ETV Bharat / state

ଗୁଣୁପୁରପାଟଣା ଗାଁରୁ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର - କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌

ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଞ୍ଚାୟତ ଗୁଣୁପୁରପାଟଣା ଗାଁରେ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ଏଣ୍ଡୁଅ । ସୂଚନା ପାଇ ରାଜନଗର ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏଣ୍ଡୁଅଟିକୁ ଉଦ୍ଧାର କରିଥିବା ଜଣା ପଡିଛି l

rare species lizard, kendrapara latest news, rare lizard found in kendrapara, ବିରଳ ଏଣ୍ଡୁଅ, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌, କେନ୍ଦ୍ରାପଡାରୁ ବିରଳ ଏଣ୍ଡୁଅ ଉଦ୍ଧାର
ଗୁଣୁପୁରପାଟଣା ଗାଁରୁ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର
author img

By

Published : Aug 18, 2020, 12:46 PM IST

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଞ୍ଚାୟତ ଗୁଣୁପୁରପାଟଣା ଗାଁରେ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ଏଣ୍ଡୁଅ । ଏହି ଏଣ୍ଡୁଅଟିର ରୋଚକ କଥା ହେଉଛି କି ଅନ୍ଧାର ହେଲେ ଏହା ରୂପ ବଦଳାଉଥିବା କହିଛନ୍ତି ଅନେକ ପ୍ରତ୍ୟକ୍ଷଦର୍ଶୀ । ସମ୍ପୃକ୍ତ ଗାଁର ସଞ୍ଜୀବ ତରାଇଙ୍କ ଘର ବାଡି ପଟୁ ଏହି ଏଣ୍ଡୁଅଟିକୁ ଉଦ୍ଧାର କରାଯାଇଛି ।

ଗୁଣୁପୁରପାଟଣା ଗାଁରୁ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର

ଏହାର ରଙ୍ଗ ସାଧାରଣ ଏଣ୍ଡୁଅଠାରୁ ଭିନ୍ନ ହୋଇଥିବା ବେଳେ ଏହା ନିଜ ଶରୀରକୁ ବିଭିନ୍ନ ଢଙ୍ଗରେ ମୋଡି ଲୋକଙ୍କୁ ଆକର୍ଷିତ କରୁଛି । ଏହା କେତେବେଳେ ଗୋଲାକାର ଆକୃତିରେ ମୋଡି ହୋଇଯାଉଛି ତ କେତେବେଳେ ପୁଣି ସିଧା ହୋଇ ରହୁଥିବା ଦେଖାଯାଉଛି । ସୂଚନା ପାଇ ରାଜନଗର ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏଣ୍ଡୁଅଟିକୁ ଉଦ୍ଧାର କରିଥିବା ଜଣା ପଡିଛି l

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.