ETV Bharat / state

ଇଟିଭି ଭାରତ ପ୍ରଭାବ, ପଦରୁ ବିଦା ହେଲେ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ଅଧ୍ୟାପିକା

author img

By

Published : Nov 6, 2020, 5:37 PM IST

ଇଟିଭି ଭାରତର ମହାପ୍ରଭାବ । ସେବାରୁ ନିବୃତ୍ତ ହେଲେ ଚାରିଥର ନିଯୁକ୍ତି ପାଇଥିବା କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପିକା ବିଷ୍ଣୁପ୍ରିୟା ସ୍ବାଇଁ । ଅଧିକ ପଢନ୍ତୁ...

ଇଟିଭି ଭାରତ ପ୍ରଭାବ
ଇଟିଭି ଭାରତ ପ୍ରଭାବ

କେନ୍ଦ୍ରାପଡା: ଇଟିଭି ଭାରତର ପ୍ରଭାବ । କାର୍ଯ୍ୟରୁ ନିବୃତ୍ତ ହେଲେ ବେଆଇନ ଭାବେ 4 ଥର ନିଯୁକ୍ତି ପାଇଥିବା ଅଧ୍ୟାପିକା । ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗ ଅଧ୍ୟାପିକା ବିଷ୍ଣୁପ୍ରିୟା ସ୍ବାଇଁଙ୍କୁ କାର୍ଯ୍ୟରୁ ନିବୃତ୍ତ କରାଯାଇଛି ।

ଏକାଧିକ ଥର ନିଯୁକ୍ତି ପାଇବା ନେଇ ଇଟିଭି ଭାରତରେ ଖବର ପ୍ରସାରଣ କରାଯାଇଥିଲା । ପ୍ରଥମେ 2013 ମସିହା ଅଗଷ୍ଟ 19 ତାରିଖରେ ନିଯୁକ୍ତି ପାଇଥିବାବେଳେ ପରେ ନିଯୁକ୍ତି ତାରିଖକୁ ବାରମ୍ବାର ବଦଳାଯାଇଥିଲା ।

ଇଟିଭି ଭାରତ ପ୍ରଭାବ, ପଦରୁ ବିଦା ହେଲେ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ଅଧ୍ୟାପିକା

ଯେଉଁଥିପାଇଁ ସ୍ଥାନୀୟ ବାସିନ୍ଦା ନୁର ଅଲ୍ଲୀ ଖାନ ଓ ପୂର୍ବତନ ଆକାଉଣ୍ଟାଣ୍ଟ ସଞ୍ଜୟ ପଣ୍ଡା ଜିଲ୍ଲାପାଳଙ୍କ ନିକଟରେ ନିଯୁକ୍ତି ଜାଲିଆତି ନେଇ ଅଭିଯୋଗ କରିଥିଲେ । ପରେ ଇଟିଭି ଭାରତରେ ଏହାକୁ ନେଇ ଲଗାତାର ଖବର ପ୍ରସାରଣ କରାଯାଇଥିଲା । ଶେଷରେ କେନ୍ଦ୍ରାପଡା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ତଥା କଲେଜ ପରିଚାଳନା କମିଟିର ସ୍ବତନ୍ତ୍ର ଅଧିକାରୀଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଘଟଣାର ଏକମାସ ପରେ ଅଧ୍ୟାପିକାଙ୍କୁ ସେବାରୁ ନିବୃତ୍ତ କରାଯାଇଛି । ଏନେଇ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦେଠି ଅଧ୍ୟାପିକାଙ୍କୁ ଚିଠି ପଠାଇଥିବା କହିଛନ୍ତି ।

ତେବେ ଅନେକ ଦୁର୍ନୀତିଗ୍ରସ୍ତଙ୍କ ମଧ୍ୟରୁ ଜଣଙ୍କୁ ନିବୃତ୍ତ କରାଯାଇଥିବାବେଳେ ଏହି କଲେଜରେ ଏମିତି ଆହୁରି ଅନେକ ଅଛନ୍ତି ଯେଉଁମାନେ କି ଚାରିପାଞ୍ଚ ଥର ନିଯୁକ୍ତି ପାଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପୂର୍ବତନ ଆକାଉଣ୍ଟାଣ୍ଟ । ଖାଲି ସେତିକି ନୁହେଁ, ବର୍ତ୍ତମାନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦେଠି, ମହାବିଦ୍ୟାଳୟ ମରାମତି କରାଇବା ପାଇଁ ତିରିଶ ହଜାର ଟଙ୍କା ଆଡଭାନ୍ସ ନେଇଥିବାବେଳେ ଏହି ଜରୁରୀକାଳୀନ କାମକୁ ସାତଦିନ ମଧ୍ୟରେ ଶେଷ କରିବା ପାଇଁ ସରକାରୀ ଗାଇଡଲାଇନ ରହିଥିଲା ।

ତେବେ ସେ ଏହାକୁ ଅନୁପାଳନ କରିନଥିଲେ ଯେଉଁଥିପାଇଁ କି ପୂର୍ବତନ ଆକାଉଣ୍ଟାଣ୍ଟ ସଞ୍ଜୟ ପଣ୍ଡା, ରମେଶଙ୍କର ବିଲ ପାସ କରାଇନଥିଲେ । କିନ୍ତୁ ତାଙ୍କୁ କଲେଜରୁ ବହିଷ୍କାର କରାଯିବା ପରେ ଏହି ତିରିଶ ହଜାର ଟଙ୍କା ବିଲକୁ ପାସ କରାଇନେଇଥିବା ଅଭିଯୋଗ କରିଛନ୍ତି ସଞ୍ଜୟ ।

ସେହିପରି ମହିଳା ମହାବିଦ୍ୟାଳୟକୁ ସୂଚନା ଅଧିକାର ଆଇନ ବଳରେ ସୂଚନା ମଗାଯାଉଥିବାବେଳେ ଏହି ମହାବିଦ୍ୟାଳୟ ତ୍ରୁଟିଯୁକ୍ତ ସୂଚନା ଦେଉଥିବା ଅଭିଯୋଗ କରିଛନ୍ତି ସୂଚନାଧିକାର କର୍ମୀ । 2013 ମସିହାରେ କଲେଜରେ 44ଜଣ ଶିକ୍ଷକ ଓ ଅଣଶିକ୍ଷକ ରହିଥିବା ସୂଚନା ଦିଆଯାଇଥିବାବେଳେ ବାସ୍ତବରେ କିନ୍ତୁ ଏଠାରେ 58ଜଣ କାର୍ଯ୍ୟରତ ଜଣାପଡିଛି ବୋଲି କହିଛନ୍ତି ସୂଚନାଧିକାର କର୍ମୀ ।

ନାରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଲକ୍ଷ୍ୟ ରଖି 1988ମସିହାରେ ସ୍ଥାପନ କରାଯାଇଥିବା ଏହି କଲେଜଟି ଏବେ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଅଧ୍ୟାପିକାଙ୍କୁ ନିବୃତ୍ତ ଘଟଣାରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ବିଷ୍ଣୁପ୍ରିୟା ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ସହ କଲେଜକୁ ସଠିକ ଭାବେ ନ ଆସିବା ଓ ଅନଲାଇନ କ୍ଳାସ ନକରିବା କାରଣରୁ ଚାକିରିରୁ ନିବୃତ୍ତ କରାଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.