ETV Bharat / state

ରାତି ଅଧିଆ ବନ୍ୟାଞ୍ଚଳ ପରିଦର୍ଶନ କଲେ ସାଂସଦ ଅନୁଭବ - କେନ୍ଦ୍ରାପଡା

ରାତି ଅଧିଆ ନିଜ ସଂସଦୀୟ କ୍ଷେତ୍ର ପରିଦର୍ଶନ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଗାଁରେ ମଙ୍ଗଳବାର ରାତି ୯ ଟା ସମୟରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ବନ୍ୟା ଅଞ୍ଚଳ ପରିଦର୍ଶନ କରିବାକୁ ଯାଇଥିଲେ ।

ରାତି ଅଧିଆ କ୍ଷେତ୍ର ପରିଦର୍ଶନ କଲେ ଅନୁଭବ ମହାନ୍ତି

author img

By

Published : Sep 2, 2020, 2:46 PM IST

କେନ୍ଦ୍ରାପଡା: ରାତି ଅଧିଆ ନିଜ ସଂସଦୀୟ କ୍ଷେତ୍ର ପରିଦର୍ଶନ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଗାଁରେ ମଙ୍ଗଳବାର ରାତି ୯ଟାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ବନ୍ୟା ଅଞ୍ଚଳ ପରିଦର୍ଶନ କରିବାକୁ ଯାଇଥିଲେ ।

ରାତି ଅଧିଆ କ୍ଷେତ୍ର ପରିଦର୍ଶନ କଲେ ଅନୁଭବ ମହାନ୍ତି

ସେହି ସମୟରେ ସ୍ଥାନୀୟ ଲୋକେ ସାଂସଦଙ୍କୁ ଘେରି ନିଜର କ୍ଷୋଭ ସାଂସଦଙ୍କ ଆଗରେ ପ୍ରକାଶ କରିଥିବାର ଦେଖିବାକୁ ମିଳିଛି । ଅଳପୁଆ ପଞ୍ଚାୟତଟି ପଟ୍ଟାମୁଣ୍ଡାଇ ବ୍ଲକର ତଳିଆ ଅଞ୍ଚଳ ହୋଇଥିବାରୁ ବ୍ରାହ୍ମଣୀ ନଦୀ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ପ୍ରଶାସନ ଡଙ୍ଗା ଓ ଶୁଖିଲା ଖାଦ୍ୟ ଯୋଗାଇବା ପାଇଁ ଅସଫଳ ହୋଇଥିଲାବେଳେ ଏନେଇ ପାଖରେ ସାଂସଦଙ୍କୁ ପାଇ ଲୋକେ ଅଭିଯୋଗ କରିବା ସହ ସମସ୍ତ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବାକୁ ନିବେଦନ କରିଥିଲେ ।

ଅନ୍ୟପକ୍ଷେ ସାଂସଦ ସମସ୍ତ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବାକୁ ନ ଯିବାରୁ ଲୋକେ ଉତ୍ୟକ୍ତ ହୋଇଥିଲେ । ଏହାସହ ଯଦି ସବୁ ଅଞ୍ଚଳ ବୁଲିବାକୁ ନ ଯିବେ, ତେବେ ରାତିରେ କାହଁକି ଆସିଛନ୍ତି ବୋଲି ଲୋକେ ବିରୋଧ କରିଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.