ETV Bharat / state

ସରକାରୀ ଘରକୁ ବେଆଇନ ବ୍ୟବହାର ପ୍ରସଙ୍ଗ: ବୈଜୟନ୍ତଙ୍କୁ ଟାର୍ଗେଟ କଲେ ଅନୁଭବ - BAIJAYAN PANDA

ସରକାରୀ ବାସଭବନକୁ ବେଆଇନ ଭାବରେ ମାଡି ବସିଥିବା ଘଟଣାରେ ବୈଜୟନ୍ତଙ୍କୁ ପୁଣି ଟାର୍ଗେଟ କରିଛନ୍ତି ସାଂସଦ ଅନୁଭବ ମହାନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 15, 2019, 12:03 AM IST

କେନ୍ଦ୍ରାପଡା: ଆଜି ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବା ବେଳେ ବୈଜୟନ୍ତଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ସରକାରୀ ବାସଭବନକୁ ବେଆଇନ ଭାବରେ ମାଡି ବସିଥିବା ଘଟଣାରେ ସେ ବୈଜୟନ୍ତଙ୍କୁ ଟାର୍ଗେଟ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଅନୁଭବ କହିଛନ୍ତି, ବୈଜୟନ୍ତ ନିଜ ଦଳର ସୁଷମା ସ୍ବରାଜଙ୍କ ଠାରୁ କିଛି ଶିଖନ୍ତୁ । ସୁଷମା ଏକମାସ ମଧ୍ୟରେ ନିଜ ସରକାରୀ ବାସଭବନ ଖାଲି କରିଥିଲେ । ହେଲେ ବୈଜୟନ୍ତ ନିଜ ପଦବୀରୁ ଇସ୍ତଫା ଦେବାର ୧୩ ମାସ ବିତିଯାଇଥିଲେ ମଧ୍ୟ ସେ ସରକାରୀ ଘରକୁ ଖାଲି କରି ନାହାନ୍ତି । ଯାହାକି ତାଙ୍କର ବେଆଇନ କାମକୁ ଦର୍ଶାଉଛି ।

ଆଇନ ଅନୁଯାୟୀ ଜଣେ ସାଂସଦ ନିଜ ପଦ ଯିବାପରେ ମାତ୍ର ଏକମାସ ପର୍ଯ୍ୟନ୍ତ ଦିଆଯାଇଥିବା ସରକାରୀ ଘରେ ରହିପାରିବେ ଓ ଅଧିକ ଦୁଇମାସ ସେ ସରକାରୀ ଘରକୁ ଭଡା ସୂତ୍ରରେ ନେଇ ତାଙ୍କ କାର୍ଯ୍ୟକଳାପ କରିବେ । କିନ୍ତୁ ବୈଜୟନ୍ତ ଏହା କରି ନ ଥିବା ଅନୁଭବ ଦର୍ଶାଇଛନ୍ତି ।

କିଛିଦିନ ତଳେ ସରକାରୀ ବାସଭବନକୁ ବେଆଇନ ଭାବରେ ମାଡି ବସିଥିବା ଅଭିଯୋଗ କରି ଟ୍ବିଟ କରିଥିଲେ ଅନୁଭବ ମହାନ୍ତି । ଏହାପରେ ଏହାକୁ ବୈଜୟନ୍ତ ଭିତ୍ତିହୀନ ବୋଲି ପ୍ରକାଶ କରିଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:14.07.2019
Radhakanta Mohanty, Kendrapada
Slug-od_kpr_05_mp reaction_script_7204459
Anchor-ବେଆଇନ ଭାବରେ ଘର ମାଡି ବସିଛନ୍ତି ବୈଜୟନ୍ତ।କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଗତ ସପ୍ତାହରେ ଏଭଳି ଏକ ଅଭିଯୋଗ କରିବାପରେ ଗତ ଦୁଇଦିନ ତଳେ ବୈଜୟନ୍ତ ଏହାକୁ ଭିତ୍ତିହୀନ କହିଥିଲେ।କିନ୍ତୁ ଆଜି ଅନୁଭବ, ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବା ବେଳେ ଖୁବ ଜୋରରେ ବୈଜୟନ୍ତଙ୍କ ଉପରେ ବର୍ଷିଛନ୍ତି।ବୈଜୟନ୍ତଙ୍କୁ,ନିଜ ଦଳ ବିଜେପିର ସୁଷମା ସ୍ୱରାଜଙ୍କ ଠାରୁ କିଛି ଶିକ୍ଷା କରନ୍ତୁ ବୋଲି କହିଛନ୍ତି।ଆଇନ ଅନୁଯାୟୀ ଜଣେ ସାଂସଦ ନିଜ ପଦରୁ ଯିବାପରେ ମାତ୍ର ଏକମାସ ତାଙ୍କୁ ଦିଆଯାଇଥିବା ଘରେ ରହିପାରିବେ ଏବଂ ଏହାରୁ ଅଧିକ ଦୁଇମାସ ସେ ସରକାରୀ ଘରକୁ ଭଡା ସୂତ୍ରରେ ନେଇ ତାଙ୍କ କାର୍ଯ୍ୟକଳାପ କରିବେ।କିନ୍ତୁ ବୈଜୟନ୍ତ ନିଜ ପଦବୀରୁ ଇସ୍ତଫା ଦେବାର ୧୩ମାସ ବିତିଯାଇଥିଲେ ମଧ୍ୟ ସେ ଏହି ଘରକୁ ଖାଲି କରିନାହାନ୍ତି ଯାହାକି ତାଙ୍କର ଆଇନକୁ ମାନିବା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।ବୈଜୟନ୍ତ, ସୁଷମା ସ୍ୱରାଜଙ୍କ ଠାରୁ ଶିକ୍ଷା କରିବା ଦରକାର ଯିଏକି ଲୋକସଭା ଭଙ୍ଗ ହେବାର ମାତ୍ର ଏକମାସ ମଧ୍ୟରେ ନିଜ ସରକାରୀ ବାସଭବନ ଖାଲି କରିଥିବା କହିଛନ୍ତି ଅନୁଭବ।
Byte-ଅନୁଭବ ମହାନ୍ତି(ଲୋକସଭା ସାଂସଦ,କେନ୍ଦ୍ରାପଡ଼ା)Body:BreakingConclusion:Breaking
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.