ETV Bharat / state

ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଜାଲିଆତି ! ADMଙ୍କ ବଦଳି ପରେ ଜାଲ ସ୍ୱାକ୍ଷରରେ ନିଯୁକ୍ତି

author img

By

Published : Apr 29, 2022, 4:49 PM IST

ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ନିଯୁକ୍ତି ଜାଲିଆତି । ବଦଳି ପରେ କିପରି ଅତିରିକ୍ତ ଜିଲ୍ଲାପାଳଙ୍କ ଜାଲ ସ୍ୱାକ୍ଷରରେ ନିଯୁକ୍ତି ଦିଆଯାଇଛି ସେନେଇ ଖୁଲାସା କରିଛି RTI । ଅଧିକ ପଢନ୍ତୁ

ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଜାଲିଆତି,  ADMଙ୍କ ବଦଳି ପରେ ଜାଲ ସ୍ବାକ୍ଷରରେ ନିଯୁକ୍ତି

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ନିଯୁକ୍ତି ଜାଲିଆତି । ବଦଳି ପରେ କିପରି ଅତିରିକ୍ତ ଜିଲ୍ଲାପାଳଙ୍କ ଜାଲ ସ୍ୱାକ୍ଷରରେ ନିଯୁକ୍ତି ଦିଆଯାଇଛି ସେନେଇ ଖୁଲାସା କରିଛି RTI ତଥ୍ୟ । କେନ୍ଦ୍ରାପଡାର ପୂର୍ବତନ ADM ଅଶୋକ ପଣ୍ଡାଙ୍କୁ ଗତ ୨୦୧୩ ମେ’ ୩୦ରେ ବଦଳି ପାଇଁ ସରକାରୀ ଚିଠି ଆସିଥିଲା । ଏହା ପରେ ସେ ମେ ୩୧ରେ ବଦଳି ହୋଇଥିଲେ । କିନ୍ତୁ ଏହାର ଠିକ ୧୦ ଦିନ ପରେ ବା ଜୁନ୍ ୧୦ରେ ପରିଚାଳନା କମିଟିର 24ତମ ଅଧିବେଶନରେ ଉପସ୍ଥିତ ରହି 23ଜଣ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ବାହାର କରିବା ପାଇଁ ତତ୍କାଳୀନ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥ ସହ ଓଡ଼ିଆ ବିଭାଗର ଅନୁପମା ଦାସଙ୍କ ନିଯୁକ୍ତିକୁ କୋର୍ଟ ନିର୍ଦ୍ଦେଶମତେ ବୈଧ କରିବା ଭଳି ରେଜୋଲ୍ୟୁସନରେ ସ୍ଵାକ୍ଷର କରିଥିବା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳିଛି ।

ଏହ ସତ ସ୍ଵାକ୍ଷର ନା ଚଞ୍ଚକତା କରାଯାଇଛି ସେନେଇ ସୂଚନାଧିକାର କର୍ମୀ ଅନୁସନ୍ଧାନ କରିବା ପରେ ଏହା ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଅଶୋକ ପଣ୍ଡାଙ୍କ ଜାଲ ସ୍ଵାକ୍ଷର ବୋଲି ଜଣାପଡିଥିଲା । ଖାଲି ଏତିକି ନୁହେଁ RTI ରେ ଆହୁରି ଅନେକ ସାଂଘାତିକ ତଥ୍ୟ ମଧ୍ୟ ମିଳିଛି ।ବର୍ତ୍ତମାନ ଜୁନିୟର କଲେଜର ଅଧ୍ୟକ୍ଷ ଏକବର୍ଷ ତଳେ ନିଯୁକ୍ତିକୁ ନେଇ ଦେଇଥିବା ତଥ୍ୟ ଏବେ ପୁନର୍ବାର ମଗାଯିବାରୁ ଏହି ତଥ୍ୟରେ ହ୍ଵାଇଟ ଫ୍ଲୁଇଡ଼(ଇରେଜର) ବ୍ୟବହାର କରି ତଥ୍ୟ ଦିଆଯିବାକୁ ନେଇ ଏକ ବଡ଼ ଧରଣର ସ୍କାମ ସନ୍ଦେହ କରାଯାଇଛି । ଏନେଇ ବର୍ତ୍ତମାନର ଅତିରିକ୍ତ ଜିଲ୍ଲାପାଳ ତଥା କଲେଜ ପରିଚାଳନା ସମିତି ସଭାପତିଙ୍କ ନିକଟରେ ଅଭିଯୋଗ ହୋଇଛି।

ପୃଥକ ହୋଇନଥିବା ପଟ୍ଟାମୁଣ୍ଡାଇ ମହିଳା କଲେଜରେ 2013 ମସିହାରେ ଇତିହାସ ବିଭାଗର HOD ଥିବା ତଥା ବର୍ତ୍ତମାନ ଜୁନିୟର କଲେଜ ଅଧ୍ୟକ୍ଷ ଅଜୟ ନାୟକଙ୍କୁ 2013 ମସିହାରେ ହୋଇଥିବା ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ କରାଯିବାରୁ ସେସବୁ ଭୁଲି ଯାଇଥିବା କହୁଛନ୍ତି । ଏଥି ସହ ସୂଚନାକୁ ଦୁଇ ଦୁଇଥର ଅଲଗା, ତଥ୍ୟ ଦିଆଯିବାକୁ ନେଇ ପ୍ରଶ୍ନ କରାଯିବାରୁ ସେ ଲୋକପାଳ ତଦନ୍ତ ସମୟରେ ଏହି ରେଜିଷ୍ଟର ଗୁଡିକ ଭୁବନେଶ୍ୱର ଯାଇଥିବା ଓ ଏଥିରେ କେମିତି ହ୍ଵାଇଟ ଫ୍ଲୁଇଡ଼(ଇରେଜର) ମରଗଲା ସେନେଇ ସେ କିଛି ଜାଣିନଥିବା ସଫେଇ ଦେଇଛନ୍ତି ।

ସୂଚନାନୁଯାୟୀ,ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ହୋଇଥିବା ବିଭିନ୍ନ ଘୋଟାଲା ଓ ନିଯୁକ୍ତି ଜାଲିଆତି ସମ୍ପର୍କରେ ଲୋକାୟୁକ୍ତ ତଦନ୍ତ କରି ଏହି କଲେଜରେ ନିଯୁକ୍ତି ଜାଲିଆତି ହୋଇଥିବା ସ୍ପଷ୍ଟ ଲେଖିଥିବା ବେଳେ ପୂର୍ବତନ ଅଧ୍ୟକ୍ଷ ବିପିନ ବିହାରୀ ବାରିକଙ୍କୁ କ୍ଲିନଚିଟ ଦେଇଥିଲେ । ଏଠାରେ ପ୍ରଶ୍ନ ଉଠେ ଯଦି 2013 ମସିହାରେ ହୋଇଥିବା ନିଯୁକ୍ତରେ ପୂର୍ବତନ ଅଧ୍ୟକ୍ଷଙ୍କ ସମ୍ପୃକ୍ତି ନାହିଁ ତେବେ ଚଞ୍ଚକତା କରିଥିବା ଅଧିକାରୀଙ୍କୁ ପରିଚାଳନା କମିଟି ସଭାପତି ଦଣ୍ଡିତ କରୁନାହାନ୍ତି କାହିଁକି ? ଏନେଇ ଆମେ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଲୋଡିଥିଲେ ସୁଦ୍ଧା ସେ ଏହି ସଂକ୍ରାନ୍ତରେ କୌଣସି ମୁହଁ ଖୋଲିନାହାନ୍ତି। ଅନ୍ୟପଟେ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହେବା ପରେ ବିଭାଗ ଉଚ୍ଚଶିକ୍ଷା ବିଭାଗ ଏହାର ତଦନ୍ତ ପାଇଁ ଚିଠି ଲେଖିଥିବା ଜଣାପଡିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.