ETV Bharat / state

ପ୍ରବାସୀ ଶ୍ରମିକଙ୍କ ସ୍ଥିତି ସମୀକ୍ଷା କଲେ ରାଜ୍ୟସଭା ସାଂସଦ ସୁବାସ ସିଂ - ରାଜ୍ୟସଭା ସାଂସଦ ସୁବାସ ସିଂ

ଜିଲ୍ଲାକୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂ । ଶୁକ୍ରବାର ମଧ୍ୟାହ୍ନରେ ସୁବାସ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ବାସଭବନରେ ପହଞ୍ଚି ଜିଲ୍ଲାକୁ ଫେରିଥିବା 27000 ପ୍ରବାସୀ ଶ୍ରମିକମାନଙ୍କର କାର୍ଯ୍ୟଧାରାକୁ ତ୍ବରାନ୍ବିତ କରିବା ପାଇଁ ଆଲୋଚନା କରିଥିଲେ ।

migrants situation review, migrants situation review in kendrapara, kendrapara latest news, rajyasabha mp subash singh, subash singh, ପ୍ରବାସୀ ଶ୍ରମିକଙ୍କ ସ୍ଥିତି ସମୀକ୍ଷା, କେନ୍ଦ୍ରାପଡାରେ ପ୍ରବାସୀଙ୍କ ସ୍ଥିତି ସମୀକ୍ଷା, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟସଭା ସାଂସଦ ସୁବାସ ସିଂ, ସୁବାସ ସିଂ
ପ୍ରବାସୀ ଶ୍ରମିକଙ୍କ ସ୍ଥିତି ସମୀକ୍ଷା କଲେ ରାଜ୍ୟସଭା ସାଂସଦ ସୁବାସ ସିଂ
author img

By

Published : Jun 5, 2020, 8:24 PM IST

କେନ୍ଦ୍ରାପଡା: ଜିଲ୍ଲାକୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂ । ଶୁକ୍ରବାର ମଧ୍ୟାହ୍ନରେ ସୁବାସ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ବାସଭବନରେ ପହଞ୍ଚି ଜିଲ୍ଲାକୁ ଫେରିଥିବା 27000 ପ୍ରବାସୀ ଶ୍ରମିକମାନଙ୍କର କାର୍ଯ୍ୟଧାରାକୁ ତ୍ବରାନ୍ବିତ କରିବା ପାଇଁ ଆଲୋଚନା କରିଥିଲେ । ଏଥିସହ ମନରେଗା ଯୋଜନାକୁ ପରିବ୍ୟାପ୍ତ କରିବା ପାଇଁ ଯୋଜନା କରାଯାଇଥିବା ସେ କହିଛନ୍ତି ।

ପ୍ରବାସୀ ଶ୍ରମିକଙ୍କ ସ୍ଥିତି ସମୀକ୍ଷା କଲେ ରାଜ୍ୟସଭା ସାଂସଦ ସୁବାସ ସିଂ

ମନରେଗା କାମରେ କେବଳ ମାଟି କାମ ବଦଳରେ ଅନ୍ୟ ସମସ୍ତ କୁଶଳୀ କାମକୁ ଅନ୍ତର୍ଭୁକ୍ତ କରାଯିବା ପାଇଁ ସୁପାରିଶ କରାଯିବ ବୋଲି କୁହାଯାଇଛି । ଜିଲ୍ଲାକୁ ଫେରିଥିବା ଶ୍ରମିକମାନଙ୍କର ତାଲିକା ପ୍ରସ୍ତୁତ କରାଯାଇ କେଉଁମାନେ ବାହାର ରାଜ୍ୟରେ କୁଶଳୀ ଓ ଅଣକୁଶଳୀ କାର୍ଯ୍ୟ କରୁଛନ୍ତି ତାହାକୁ ଅନୁଶୀଳନ କରାଯାଇ ନିଷ୍ପତ୍ତି ନିଆଯିବ ।

ସେପଟେ ମାର୍ଶାଘାଇ ଅଞ୍ଚଳର ଯୁବକଙ୍କର ଦିଲ୍ଲୀରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିବାରକୁ ଜିଲ୍ଲାପାଳଙ୍କ ସହାୟତାରେ 10ହଜାର ଟଙ୍କାର ବ୍ୟକ୍ତିଗତ ଚେକ ଏହି ଅବସରରେ ସୁବାସ ପ୍ରଦାନ କରିଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.