ETV Bharat / state

ନିଆଳି ପରେ କେନ୍ଦ୍ରାପଡାରେ ଅଜଣା ଜନ୍ତୁ ଆତଙ୍କ, 35 ମେଣ୍ଢାଙ୍କ ମୃତ୍ୟୁ

କେନ୍ଦ୍ରାପଡା କଳାଗଡ଼ ଗ୍ରାମରେ 35 ମେଣ୍ଢାଙ୍କ ଜୀବନ ନେଲା ଅଜଣା ଜନ୍ତୁ । ଅଧିକ ପଢନ୍ତୁ

author img

By

Published : Apr 2, 2023, 12:13 PM IST

mysterious animal allegedly kills sheep
mysterious animal allegedly kills sheep
mysterious animal allegedly kills sheep

କେନ୍ଦ୍ରାପଡା: ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ । ଗୁହାଳରେ ପଶି ମେଣ୍ଢାଙ୍କ ଜୀବନ ନେଉଛି ଅଜଣା ଜନ୍ତୁ । 35 ଜଣ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ମହାକାଳପଡ଼ା ବ୍ଲକ ଯଦୁପୁର ପଞ୍ଚାୟତ କଳାଗଡ଼ ଗ୍ରାମବାସୀ ।

ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ମେଣ୍ଢା ଚାଷୀ ମହନୀ ଦାସ ନିଜ ଗୁହାଳ ଘରେ ମେଣ୍ଢା ରଖିଥିବା ବେଳେ ଗତ ରାତିରେ କୌଣସି ଅଜଣା ଜନ୍ତୁ ଏହି ମେଣ୍ଢା ମାନଙ୍କୁ ଆକ୍ରମଣ କରିଥିଲା । ଫଳରେ ୩୫ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଛି । ମୃତ ମେଣ୍ଢା ମାନଙ୍କର ଗଳା ଓ ପେଟରେ ଗଭୀର କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଏହି କ୍ଷତ ଚିହ୍ନ ହିଁ ଅଜଣା ଜନ୍ତୁ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରୁଥିବା ବେଳେ ଗାଁର ଅନ୍ୟ ମେଣ୍ଢା ଚାଷୀମାନେ ଏନେଇ ଭୟଭୀତ ରହିଛନ୍ତି ।

ମହନୀ ଦୀର୍ଘଦିନରୁ ମେଣ୍ଢା ପାଳି ନିଜର ପରିବାରର ଗୁଜୁରାଣ ମେଣ୍ଟାଇ ଆସୁଥିବା ବେଳେ ବିଭିନ୍ନ ବେସରକାରୀ ଓ ସରକାରୀ ସୂତ୍ରରୁ ଋଣ ନେଇ ନିଜର ଏହି ଚାଷକୁ ଆଗକୁ ବଢ଼ାଉଥିଲେ । ତେବେ ଗତ ରାତିରେ ଏଭଳି ଘଟଣା ପରେ ଚିନ୍ତାରେ ମହନୀ ଓ ତାଙ୍କ ପରିବାର । ଏନେଇ ପଶୁଧନ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଛି । ବିଶେଷଜ୍ଞ ଟିମ ଆସି ଅନୁସନ୍ଧାନ କରିବା ପାଇଁ ଏହି ମୃତ ମେଣ୍ଢା ମାନଙ୍କୁ ରଖାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ, 3 ମେଣ୍ଢା ମୃତ

ତେବେ ଗତ ଦୁଇବର୍ଷ ତଳେ ଡେରାବିଶ୍ ବ୍ଲକ ଅଧିନ ମଙ୍ଗଳପୁର ଗାଁରେ ଏଭଳି ଅଜଣା ଜନ୍ତୁ ଆକ୍ରମଣରେ ୫୦ରୁ ଊର୍ଦ୍ଧ୍ବ ମେଣ୍ଢାଙ୍କର ମୃତ୍ୟୁ ଘଟିଥିଲା ସେ ସମୟରେ ବିଭାଗ କୌଣସି ଖିଅ ଖୋଜି ପାଇପାରିନଥିଲା । ସେତେବେଳେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ମହନୀଙ୍କ ମେଣ୍ଢା ମୃତ୍ୟୁ ପଛରେ କଣ କାରଣ ରହିଛି ସେନେଇ ବିଭାଗ କେତେ ଶୀଘ୍ର ରିପୋର୍ଟ ପ୍ରଦାନ କରିବ ଓ ଏହି ଗରିବ ମେଣ୍ଢା ଚାଷୀ ଜଣଙ୍କୁ କି ପ୍ରକାର ସହଯୋଗ ମିଳିବ ସେନେଇ ପରିବାର ଲୋକେ ଆଶା ବାନ୍ଧି ବସିଛନ୍ତି ।

ଗତମାସରେ ନିଆଳିରେ ଅଦୃଶ୍ୟ ଅଜଣା ଜନ୍ତୁ ଆତଙ୍କ ଖବର ସାମ୍ନାକୁ ଆସିଥିଲା । ଗୁହାଳରେ ପଶି ୩ ମେଣ୍ଢାଙ୍କ ଜୀବନ ନେଇଥିଲା ଅଜଣା ଜନ୍ତୁ । ନାହାକପୁର ପଞ୍ଚାୟତ ଗୁଣାଦୋଳ ଗାଁର ପଞ୍ଚାନନ ଚୌଧୁରୀଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ୩ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା । ଏହାର କାରଣ ଆଜିବି ଅସ୍ପଷ୍ଟ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.