ETV Bharat / state

ମଧୁବାରୁଣୀ ସଙ୍ଗମସ୍ଥଳୀରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ, ଉତ୍ସବମୁଖର ଚଣ୍ଡୀଦେବୀ ପୀଠ - ଆରମ୍ଭ ହୋଇଯାଇଛି ବିଶ୍ବପ୍ରସିଦ୍ଧ ବରୁଣୀ ସ୍ନାନ

ଆରମ୍ଭ ହୋଇଯାଇଛି ବିଶ୍ବପ୍ରସିଦ୍ଧ ବରୁଣୀ ସ୍ନାନ । ଦୂରଦୂରାନ୍ତରୁ ଲାଗିଛି ଭକ୍ତଙ୍କ ଭିଡ । ପ୍ରତିବର୍ଷ ଚୈତ୍ର କୃଷ୍ଣ ଦ୍ଵାଦଶୀ ଅଥବା ତ୍ରୟୋଦଶୀ ତିଥିରେ ପଡିଥାଏ ବାରୁଣୀ ସ୍ନାନ । ଅଧିକ ପଢ଼ନ୍ତୁ

ଆରମ୍ଭ ହୋଇଯାଇଛି ବିଶ୍ବପ୍ରସିଦ୍ଧ ବରୁଣୀ ସ୍ନାନ

author img

By

Published : Mar 19, 2023, 4:20 PM IST

ଆରମ୍ଭ ହୋଇଯାଇଛି ବିଶ୍ବପ୍ରସିଦ୍ଧ ବରୁଣୀ ସ୍ନାନ

କେନ୍ଦ୍ରାପଡ଼ା: ପ୍ରସିଦ୍ଧ ବାରୁଣୀ ସ୍ନାନ ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଚୈତ୍ର କୃଷ୍ଣ ଦ୍ଵାଦଶୀ ଅଥବା ତ୍ରୟୋଦଶୀ ତିଥିରେ ପଡିଥାଏ ବାରୁଣୀ ସ୍ନାନ । ପୌରାଣିକଠାରୁ ଆଧ୍ୟାତ୍ମିକ ଚେତନା ଓ ବୈଜ୍ଞାନିକ କାରଣ ରହିଛି ଏହି ସ୍ନାନରେ । ଦୂରଦୂରାନ୍ତରୁ ଭକ୍ତ ଏହି ସ୍ନାନ ପାଇଁ ଆସିଥାନ୍ତି । ଯାହାକୁ ନେଇ ଉତ୍ସବମୁଖର ହୋଇ ଉଠିଛି କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ।

ତେବେ କେନ୍ଦ୍ରାପଡ଼ା ନିକିରାଇ ଥାନା ଅଧିନ ଇନ୍ଦୁପୁରର ଅଧିଷ୍ଠାତ୍ରୀ ଦେବୀ ମା' ଚଣ୍ଡୀଦେବୀଠାରେ ଲାଗିଥାଏ ଭକ୍ତଙ୍କ ଭିଡ । ମା' ଚଣ୍ଡୀଦେବୀଙ୍କୁ ପ୍ରାତଃ ସମୟରୁ ସ୍ନାନ କରାଯିବା ପରେ ଆରମ୍ଭ ହୋଇଥାଏ ଏହି ବାରୁଣୀ ସ୍ନାନ । କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ଡେରାବିଶ୍ ବ୍ଲକ ସମେତ ପଡୋଶୀ ଯାଜପୁର ଜିଲ୍ଲାର ବରୀ ଓ ବିଞ୍ଝାରପୁର ଅଞ୍ଚଳରୁ ବାରୁଣୀରେ ବୁଡ଼ ପକାଇବା ପାଇଁ ଭିଡ଼ ଲାଗିଥାଏ । ବ୍ରାହ୍ମଣୀ, ବିରୂପା ଓ ବିଲୁପ୍ତ ପ୍ରାୟ କେଲୁଅ ନଦୀର ସଙ୍ଗମସ୍ଥଳୀ ଇନ୍ଦୁପୁରର ଗୋଟିଏ ପଟେ ମା ଚଣ୍ଡୀଦେବୀ ଅନ୍ୟପଟେ ମା ବିରଜାଙ୍କ ଦର୍ଶନ କରି ଧନ୍ୟ ହୋଇଥାଏ ଶ୍ରଦ୍ଧାଳୁ ।

ତେବେ ବାରୁଣୀରେ ବୁଡ ପକାଇଲେ ତିନି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରଖି ଏଠାରେ ବୁଡ଼ ପକାଇଥାନ୍ତି ଭକ୍ତ । ରାତ୍ରର ଚତୁର୍ଥ ପ୍ରହରରେ ଏହି ତ୍ରିନଦୀ ସଙ୍ଗମସ୍ଥଳରୁ ପବିତ୍ର ଜଳକୁ ଚଣ୍ଡୀଦେବୀଙ୍କ ପୂଜକ ଆଣି ମା'ଙ୍କୁ ସ୍ନାନ କରାଇବା ପରେ ଅପେକ୍ଷାରତ ଭକ୍ତମାନେ ବୁଡ଼ ପକାଇଥାନ୍ତି । ଏହାପରେ ମା'ଙ୍କର ସର୍ବାଙ୍ଗ ଶରୀର ଲାଗି କରାଯାଇ ମା'ଙ୍କର ନବଦୁର୍ଗା ବେଶ କରାଯାଇଥାଏ ଆଉ ସ୍ନାନ ସାରି ମା'ଙ୍କର ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବା ପାଇଁ ଭକ୍ତ ଅପଲକ ନୟନରେ ଚାହିଁ ରହିଥାଏ ।

କେବଳ ସ୍ନାନ ନୁହେଁ, ନବ ବିବାହିତ ଏହି ବାରୁଣୀ ବୁଡ଼ ପକାଇ ବିବାହ କର୍ମରେ ବ୍ୟବହାର ହୋଇଥିବା ପଉଡ ମସିଣା, ବିବାହ ମୁକୁଟ ଆଦି ବିସର୍ଜନ କରିଥାଆନ୍ତି । ସେପଟେ ଏହି ନଦୀ ଭିତରକନିକା ସହ ସଂଯୋଗ ହୋଇଥିବାରୁ ଅନେକ ସମୟରେ କୁମ୍ଭୀରମାନେ ନଦୀରେ ଆସିଥାନ୍ତି ଯେଉଁଥିପାଇଁ ନଦୀ କୂଳରେ କୁମ୍ଭୀର ପ୍ରତି ସାବଧାନ ରହିବା ପାଇଁ ସଚେତନ କରାଯାଇଛି ।

ତେବେ ସ୍ନାନ ପାଇଁ ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୁଷ ଓ ନାରୀଙ୍କ ପାଇଁ ଅସ୍ଥାୟୀ ଘାଟ ନିର୍ମାଣ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମଟର ଚାଳିତ ବୋଟ ସହିତ ଲାଇଫ ସପୋର୍ଟ ଜ୍ୟାକେଟ ମଧ୍ୟ ମହଜୁଦ ରଖାଯାଇଛି । ଆସନ୍ତାକାଲି ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଅପରପକ୍ଷରେ ଲୋକ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଛିନତାଇ ଓ ଲୁଟ୍‌କୁ ପ୍ରତିହତ କରିବା ପାଇଁ ସାଧା ପୋଷାକରେ ପୋଲିସ ମୁତୟନ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ।, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.