ETV Bharat / state

କେନ୍ଦ୍ରାପଡାରେ ବଧୂହତ୍ୟା ଅଭିଯୋଗ

ନିର୍ଯ୍ୟାତନା ଅଭିଯୋଗ ଶୁଣିଲାନି ପୋଲିସ, ମହିଳାଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କଲେ ମୃତ ମହିଳାଙ୍କ ବାପା ।

author img

By

Published : Nov 19, 2022, 12:43 PM IST

କେନ୍ଦ୍ରାପଡାରେ ବଧୂହତ୍ୟା ଅଭିଯୋଗ
କେନ୍ଦ୍ରାପଡାରେ ବଧୂହତ୍ୟା ଅଭିଯୋଗ

କେନ୍ଦ୍ରାପଡା: ସୀମା ଟପିଲା ନିର୍ଯାତନା, ବୋହୂର ଜୀବନ ନେଇଗଲେ ଶାଶୁଘର ଲୋକେ । ଝିଅକୁ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ ମଧ୍ୟ ଶୁଣିଲା ନାହିଁ ପୋଲିସ । ଶେଷରେ ଝିଅର ତଣ୍ଟି ଚିପି ମାରିଦେଲେ ଶାଶୁ ଘର ଲୋକେ । ପୋଲିସ ମୋ ଅଭିଯୋଗକୁ ବିଚାରକୁ ନେଇଥିଲେ ଆଜି ହୁଏତ ମୋ ଝିଅ ବଞ୍ଚି ଯାଇଥାନ୍ତା ବୋଲି କହିଛନ୍ତି ମୃତ ମହିଳାଙ୍କ ବାପା । ଏଭଳି ଘଟଣା ଘଟିଛି ରାଜକନିକା ଥାନା ଆନ୍ତର୍ଗତ ମହାଦେଇ ଆଡିଆ ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ମଞ୍ଜୁଲତା ଦାସ ।

କେନ୍ଦ୍ରାପଡାରେ ବଧୂହତ୍ୟା ଅଭିଯୋଗ

ଅଭିଯୋଗ ଅନୁଯାୟୀ, ନଳିତାପାଟିଆ ଗ୍ରାମର ହରିହର ଦାସଙ୍କ ଝିଅ ମଞ୍ଜୁଲତା ଦାସ ଆଡିଆ ଗ୍ରାମର ଦିଗମ୍ବର ମଳିକଙ୍କ ପୁଅ ବାପିନା ମଳିକକୁ ୨୦୨୦ ନଭେମ୍ବର ମାସରେ ପ୍ରେମବିବାହ କରିଥିଲେ । ବିବାହର ଏକ ବର୍ଷ ହସ ଖୁସିରେ କଟୁଥିଲା ଦିନ । କିନ୍ତୁ ହଠାତ ମଞ୍ଜୁଲତା ଦାସଙ୍କ ଜୀବନରେ ମାଡି ଆସିଲା ଦୁଃଖର କଳା ବାଦଲ । ପ୍ରେମ ବଦଳରେ ସ୍ବାମୀଠୁ ମିଳିଲା ନିର୍ଯ୍ୟାତନା ।

ମଞ୍ଜୁଲତାଙ୍କ ସ୍ୱାମୀ ବାପିନା ମଳିକ ତାଙ୍କ ପରିବାର କଥାରେ ପଡି ମଦ୍ୟପାନ କରି ମଞ୍ଜୁଲତାଙ୍କୁ ଏନେକ ସମୟରେ ମାଡ ମାରୁଥିଲେ । ଏପରିକି ବାପିନା ବିଦେଶକୁ ରୋଜଗାର କରିବାକୁ ପୂର୍ବରୁ ଯାଉଥିବାବେଳେ, ମଞ୍ଜୁଙ୍କୁ ଟଙ୍କାଟିଏ ଚଳିବା ନିମନ୍ତେ ଦେଉନଥିଲେ । ଫଳରେ ବାଧ୍ୟ ହୋଇ ସେ ଦିନ ମଜୁରିଆ ଭାବେ କାମ କରି ଦୁଇ ଛୁଆଙ୍କ ଭରଣ ପୋଷଣ କରୁଥିଲେ । ଖାଲି ସେତିକି ନୁହଁ ବାପିନା ଘରେ ରହୁଥିବା ବେଳେ ମଞ୍ଜୁ ଯାହା ରୋଜଗାର କରି ଆଣେ ସେଥିରୁ ସେ ଅଧା ଟଙ୍କା ନେଇଯାଏ । ସେହି ଟଙ୍କାରେ ମଦ ପିଇ ଆସି ଘରେ ମଞ୍ଜୁଙ୍କୁ ମାଡ ମାରିବା ସହ ନିର୍ଯ୍ୟାତନା ଦେଉଥିଲା ବାପିନା । ଏନେଇ ବହୁବାର ମଞ୍ଜୁଲତା ଘର ଲୋକଙ୍କୁ ଜଣାଇବା ପରେ ବାପା ଓ ପରିବାର ଲୋକେ ମିଶି ଏହାର ସମାଧାନ କରୁଥିଲେ ।

ତେବେ ବାରମ୍ବାର ଏହି ଘଟଣା ଘଟୁଥିବା ବେଳେ ଗତ ଦୁଇ ଦିନ ପୂର୍ବରୁ ମଞ୍ଜୁଙ୍କ ଉପରେ ଅତ୍ୟାଚାର ଚରମ ସୀମାରେ ପହଞ୍ଚିଥିଲା । ଯାହାକୁ ନେଇ ଶାଶୁ ଘର ନାମରେ ମଞ୍ଜୁଙ୍କ ବାପା ରାଜକନିକା ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ପୋଲିସ ଦୁଇଦିନ ଧରି ଚୁପ୍‌ ରହିବାରୁ ମଞ୍ଜୁଙ୍କୁ ଜୀବନରୁ ମାରି ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ବାପା ।

ତେଣୁ ଏହି ଘଟଣାରେ ଶାଶୁଘର ଲୋକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମଞ୍ଜୁଲତାଙ୍କ ବାପା, ତାଙ୍କ ବଡ଼ ଭଉଣୀ ଓ ପରିବାର । ଝିଅ ମଞ୍ଜୁଙ୍କୁ ହତ୍ୟା କରାଯାଇଥିବା ନେଇ ରାଜକନିକା ଥାନାରେ ମୃତକଙ୍କ ବାପା ଅଭିଯୋଗ କରିଥିବା ଜଣାପଡିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତକଙ୍କ ଶରୀର ଥିବାବେଳେ ଘଟଣା ସ୍ଥଳରେ ରାଜକନିକା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବାପିନା ମଳିକକୁ ଗିରଫ କରି ପଚରାଉଚରା କରୁଥିବା ଜଣାପଡିଛି । ତେବେ ମଞ୍ଜୁଙ୍କ ବାପା ପୂର୍ବରୁ କରିଥିବା ଅଭିଯୋଗ ଏବଂ ଏହି ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ କରାଯାଇଥିଲେ ମଧ୍ୟ ନୀରବତା ଅବଲମ୍ବନ କରିଛି ପୋଲିସ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.