କେନ୍ଦ୍ରାପଡ଼ା: ସମ୍ପର୍କରେ ପୁଣି ଲାଗିଲା ଛିଟା । ୧୬ ବର୍ଷୀୟା ନାବାଳିକାକୁ ଗର୍ଭବତୀ କରାଇଲେ ସମ୍ପର୍କୀୟ ଜେଜେ । ଆଉ ଏପରି ଘୃଣ୍ୟ କାର୍ଯ୍ୟ କରି ଅଭିଯୁକ୍ତ ଜଣକ ଫେରାର ଅଛନ୍ତି । ସ୍ଥାନୀୟ ଆଳି ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ଏଭଳି ନିନ୍ଦନୀୟ ଘଟଣା ଆଳି ବ୍ଲକ ଅଞ୍ଚଳରେ ଘଟିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଆଳି ଥାନା ଅଞ୍ଚଳର ଏକ ଗ୍ରାମରେ ଜଣେ ଖଟିଖିଆ ଓ ଦିନ ମଜୁରିଆ ଲୋକ ଯିଏକି ରାତିପାହିଲେ ପରଘରେ ମୂଳଲାଗି ଯାହା ଆଣେ ତାର ତିନିପ୍ରାଣୀ କୁଟୁମ୍ବ ଦୁଃଖେ କଷ୍ଟେ ଚଳନ୍ତି । ଦୀର୍ଘ ୪ବର୍ଷ ହେବ ମାଆ ଛେଉଣ୍ଡ ଦୁଇଟି ପିଲାକୁ କେମିତି ମଣିଷ କରିବ ବାପା ଆଖିକୁ ନିଦ ନ ଥାଏ । ବାପା ପରଘରକୁ କାମ କରିବାକୁ ଚାଲିଗଲେ ରୋଷଇଠୁ ଆରମ୍ଭ କରି ସବୁକାମ ଝିଅ କରିଥାଏ ।
ପ୍ରତ୍ୟେକ ଦିନ ଝିଅ ଏକୁଟିଆ କାମ କରୁଥିବାର ଦେଖି ସେହି ଗାଁର ୬୪ ବର୍ଷର ବୃଦ୍ଧ ରାଜୀବ ମଳିକ ପାପ ଦୃଷ୍ଟି ପକାଇ ଝିଅର ନିକଟତମ ହେବା ପାଇଁ ଅନେକ ବାହାନା କରି ଶେଷରେ ସେଫଳ ହୋଇଥିଲା । ନାବାଳିକା ଜଣଙ୍କ ବୃଦ୍ଧ ରାଜୀବର କେଇପଦ ମିଠା କଥା ଓ କିଛି ଅର୍ଥ ଲାଳସାରେ ବଶବର୍ତ୍ତୀ ହୋଇ ବୃଦ୍ଧର ପ୍ରେମ ଜାଲରେ ପଡ଼ିଥିଲା ।
ନାବାଳିକା ଜଣଙ୍କ ଯେତେବେଳେ ଜାଣିବାକୁ ପାଇଲା ତାହାର ଏତେ ବଡ କ୍ଷତି ହେବାକୁ ଯାଉଛି ସେ ରାଜୀବକୁ ଉକ୍ତ କାମକୁ ବିରୋଧ କଲା । ରାଜୀବ ତାକୁ ଭୟ ଦେଖାଇ ତାହା ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା । ଝିଅର ଶାରୀରିକ ପରିବର୍ତ୍ତନ ଦେଖି ତାର ଜେଜେ ମାଆ ଓ ସାନ ମାଆ ନାବାଳିକାକୁ ପଚାରିବାରୁ ସବୁ ସତ ସାମ୍ନାକୁ ଆସିଥିଲା । ତା'ପରେ ନାବାଳିକାର ବାପା ଡାକ୍ତରଙ୍କୁ ଦେଖାଇବା ପରେ ଅଲଟ୍ରାସାଉଣ୍ଡ ରିପୋର୍ଟରୁ ନାବାଳିକା ଜଣଙ୍କ ୭ମାସର ଗର୍ଭବତୀ ହୋଇଥିବା ଜଣାପଡି଼ଛି ।
ଏହା ବି ପଢନ୍ତୁ- ସ୍ବାମୀର ଅନ୍ତିମ ସଂସ୍କାର ପ୍ରେମିକ ସହ ପତ୍ନୀ ଫେରାର, ୨ଝିଅ ଆଣିଲେ ହତ୍ୟା ଅଭିଯୋଗ
ବାପା କୌଣସି ଉପାୟ ନପାଇ ଝିଅକୁ ନେଇ ଥାନାରେ ଦ୍ବାରସ୍ଥ ହୋଇଛନ୍ତି । ନିରୀହ ମାଆ ଛେଉଣ୍ଡ ନାବାଳିକା ଜଣଙ୍କ ଏବେ ନ୍ୟାୟ ପାଇଁ ଆଇନର ଆଶ୍ରୟ ନେଇଛନ୍ତି । ଏଣେ ବୃଦ୍ଧ ରାଜୀବ ଏ ଖବର ପାଇଁ କେଉଁଠି ଆତ୍ମଗୋପନ କରିଛି । ଏମିତି ଘଟଣା ବୋଧହୁଏ ଆଳି ଥାନା ନୁହେଁ ସାରା କେନ୍ଦ୍ରାପଡ଼ା ଜିଲ୍ଲାରେ ବିରଳ ବୋଲି ଚର୍ଚ୍ଚା ଜୋର ଧରିଛି । ଥାନା ଅଧିକାରୀଙ୍କ ତଦନ୍ତ ଚାଲିଥିବା କଥା କହିଥିବାବେଳେ, କେଶ୍ ନମ୍ବର ୩୨୭/୨୨ କ୍ରମେ ଦଫା ୩୭୬ ପୋକ୍ସୋ ଆକ୍ଟରେ ଦଫା ରୁଜୁ ହୋଇଥିବା ସୂଚନା ମିଳିଛି । ତେବେ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିବା ରାଜୀବ ମଲିକ ସମ୍ପର୍କରେ ନାବାଳିକାର ଜେଜେ ହେବ ବୋଲି ଜଣାପଡିଛି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା