ETV Bharat / state

ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଦୁର୍ନୀତି ଅଭିଯୋଗ: ତଦନ୍ତ ଆରମ୍ଭ କଲେ ଲୋକାୟୁକ୍ତ

author img

By

Published : Oct 15, 2020, 3:39 PM IST

ପଡିଲା ଇଟିଭି ଭାରତର ପ୍ରଭାବ । ଫିଟିବ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଦୁର୍ନୀତି ଗୁମର! ତଦନ୍ତ ଆରମ୍ଭ କଲେ ଲୋକାୟୁକ୍ତଙ୍କ ତଦନ୍ତକାରୀ ଟିମ୍‌ ! ଅଧିକ ପଢନ୍ତୁ...

ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଦୁର୍ନୀତି ଅଭିଯୋଗ

କେନ୍ଦ୍ରାପଡା: ଡିସେମ୍ବର ମାସରୁ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଚାଲିଥିବା ଅନେକ ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ଇଟିଭି ଭାରତ ଲଗାତାର ଖବର ପ୍ରସାରଣ କରିଆସୁଛି । ଅଧ୍ୟାପକ ନିଯୁକ୍ତିରେ ଜାଲିଆତି ଠାରୁ ଆରମ୍ଭ କରି ମହାବିଦ୍ୟାଳୟରେ ଅନେକ ଦୁର୍ନୀତି ପ୍ରସଙ୍ଗରେ ତଥ୍ୟ ସହ ଖବର ବଜାଇଛି । ଯାହାର ପ୍ରଭାବ ଏବେ ଦେଖିବାକୁ ମିଳିଛି ।

ସୂଚନାଧିକାର କର୍ମୀ ପ୍ରତାପ ମହାନ୍ତି ଲୋକାୟୁକ୍ତଙ୍କ ନିକଟରେ ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିବା ପରେ ଲୋକାୟୁକ୍ତର ଦୁଇ ଜଣିଆ ଟିମ୍‌ ମହାବିଦ୍ୟାଳୟରେ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ତଦନ୍ତ ସମୟରେ ଅନେକ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକଙ୍କ ବେଆଇନ ଭାବେ ଏକାଧିକ ବାର ନିଯୁକ୍ତି ଓ କଲେଜରେ ଜମିକିଣା ଦୁର୍ନୀତି ହୋଇଥିବା ସୁରାକ ମିଳିଥିବା ସୂଚନା ମିଳିଛି ।

ତେବେ ଅନେକ ବର୍ଷ ହେବ କଲେଜରେ ଦୁର୍ନୀତି ଚାଲିଥିବାବେଳେ ଏହାକୁ ବିରୋଧ କରି ପୂର୍ବତନ ଆକାଉଣ୍ଟାଣ୍ଟ ସଞ୍ଜୟ ପଣ୍ଡା ଚାକିରି ହରାଇଛନ୍ତି । ଯାହା ସେ ଲୋକାୟୁକ୍ତଙ୍କ ଦୁଇ ଜଣିଆ ଟିମ୍‌ ଆଗରେ କହିଛନ୍ତି । ସେପଟେ ବିଭିନ୍ନ ସମୟରେ ଅନେକ ରାଜନୈତିକ ଦଳର ନେତା କଲେଜକୁ ସାହାଯ୍ୟ କରିଥିବାବେଳେ ପୂର୍ବତନ ଅଧ୍ୟକ୍ଷ ବିପିନ ବିହାରୀ ବାରିକ ନିଜ ପ୍ରଚେଷ୍ଟାରେ କଲେଜ ପାଇଁ ଅର୍ଥ ଯୋଗାଡ କରିଥିବା ଲୋକାୟୁକ୍ତଙ୍କୁ କହିଥିଲେ । ଯାହା ଏବେ ଫସର ଫାଟିବ ବୋଲି କୁହାଯାଉଛି ।

ଲୋକାୟୁକ୍ତଙ୍କ ତଦନ୍ତ ପରେ କଲେଜରେ ଚାଲି ଆସୁଥିବା ଅନେକ ଦୁର୍ନୀତି ଅଭିଯୋଗର ସତ୍ୟାସତ୍ୟ ଜଣାପଡିବ ହେବ ବୋଲି ସ୍ଥାନୀୟ ଲୋକେ ଆଶା କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.