କେନ୍ଦ୍ରାପଡା: ଜିଲ୍ଲାରେ ପୁଣି ଲଜ୍ୟା । ଶନିବାର ସନ୍ଧ୍ୟାରେ ଡେରାବିଶ୍ ଥାନା ଅଞ୍ଚଳର ପଲେଇରେ ଥିବା ନାଲୁ ବାବାଙ୍କ ଆଶ୍ରମରେ ଦୁର୍ଗା ପୂଜା ଚାଲିଥିବା ସମୟରେ ଘଟିଛି ଲଜ୍ୟା ଘଟଣା । ଏଠାରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି ।
ପଞ୍ଚାନନ ନାଥ ନାମକ (୨୨) ଜଣେ ଯୁବକ ଛଅ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଡେରାବିଶ୍ ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ସ୍ଥାନୀୟ ଅଞ୍ଚଳର ନାବାଳିକା ଝିଅ ନିଜ ମାମୁଁ ଘର ପଲେଇକୁ ଦୁର୍ଗା ପୂଜା ଦେଖିବାକୁ ଯାଇଥିଲେ । ଏହି ସମୟରେ ଏଭଳି ଅମାନୁଷିକ ଘଟଣା ଘଟିଛି।
ନାବାଳିକାକୁ ଅଭିଯୁକ୍ତ ଟଙ୍କା ଓ ଆଇସକ୍ରିମର ଲୋଭ ଦେଖାଇ ପାଖକୁ ଡାକି ଏଭଳି କାଣ୍ଡ ଭିଆଇଛି । ଏନେଇ ଡେରାବିଶ୍ ଥାନା ଅଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି । ତେବେ ଅଭିଯୋଗକୁ ଭିତ୍ତି ଡେରାବିଶ୍ ଥାନା ପୋଲସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ