କେନ୍ଦ୍ରାପଡ଼ା: ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ, ଜଳିଗଲା ଘର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜକନିକା ବ୍ଳକ ଅଚ୍ୟୁତପୁର ଗ୍ରାମରେ ବାସ କରୁଥିବା କ୍ଷୀରୋଦ ମହାନ୍ତିଙ୍କ ଘରେ । ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ୨ ବଖରା ଘର ଓ ଧାନ ଚାଉଳ ସହ ଘରର ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହେଇଯାଇଛି ଏବଂ ଜଣେ ଆହତ ମଧ୍ୟ ହୋଇଛନ୍ତି ।
ଗ୍ୟାସ ଟାଙ୍କି ବିସ୍ଫୋରଣର ମାତ୍ରା ଏପରି ଥିଲା ଯେ ଦୀର୍ଘ ସମୟ ଧରି ସ୍ଥାନୀୟ ଅଞ୍ଚଳରେ ଭୟର ବାତବାରଣ ସୃଷ୍ଟି ହୋଇଥିଲା। ଏହା ବ୍ୟତୀତ ନିକଟରେ ଥିବା ଅନ୍ୟଏକ ଘରର ନଷ୍ଟ ହେଇଯାଇଥିବା ସୂଚନା ମିଳିଛି । ପରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ