ETV Bharat / state

କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟରେ ଗୁଞ୍ଜରିତ ହେଲା 'ବନ୍ଦେ ଉତ୍କଳ ଜନନୀ' - kedrapada latest news

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l

କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଗୁଞ୍ଜରୀତ ହେଲା 'ବନ୍ଦେ ଉତ୍କଳ ଜନନୀ'

author img

By

Published : May 30, 2020, 7:49 PM IST

କେନ୍ଦ୍ରାପଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି 'ବନ୍ଦେ ଉତ୍କଳ ଜନନୀ' ଗାନ କରାଯାଇଛି l ସନ୍ଧ୍ୟା 5ଟା 30 ମିନିଟ୍‌ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l

କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଗୁଞ୍ଜରୀତ ହେଲା 'ବନ୍ଦେ ଉତ୍କଳ ଜନନୀ'

ସେହପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଡାକ୍ତର ଏବଂ ମେଡିକାଲ କର୍ମଚାରୀ, 3ମୁହାଣି ଛକରେ ଏସପି ନୀତି ଶେଖର ଏବଂ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ସମବେତ ସଙ୍ଗୀତ ଗାନ କରିଥିଲେ l ସେହିପରି ଜିଲ୍ଲା ବିଜେଡି ପକ୍ଷରୁ ପୁରୁଣା ମଟର ଷ୍ଟାଣ୍ଡ, ଜିଲ୍ଲା କଂଗ୍ରେସ ପକ୍ଷରୁ କଜଳା ସ୍ଥିତ କାର୍ଯ୍ୟାଳୟରେ ଏବଂ କିନ୍ନର ସଂଘ ପକ୍ଷରୁ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ଏହା ବ୍ୟତୀତ ସମସ୍ତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ସାମାଜିକ ସଂଗଠନ ଓ ଜନସାଧାରଣ ମଧ୍ୟ କେରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.