ETV Bharat / state

ଭିଟାମାଟି ନା ଜୀବନ ! ବାଧ୍ୟ ବାଧକତାରେ ସ୍ଥାନାନ୍ତରିତ ହେଉଛନ୍ତି ଅଢାସୋଲ ବାସିନ୍ଦା

author img

By

Published : May 24, 2021, 11:03 PM IST

ପାଖେଇ ଆସୁଛି ବାତ୍ୟା ‘ୟସ’। ଜୀବନ ପାଇଁ ବାଜି ଲାଗିଛି ଜୀବିକା । ଅନିଚ୍ଛା ସତ୍ତ୍ବେ ସ୍ଥାନାନ୍ତରିତ ହେଉଛନ୍ତି ବସ୍ତି ବାସିନ୍ଦା । ଅଧିକ ପଢନ୍ତୁ...

ଭିଟାମାଟି ନା ଜୀବନ ,ବାଧ୍ୟ ବାଧକତାରେ ସ୍ଥାନାନ୍ତରିତ ହେଉଛନ୍ତି ଅଢାସୋଲ ବାସିନ୍ଦା

କେନ୍ଦ୍ରାପଡା: ପାଖେଇ ଆସୁଛି ବାତ୍ୟା ‘ୟସ’। ମନରେ ଭୟ ଓ ଛାତିରେ ଛନକା ନେଇ ଆଶ୍ରୟସ୍ଥଳୀ ମୁହାଁ ଅଢାସୋଲ ବାସିନ୍ଦା। ଥଇଥାନ ନାମରେ ପ୍ରଶାସନ ଓ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଥିବା ଅଭିଯୋଗ କରି କରି ନିଜ ବାସ ଓ ଚାଷ ଜମିକୁ ଛାଡି ଆଜି ପର୍ଯ୍ୟନ୍ତ ଏମାନେ ଥଇଥାନ କେନ୍ଦ୍ର ବଗପାଟିଆକୁ ଆସୁନଥିବା କହିଥିବା ବେଳେ ଜିଲ୍ଲାପାଳ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ସମୁଦ୍ର କୂଳବର୍ତ୍ତି ଅଞ୍ଚଳରେ ବାସ କରୁଥିବା ସମସ୍ତଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ପ୍ରଶାସନ ପକ୍ଷରୁ ଗତକାଲି ଏହି ଗାଁରେ ବାସ କରୁଥିବା ସମସ୍ତ ଜନସାଧାରଣଙ୍କୁ ବର୍ଷା ହେବାମାତ୍ରେ ଆଶ୍ରୟସ୍ଥଳୀକୁ ଚାଲିଯିବା ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଥିବାବେଳେ ଆଜି ସକାଳୁ କିଛିକାଂଶରେ ଲୋକେ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଧରି ଆଶ୍ରୟସ୍ଥଳୀ ମୁହାଁ ହୋଇଛନ୍ତି। ଗତ ୧୯୯୯ ମସିହା ବାତ୍ୟାରେ ଏଠାରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିବା ବେଳେ ‘ୟସ’ର ଭୟାବହତାକୁ ଅନୁଭବ କରି ଏମାନେ ବଗପାଟିଆରେ ଥଇଥାନସ୍ଥଳୀରେ ଥିବା ଆଶ୍ରୟସ୍ଥଳୀକୁ ଆସିଥିବା ଦେଖିବାକୁ ମିଳିଛି ।

ଅନ୍ୟ ଏକ ବାସ୍ତବତା ହେଲା ପ୍ରଶାସନ ପକ୍ଷରୁ କେବଳ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଲୋକମାନଙ୍କୁ ନଦୀପାର ହୋଇ ପ୍ରାୟ ୧୦ କିଲୋମିଟର ଆସିବା ପାଇଁ କୌଣସି ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଯାଇନଥିବା ଦେଖିବାକୁ ମିଳୁଛି। ଜଣେ ଶତାୟୁ ବୃଦ୍ଧ ଚାଲିଚାଲି ବାଉଁଶଗଡ଼ ନଦୀ ପାର ହୋଇଯିବା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ନିଜ ଗାଈଗୋରୁ ଓ ବର୍ଷଯାକର ଖାଦ୍ୟକୁ ଛାଡି ଆଶ୍ରୟସ୍ଥଳୀକୁ ନଯିବା ପାଇଁ ଜିଦ ଧରିଥିବା ବାସିନ୍ଦାଙ୍କୁ ପ୍ରଶାସନ ପକ୍ଷରୁ ବଳପୂର୍ବକ ଆଣିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି।ବନବିଭାଗ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦେଶ ରହିଥିବା ବେଳେ ଅଢାସୋଲ ଓ ବରେହିଁପୁରରେ ରହୁଥିବା ଲୋକମାନଙ୍କ ପାଇଁ ଅଡ଼ୁଆରେ ପଡିଛି ବିଭାଗ। ଯାହା ଯେମିତି ହେଲେ ବୁଝାଇସୁଝାଇ ସ୍ଥାନାନ୍ତର କରିବା ପାଇଁ ପଡିବ ବୋଲି କହିଛନ୍ତି ଫରେଷ୍ଟଗାର୍ଡ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.