ETV Bharat / state

ପୋଲିସ ପଞ୍ଝାରେ ୫ ରାଜପଥ ଲୁଟେରା, ମାରଣାସ୍ତ୍ର ସହ ଏକାଧିକ ଆପତ୍ତିଜନକ ସାମଗ୍ରୀ ଜବତ - kendrapada police

୫ ରାଜପଥ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହେଲା କେନ୍ଦ୍ରାପଡା ପୋଲିସ । ଦୀର୍ଘ ଦିନ ଧରି ମାରଣାସ୍ତ୍ର ଦେଖାଇ ଯାତ୍ରୀଙ୍କ ଠାରୁ ଲୁଟୁଥିଲେ । ଅଧିକ ପଢନ୍ତୁ...

ପୋଲିସ ପଞ୍ଝାରେ ୫ ରାଜପଥ ଲୁଟେରା, ମାରଣାସ୍ତ୍ର ସହ ଏକାଧିକ ଆପତ୍ତିଜନକ ସାମଗ୍ରୀ ଜବତ

author img

By

Published : Sep 25, 2021, 9:37 PM IST

କେନ୍ଦ୍ରାପଡା: ପୋଲିସ କବ୍ଜାରେ ୫ ରାଜପଥ ଲୁଟେରା। ଦୀର୍ଘଦିନ ହେବ ୫୩ନଂ ଜାତୀୟ ରାଜପଥରେ ମାରଣାସ୍ତ୍ରରେ ଆକ୍ରମଣ କରି ଯାତ୍ରୀଙ୍କ ଠାରୁ ଓ ରାଜପଥ କଡରେ ଥିବା ଦୋକାନରୁ ତାଲା ଭାଙ୍ଗି ଲୁଟ କରି ଆସୁଥିବା ୫ କୁଖ୍ୟାତ ତଥା ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରିଛି ମାର୍ଶାଘାଇ ଥାନା ପୋଲିସ । ଏହି ଅପରାଧୀମାନେ ଦୀର୍ଘଦିନ ହେବ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଆସୁଥିବାବେଳେ ଏମାନଙ୍କ ନାମରେ ପୂର୍ବରୁ ମଧ୍ୟ ସ୍ଥାନୀୟ ମାର୍ଶାଘାଇ ଥାନାରେ ଏକାଧିକ ମାମଲା ଥିବା ପ୍ରେସମିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରାପଡା SDPO ରାଜୀବ ଲୋଚନ ପଣ୍ଡା।

ପୋଲିସ ପଞ୍ଝାରେ ୫ ରାଜପଥ ଲୁଟେରା, ମାରଣାସ୍ତ୍ର ସହ ଏକାଧିକ ଆପତ୍ତିଜନକ ସାମଗ୍ରୀ ଜବତ

ଗିରଫ ଅପରାଧୀମାନଙ୍କ ଠାରୁ ୮ଟି ମୋବାଇଲ ଫୋନ, ୨ ଟି ବାଇକ, ୪୫୦୦ ନଗଦ ଟଙ୍କା, ଗୋଟିଏ କଟର ବ୍ଲେଡ, ଭୁଜାଲି, କଟୁରୀ, ଚୋରି ହୋଇଥିବା ଗାଡିର କାଗଜପତ୍ର, ଗୋଟିଏ ରେଫ୍ରିଜିରେଟର, ଗ୍ରୋସରୀ ସାମଗ୍ରୀ ଜବତ ହୋଇଛି । ଏହି ଅଭିଯୁକ୍ତ ନାମରେ ମାର୍ଶାଘାଇ ଥାନା ବ୍ୟତୀତ ଆଉ କେଉଁ କେଉଁ ଥାନାରେ କେତେ ମାମଲା ରହିଛି, ତାର ଅଧିକ ତଦନ୍ତ ହେଲେ ଜଣାପଡିବ ବୋଲି ପୋଲିସ କହିଛି । ଏହି ଘଟଣାରେ ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ ମଧ୍ୟ ଖୁବଶୀଘ୍ର ଧରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡା SDPO ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.