ETV Bharat / state

ଭୋଟ ଦେଲେ ରାଜନଗର ବିଧାୟକ - ଭୋଟ ଦେଲେ ରାଜନଗର ବିଧାୟକ

ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ଆରମ୍ଭ ହୋଇଯାଇଛି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ମତଦାନ କଲେ ରାଜନଗର ବିଧାୟକ ଧ୍ରୁବ ସାହୁ। ଅଧିକ ପଢନ୍ତୁ

Third Phase Panchayat Polls: ମତ ସାବ୍ୟସ୍ତ କଲେ ରାଜନଗର ବିଧାୟକ

author img

By

Published : Feb 20, 2022, 12:24 PM IST

କେନ୍ଦ୍ରାପଡ଼ା: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ । ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ରାଜନଗରେ ଆରମ୍ଭ ହୋଇଯାଇଛି ଭୋଟ ଗ୍ରହଣ । ରାଜନଗର ବ୍ଲକରେ ମତଦାନ କଲେ ରାଜନଗର ବିଧାୟକ ଧ୍ରୁବ ସାହୁ। ବ୍ଲକର ବେଲପାଳ ପଞ୍ଚାୟତର ମହାକାଳୀ ଉଚ୍ଚ ବିଦ୍ୟାଳୟର ୧୦ନମ୍ବର ବୁଥରେ ମତଦାନ କରିଛନ୍ତି ବିଧାୟକ । ଭୋଟ ଦେବା ପରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

Third Phase Panchayat Polls: ମତ ସାବ୍ୟସ୍ତ କଲେ ରାଜନଗର ବିଧାୟକ

୧୦ ନମ୍ବର ବୁଥରେ ଭୋଟର ମାନଙ୍କ ମଧ୍ୟରେ ମତଦାନକୁ ନେଇ ଉତ୍ସାହ ରହିଛି, ଵିଶେଷକରି ମହିଳା ଓ ଯୁବକମାନେ ସକାଳୁ ଆସି ମତଦାନ କରୁଥିବା କହିଛନ୍ତି ବିଧାୟକ । ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସମସ୍ତେ ଲମ୍ବା ଧାଡିରେ ରହି ଶୃଙ୍ଖଳିତ ଭାବେ ଭୋଟ ଦେବାକୁ ଆସୁଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନର ପ୍ରତିଶତ ହାର ବୃଦ୍ଧି ହେବ ବୋଲି ଆଶା କରିଛନ୍ତି ବିଧାୟକ ।

ଭୋଟର ତାଲିକାର ୪୨ ପ୍ରତିଶତ ଯୁବ ଭୋଟର ରହିଥିବା ବେଳେ ପ୍ରାର୍ଥୀ ଦେଖି ଭୋଟ ଦେବା ସହ ଟଙ୍କାର ବଶବର୍ତ୍ତୀ ନହୋଇ ନିଜ ଇଚ୍ଛା ମୁତାବକ ଭୋଟ ଦିଅନ୍ତୁ । ପଞ୍ଚାୟତକୁ ମିନି ସେକ୍ରେଟେରିଏଟ କୁହାଯାଉଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଏହି ପଞ୍ଚାୟତ ମାଧ୍ୟମରେ ଗ୍ରାମାଞ୍ଚଳ ବିକାଶରେ ଲାଗିଥାଏ ତେଣୁ ପ୍ରାର୍ଥୀ ଦେଖି ଭୋଟ ଦେବା ଉଚିତ ବୋଲି ବାର୍ତ୍ତା ଦେଇଛନ୍ତି ବିଧାୟକ ଧ୍ରୁବ ସାହୁ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.