ETV Bharat / state

ବିପଦରେ ଭବିଷ୍ୟତ, ଘଞ୍ଚ ଜଙ୍ଗଲ ଦେଇ ଯାଉଛନ୍ତି ସ୍କୁଲ - ଘଞ୍ଚ ଜଙ୍ଗଲ ଦେଇ ଯାଉଛନ୍ତି ସ୍କୁଲ

ସ୍କୁଲ ଅଛି, ଶିକ୍ଷକ ବି ଅଛନ୍ତି । କିନ୍ତୁ କମିବାରେ ଲାଗିଛି ଛାତ୍ରଛାତ୍ରୀଙ୍କ ଉପସ୍ଥାପନା । କାରଣ ସ୍କୁଲକୁ ଯିବାକୁ ରାସ୍ତା ନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା
author img

By

Published : Aug 28, 2019, 5:24 PM IST

Updated : Aug 28, 2019, 8:11 PM IST

କେନ୍ଦ୍ରାପଡା : ରାଜ୍ୟର ସରକାରୀ ସ୍କୁଲକୁ ନେଇ ଗତ କିଛିବର୍ଷ ହେଲା ଅନେକ ପ୍ରଶ୍ନ ଉଠିଛି । କେତେବେଳେ ସ୍କୁଲ ଗୃହ ନାହିଁ ତ କେଉଁଠି ଶିକ୍ଷକ ନାହାଁନ୍ତି । ପୁଣି ଆଉ କେଉଁଠି ଖୋଲା ଆକାଶ ତଳେ ଚାଲିଛି ପାଠ ପଢା । ଏହି ସବୁ ସମସ୍ୟାର ସମାଧାନ କରିବା ପରିବର୍ତ୍ତି ହଜାରେ ସ୍କୁଲକୁ ବନ୍ଦ କରିଦେଇଛନ୍ତି ସରକାର । ତେବେ ଗତ କିଛି ଦିନ ତଳେ ଜଣେ ବ୍ୟକ୍ତି ଗୋଟିଏ ସରକାରୀ ସ୍କୁଲର ପ୍ରକୃତ ଭିତ୍ତିଭୂମିକୁ ସାମାଜିକ ଗଣମାଧ୍ୟମରେ ସର୍ବସମ୍ମୁଖକୁ ଆଣିଥିଲେ । ଯେଉଁଥିରେ ଛାତ୍ରଛାତ୍ରୀ ଏକ ସଙ୍କୀର୍ଣ୍ଣ ବଣ ଜଙ୍ଗଲରେ ସ୍କୁଲ ଯାଉଥିବାର ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା
ଏହା କୌଣସି ଅଧ୍ୟୁଷିତ ଅଞ୍ଚଳର ସ୍କୁଲ ନୁହେଁ । କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ରଘୁଦେଇପୁର ଗ୍ରାମପଞ୍ଚାୟତର କଂସାରୀପାଟଣା ପ୍ରାଥମିକ ବିଦ୍ୟାଳୟ । ଯାହା ଚଣ୍ଡିଖୋଲ-ପାରାଦ୍ବୀପ ଜାତୀୟ ରାଜପଥରୁ ମାତ୍ର ଏକ କିମି ଦୂରରେ ରହିଛି । ସ୍କୁଲକୁ 140 ବର୍ଷ ପୁରୁଛି ହେଲେ ଆଜି ଯାଏ ସ୍କୁଲକୁ ଯିବାକୁ ରାସ୍ତାଟିଏ ନିର୍ମାଣ ହୋଇପାରିଲା ନାହିଁ । ବଣ ଜଙ୍ଗଲ ଦେଇ ପ୍ରତିଦିନ ଛାତ୍ରଛାତ୍ରୀମାନେ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ସ୍କୁଲ ଯାଉଥିବାବେଳେ ବର୍ତ୍ତମାନ ସ୍କୁଲର ଉପସ୍ଥାପନା କମିବାରେ ଲାଗୁଛି । କାରଣ ଘଞ୍ଚ ଜଙ୍ଗଲର ବାଟରେ ବନ୍ୟ ଜୀବଜନ୍ତଙ୍କ ଭୟ ରହୁଛି । କେବଳ ରାସ୍ତା ନୁହେଁ ସ୍କୁଲରେ ଶୌଚାଳୟ ମଧ୍ୟ ଦରଭଙ୍ଗା ଅବସ୍ଥାରେ ରହିଛି ।

ଗତ ସ୍ବାଧୀନତା ଦିବସରେ ଜଣେ ବ୍ୟକ୍ତି ପିଲାଙ୍କ ଏଭଳି ବିପଦପୂର୍ଣ୍ଣ ଯାତାୟତକୁ ନେଇ ସାମାଜିକ ଗଣମାଧ୍ୟମରେ ଦେଖାଇଥିଲେ । ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ରଘୁଦେଇପୁର ଓ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ସୀମାରେ ଥିବା ବିଦ୍ୟାଳୟ ପ୍ରତି ସରକାରଙ୍କ ଥିବା ଆନ୍ତରିକତା ।

ସେପଟେ ଘଟଣା ବିଷୟରେ ସ୍ଥାନୀୟ ବିଡିଓ ଅବଗତ ହେବା ପରେ ଖୁବ ଶୀଘ୍ର ରସ୍ତା ନିର୍ମାଣ ସହ ସ୍କୁଲରେ ଶୌଚାଳୟର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

hgfh

Conclusion:
Last Updated : Aug 28, 2019, 8:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.