ETV Bharat / state

ମା' ବୁଢ଼ୀ ଜାଗୁଳାଇ ପୀଠରେ ଜାଗ୍ରତ ଗୌରୀ ପଞ୍ଚମୀରେ ଶତାଧିକ ବଳି, ପୋଲିସ ପାଖରେ ଖବର ନାହିଁ - ଜାଗ୍ରତ ଗୌରୀ ପଞ୍ଚମୀରେ ବଳି ପଡିଲା ଶତାଧିକ କୁକୁଡା

ଜାଗ୍ରତ ଗୌରୀ ପଞ୍ଚମୀରେ ବୁଢ଼ୀ ଜାଗୁଳାଇ ପୀଠରେ ବଳି ପଡିଲା ଶତାଧିକ କୁକୁଡା। ପୋଲିସ ପାଖରେ କିନ୍ତୁ ଖବର ନାହିଁ। ଅଧିକ ପଢନ୍ତୁ

sacrifice of chicken in budhi jagulai temple

author img

By

Published : Aug 22, 2023, 10:56 AM IST

କେନ୍ଦ୍ରାପଡା: ଆଜିବି ବଞ୍ଚିଛି ଅନ୍ଧବିଶ୍ବାସ । ଜାଗ୍ରତ ଗୌରୀ ପଞ୍ଚମୀରେ ରକ୍ତ ରଞ୍ଜିତ ହେଲା ଶକ୍ତି ପୀଠ । ମନସ୍କାମନା ପୂରଣ ପାଇଁ ବଳି ପଡିଲା ଶତାଧିକ କୁକୁଡ଼ା । ଜାଗ୍ରତ ଗୌରୀ ପଞ୍ଚମୀରେ ପୁରୁଷୋତ୍ତମପୁରରେ ଥିବା ମା' ବୁଢ଼ୀ ଜାଗୁଳାଇ ମନ୍ଦିରରେ କୁକୁଡା ବଳି ଦେଇଛନ୍ତି ଭକ୍ତ । ପ୍ରଶାସନର ବିନା ଅନୁମତିରେ ଏଠାରେ କିପରି ବଳି ଦିଆଗଲା ସେନେଇ ଉଠିଛି ପ୍ରଶ୍ନ । ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଅତି ନିର୍ଦ୍ଦୟ ଭାବେ କୁକୁଡାଙ୍କୁ ବଳି ଦିଆଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ବୁଢ଼ୀ ଜାଗୁଳାଇ ମନ୍ଦିରରେ ବଳି ପ୍ରଥା ଚାଲିଥିବା ବେଳେ ଏନେଇ ପାଟକୁରା ପୋଲିସ ପାଖରେ କିନ୍ତୁ ଖବର ନଥିଲା ।

ଏହା ମଧ୍ୟ ପଢନ୍ତୁ-ଆଜିବି ଅନ୍ଧବିଶ୍ବାସ ଘେରରେ ସମାଜ, ଫାଟୁଆ ରୋଗର ଚିକିତ୍ସା ପାଇଁ ପଡୁଛି କୁକୁଡା ବଳି

ଗତକାଲି(ସୋମବାର) ଜାଗ୍ରତ ଗୌରୀ ପଞ୍ଚମୀ ଅବସରରେ କେନ୍ଦ୍ରାପଡା ଗରଦପୁର ବ୍ଲକ ପୁରସ୍ତମପୁର ସ୍ଥିତ ମା' ବୁଢ଼ୀ ଜାଗୁଳାଇ ମନ୍ଦିର ପରିସରରେ ବଳି ପ୍ରଥା ଉତ୍ସବ ଆୟୋଜିତ ହୋଇଥିଲା । ପ୍ରଶାସନର ବିନା ଅନୁମତିରେ ଏଠାରେ ଶତାଧିକ କୁକୁଡ଼ାଙ୍କୁ ବଳି ଦିଆଯାଇଥିଲା। ଦ୍ୱାଦଶ ଶତାବ୍ଦୀରେ ରାଜା ଦିଗମ୍ବର ଗରଦପୁରରେ ବଳଦେବଜୀଉ ମନ୍ଦିର ସମେତ ମା' ବୁଢ଼ୀ ଜାଗୁଳାଇ ମନ୍ଦିର ପ୍ରତିଷ୍ଠା କରିଥିଲେ। ସେହିଦିନ ଠାରୁ ଏଠାରେ ନର ବଳି ମଧ୍ୟ ଦିଆଯାଉଥିବା ଲୋକଶ୍ରୁତି ରହିଛି । ଜାଗ୍ରତ ଗୌରୀ ପଞ୍ଚମୀରେ ବଳି ପ୍ରଥା ଦେଖିବାକୁ ମନ୍ଦିର ପରିସରରେ ହଜାରହଜାର ଲୋକଙ୍କ ଭିଡ଼ ଜମିଥିଲା । କିନ୍ତୁ ଏନେଇ ସ୍ଥାନୀୟ ପୋଲିସ ନିକଟରେ କିନ୍ତୁ ଖବର ନଥିଲା ।

ଏହା ମଧ୍ୟ ପଢନ୍ତୁ-ନାବାଳକ ନରବଳି ଘଟଣା: ମଙ୍ଗଳା କୋଠି ଭାଙ୍ଗିବା ଜିଦ୍‌ରେ ଅଟଳ ଗ୍ରାମବାସୀ, ପୋଲିସ ସହ ଧସ୍ତାଧସ୍ତି

ପ୍ରତିବର୍ଷ ଜାଗ୍ରତ ଗୌରି ପଞ୍ଚମୀ ଅବସରରେ ମନ୍ଦିର ପରିସରରେ ମା' ବୁଢ଼ୀ ଜାଗୁଳାଇଙ୍କ ଝିଅ ରେବତୀ ଚଳନ୍ତି ପ୍ରତିମା ଭାବେ ପୂଜା ପାଇଛନ୍ତି । ଏହାପରେ ଗରଦପୁର ଅଞ୍ଚଳର ଅନେକ ଶକ୍ତି ପୀଠକୁ ଭୋଗ ଖାଇବାକୁ ଯାଇଥାଆନ୍ତି ବୋଲି ବିଶ୍ୱାସ ରହିଛି । ଗରଦପୁର ପାଖଡ଼ ସେନାପତି ସାହିରେ ବୋଦା ବଳି ମଧ୍ୟ ଦିଆଯାଇଥାଏ । ମାନସିକ ପୁରଣ ପାଇଁ ବଳି ପ୍ରଥା ଏହି ପୀଠରେ ଦ୍ୱାଦଶ ଶତାବ୍ଦୀରୁ ପ୍ରଚଳିତ ହୋଇ ଆସୁଥିଲେ ମଧ୍ୟ ବିଗତ କିଛି ବର୍ଷ ଭିତରେ ପ୍ରଶାସନ ଅନେକ ଜାଗାରେ ବଳି ପ୍ରଥାକୁ ବନ୍ଦ କରିଛି । କିନ୍ତୁ ମା' ବୁଢ଼ୀ ଜାଗୁଳାଇଙ୍କ ପୀଠରେ ଏବେବି ବଳି ପ୍ରଥା ଜାରି ରହିଛି । ରବିବାର ଦିନ ଅପରାହ୍ନରୁ ପୀଠରେ ବଳି ପ୍ରଥା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.