘଟଣାକୁ ନେଇ ଏକ ବିଜେପି ନେତା ନିଖୋଜ ନାବାଳକଙ୍କ ପରିବାରକୁ ଭେଟିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଭାରିଗୋଳ ଗ୍ରାମର 13 ବର୍ଷୀୟ ଶୁଭଙ୍କର ମଳିକ ଓ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦକ୍ଷିଣଖଣ୍ଡ ଭୋଳ ଗ୍ରାମର 13 ବର୍ଷୀୟ ସୋନୁ ମଳିକ ନିଖୋଜ ଅଛନ୍ତି । ଗତ ଶୁକ୍ରବାର ଅର୍ଥାତ ସେପ୍ଟେମ୍ବର 8 ତାରିଖରୁ ଉଭୟ ଘରୁ ସ୍କୁଲ ଯିବାକୁ ବାହାରିଥିଲେ । ସେମାନେ ପଢ଼ୁଥିବା ହରିଅଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ନଥିଲେ । ବିଦ୍ୟାଳୟ ଛୁଟି ହେବାର ବହୁ ବିଳମ୍ବ ପରେ ଉଭୟ ଛାତ୍ର ଶୁଭଙ୍କର ଓ ସୋନୁ ଘରେ ପହଞ୍ଚି ନଥିଲେ । ଏହା ପରେ ପରିବାର ଲୋକ ଦୁଇ ଛାତ୍ରଙ୍କୁ ଖୋଜାଖୋଜି ଆରମ୍ଭ ହୋଇଥିଲା । ଘର ଲୋକେ ଦୁହିଁଙ୍କୁ ଖୋଜାଖୋଜି କରି ନପାଇବାରୁ ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଘଟଣାକୁ 4 ଦିନ ବିତିଥିଲେ ବି ଦୁଇ ନାବାଳକ ଛାତ୍ରଙ୍କର କୌଣସି ଖୋଜ ଖବର ମିଳିନାହିଁ ।

ଏହା ବି ପଢନ୍ତୁ...ନାବାଳକ ନରବଳି ଘଟଣା: ଭୟରେ ମୃତକଙ୍କ ପରିବାର, ସିବିଆଇ ତଦନ୍ତ ଦାବି କଲେ ବିଜେପି ନେତା

ସୋନୁଙ୍କ ବାପା ବାଇନ ମଳିକ କେନ୍ଦ୍ରାପଡ଼ା ସଦର ଥାନାରେ ଓ ଶୁଭଙ୍କରର ପରିବାର ଲୋକେ କୁଦାନଗରୀ ଥାନାରେ ନିଖୋଜ ଅଭିଯୋଗ ଦେଇଛନ୍ତି । କୁଦାନଗରୀ ଥାନାରେ 323/23 ଓ କେନ୍ଦ୍ରାପଡ଼ା ସଦର ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ସୂଚନା ମିଳିଛି । ତେବେ ଛାତ୍ର ଦୁହିଁଙ୍କ ନିଖୋଜ ଘଟଣାକୁ ଚାରି ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ନିଖୋଜ ଦୁଇ ନାବାଳକଙ୍କ ପତ୍ତା ମିଳି ପାରିନାହିଁ । ଶୁଭଙ୍କର ଓ ସୋନୁ ନିଖୋଜ ହେବା ପରେ ସେମାନଙ୍କ ପରିବାରବର୍ଗଙ୍କ ଆଖିରୁ ଲୁହ ଶୁଖୁନି।

ଏହା ବି ପଢନ୍ତୁ...ସ୍କୁଲ ପଡିଆରୁ 10ଦିନ ହେବ ନିଖୋଜ ଅରବିନ୍ଦ, ଅପହରଣ ସନ୍ଦେହ

ଅନ୍ୟପଟେ ଏହି ଦୁଇ ନିଖୋଜ ଛାତ୍ରଙ୍କ ପରିବାରକୁ ଭେଟିଛନ୍ତି ବିଜେପି ରାଜ୍ୟ ପ୍ରବକ୍ତା ତଥା ପାଟକୁରା ବିଜେପି ଯୁବ ନେତା ତେଜେଶ୍ୱର ପରିଡ଼ା । ତେଜେଶ୍ୱର ଉଭୟ ସୋନୁ ଓ ଶୁଭଙ୍କର ପାଠ ପଢ଼ୁଥିବା ହରିଅଙ୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ବିଦ୍ୟାଳୟ 5T ଅଧିନରେ ଯାଉଥିବା ବେଳେ ଏଠାରେ ସିସିଟିଭି ଲଗାଯିବା ସତ୍ତ୍ୱେ ସେଗୁଡିକ ମଧ୍ୟରୁ ଅଧା କାମ କରୁନଥିବା ଓ ଆଉ ଅଧା ରେକର୍ଡ଼ିଂ ରଖୁନଥିବା ଜାଣିବାକୁ ପାଇଛନ୍ତି । ରେକର୍ଡ଼ିଂ ଥିଲେ ହୁଏତ ସେ ଦିନର ଘଟଣାବଳୀ ସମ୍ପର୍କରେ ପୋଲିସ କିଛି ସୁରାକ ପାଇ ପାରିଥାନ୍ତା ବୋଲି କହିଛନ୍ତି ବିଜେପି ନେତା ତେଜେଶ୍ୱର ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Sep 12, 2023, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.