ETV Bharat / state

କେନ୍ଦ୍ରାପଡାରେ ରାଜ୍ୟର ଦ୍ଵିତୀୟ ବ୍ୟୟବହୁଳ ସଂସ୍କୃତି ଭବନ ଲୋକାର୍ପିତ

author img

By

Published : Oct 22, 2022, 8:46 AM IST

୪କୋଟି ଟଙ୍କା ବ୍ୟୟରେ କେନ୍ଦ୍ରାପଡାରେ ରାଜ୍ୟର ଦ୍ଵିତୀୟ ବ୍ୟୟବହୁଳ ସଂସ୍କୃତି ଭବନ ଲୋକାର୍ପିତ । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ରାଜ୍ୟର ଦ୍ଵିତୀୟ ବ୍ୟୟବହୁଳ ସଂସ୍କୃତି ଭବନ ଲୋକାର୍ପିତ
କେନ୍ଦ୍ରାପଡାରେ ରାଜ୍ୟର ଦ୍ଵିତୀୟ ବ୍ୟୟବହୁଳ ସଂସ୍କୃତି ଭବନ ଲୋକାର୍ପିତ

କେନ୍ଦ୍ରାପଡା: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକାର୍ପିତ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ସଂସ୍କୃତି ଭବନ । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ(Minister Atanu Sabyasachi Nayak) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅତ୍ୟାଧୁନିକ ସଂସ୍କୃତି ଭବନକୁ ଲୋକାର୍ପିତ କରିଛନ୍ତି । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଲାର ରାଜନଗର, ପାଟକୁରା ଓ କେନ୍ଦ୍ରାପଡ଼ା ବିଧାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

୨୦୧୮ ମସିହା ଫେବ୍ରୁଆରୀ ମାସରେ ତତ୍କାଳୀନ କେନ୍ଦ୍ରାପଡ଼ା ସାଂସଦ ତଥା ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ସଂସ୍କୃତି ଭବନର ଉଦଘାଟନ କରିଥିଲେ । ସାଂସଦ ପାଣ୍ଠିରୁ ସେତେବେଳେ ୩ କୋଟି ୭୦ଲକ୍ଷ ୧ ହଜାର ୭୮୦ ଟଙ୍କା ଖର୍ଚ୍ଚ କରାଯାଇଥିଲା । ରାଜ୍ୟ ସଂସ୍କୃତି ବିଭାଗ ଏଥିପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା । ତେବେ ୨୦୧୮ ମସିହାରେ ଉଦଘାଟନ ପରେ ବୈଜୟନ୍ତଙ୍କ ପ୍ରତି ବିଦ୍ବେଷ ନୀତି ଯୋଗୁଁ ଏହା ଭଗ୍ନ ପ୍ରାୟ ହୋଇପଡିଥିଲା । ଏହି ସମ୍ପର୍କରେ ଇଟିଭି ଭାରତ ଗତବର୍ଷ ଖବର ପ୍ରସାରଣ କରିବା ପରେ ସଂସ୍କୃତି ଭବନର ପୁନଃରୁଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ମନରେ ଚେତା ପଶିଥିଲା । ତେବେ ଦୀର୍ଘ ଦିନ ପରେ ଏହା ଲୋକାର୍ପିତ ହୋଇଥିବା ବେଳେ ଏହି ସଂସ୍କୃତି ଭବନ ରାଜ୍ୟର ଦ୍ଵିତୀୟ ବ୍ୟୟବହୁଳ ସଂସ୍କୃତି ଭବନ ରୂପେ ପରିଗଣିତ ହୋଇଛି ।

ଏହାମଧ୍ୟ ପଢନ୍ତୁ: ସହାନୁଭୂତି ମାଗୁଛି ସଂସ୍କୃତି ଭବନ, ସାମଗ୍ରୀ ଲୁଟି ନେଲେଣି ଦୁର୍ବୃତ୍ତ

ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବ୍ରହ୍ମପୁର ସହରରେ ଏହିଭଳି ଏକ ସଂସ୍କୃତି ଭବନ(Sanskriti Bhawan) ନିର୍ମାଣ କରିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ଗୁଆଳସିଂ ପଞ୍ଚାୟତରେ ଏହା ଦ୍ଵିତୀୟ । ୨୦୧୪ ମସିହା ନଭେମ୍ବର ମାସରେ ଏହି ସଂସ୍କୃତି ଭବନ ପାଇଁ ଶୁଭ ଦିଆଯାଇଥିଲା । ଏହାକୁ ଲୋକାର୍ପିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ୮ ବର୍ଷ ଲାଗିଯାଇଛି । ଏହି ବିଳମ୍ବ ସମ୍ପର୍କରେ ମନ୍ତ୍ରୀଙ୍କୁ ପଚରାଯିବାରୁ ସେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ତେବେ ସଂସ୍କୃତି ଭବନର ଲୋକାର୍ପଣ ସମାରୋହରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଯୋଗ ଦେଇ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.