ETV Bharat / state

ପ୍ରଳମ୍ବାସୁର ବଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବଳଦେବଜୀଉ - ବଳଦେବଜୀଉଙ୍କ ପ୍ରଳମ୍ବାସୁର ବଧ ବେଶ

ପ୍ରଳମ୍ବାସୁର ବଧ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀବଳଦେବଜୀ । କୋଭିଡ କଟକଣାରେ ଦର୍ଶନ କଲେ ଭକ୍ତ । ଅଧିକ ପଢନ୍ତ

ପ୍ରଳମ୍ବାସୁର ବଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବଳଦେବଜୀଉ

author img

By

Published : Nov 15, 2021, 9:56 PM IST

କେନ୍ଦ୍ରାପଡା : ଶ୍ରୀବଳଦେବଜୀଉ ମନ୍ଦିରରେ ଆଜି (ସୋମବାର) ସନ୍ଧ୍ୟାରେ ଶ୍ରୀଜିଉଙ୍କ ପ୍ରଳମ୍ବାସୁର ବଧ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଶ୍ରୀକ୍ଷେତ୍ର ପୁରୀରୁ ଗତ ଶନିବାର ସାନଭାଇ ଶ୍ରୀଜଗନ୍ନାଥ ପଠାଇଥିବା ହଳଦିଆ ପାଟ ବସ୍ତ୍ର ପରିଧାନ କରି ପ୍ରଭୁ ଶ୍ରୀବଳଦେବଜୀଉ ପ୍ରଳମ୍ବାସୁରକୁ ବଡ଼ ଏକାଦଶୀରେ ବଧ କରିବା ଦୃଶ୍ୟକୁ ଭକ୍ତମାନେ ମନଭରି ଉପଭୋଗ କରିଥିଲେ। ପୌରାଣିକ କିମ୍ବଦନ୍ତୀ ଅନୁସାରେ ଦ୍ୱାପର ଯୁଗରେ ପ୍ରଳମ୍ବସୁର ନାମକ ଅସୁର ପ୍ରଭୁ ଶ୍ରୀବଳଭଦ୍ରଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ କାନ୍ଧରେ ବସାଇ ଆକାଶ ମାର୍ଗକୁ ନେଇଯାଉଥିଲା ।

ପ୍ରଳମ୍ବାସୁର ବଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବଳଦେବଜୀଉ

ଏହି ସମୟରେ ପ୍ରଭୁ ଶ୍ରୀବଳଭଦ୍ର ପ୍ରଳମ୍ବସୁର ମୁଣ୍ଡକୁ ମୁଷ୍ଟିକାଘାତ କରିବା ସହ ଅସୁରକୁ ପାଦତଳେ ଚାପିଦେଇ ବଧ କରିଥିଲେ। ବଡ଼ ଭାଇ ଶ୍ରୀବଳଭଦ୍ର ପ୍ରଳମ୍ବସୁରକୁ ବଧ କରିଥିବାରୁ ପ୍ରଭୁ ଶ୍ରୀକୃଷ୍ଣ ବଡ଼ଭାଇଙ୍କୁ ନିଜେ ପରିଧାନ କରିଥିବା ଏକ ହଳଦିଆ ପାଟ ବସ୍ତ୍ରକୁ ଉପହାର ସ୍ୱରୁପ ଦେଇଥିଲେ। ଏହି କିମ୍ବଦନ୍ତୀଙ୍କୁ ଅନୁପାଳନ କରି ଶ୍ରୀକ୍ଷେତ୍ରରୁ ଆସିଥିବା ହଳଦିଆ ପାଟ ବସ୍ତ୍ରକୁ ପରିଧାନ କରି ପ୍ରଭୁ ଶ୍ରୀ ବଳଦେବଜୀଉଙ୍କୁ ପ୍ରଳମ୍ବାସୁର ବଧ କରିଥାନ୍ତି ବୋଲି କହିଛନ୍ତି ପୂଜା ପଣ୍ଡା ନିଯୋଗର ସଭାପତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.