ETV Bharat / state

୬ ବର୍ଷ ପରେ ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ, ୧୦ ବର୍ଷ କାରାଦଣ୍ଡାଦେଶ ଦେଲେ ପୋକ୍ସୋ କୋର୍ଟ - ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଘଟଣା

ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ ଶୁଣାଇଛନ୍ତି ପୋକ୍ସୋ କୋର୍ଟ । ୬ ବର୍ଷ ପରେ ପୀଡିତାଙ୍କୁ ନ୍ୟାୟ ମିଳିଛି । ଅଧିକ ପଢନ୍ତୁ

ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ
ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ
author img

By

Published : Aug 20, 2023, 4:27 PM IST

ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ

କେନ୍ଦ୍ରାପଡ଼ା: ୬ ବର୍ଷ ପରେ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ । ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ ଶୁଣାଇଛନ୍ତି ପକ୍ସୋ କୋର୍ଟ । ସୂଚନା ଅନୁସାରେ, ଆଳି ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ୨୦୧୭ ମସିହା ଜୁଲାଇ ୫ ତାରିଖରେ ଆଳି ଥାନା ଅନ୍ତର୍ଗତ ଗୋପାଳପୁର ଗାଁର ଚୁନା ଓରଫ୍ ମୁସ୍ତାଫର ଖାନ୍‌ ଜଣେ ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦ୍ରାପଡ଼ା ପୋକ୍ସୋ କୋର୍ଟ ।

ସେହି ସମୟରେ ମୁସ୍ତାଫରର ବୟସ 26 ବର୍ଷ ହୋଇଥିବାବେଳେ ପୀଡ଼ିତାଙ୍କ ବୟସ 15 ବର୍ଷ ଥିଲା । ନାବାଳିକା ଜଣକ ସନ୍ଧ୍ୟା ସମୟରେ ଟ୍ୟୁସନ୍‌ରୁ ଏକାକୀ ଫେରୁଥିବା ବେଳେ ମୁସ୍ତାଫର ପତ୍ରପୁର ନିକଟରୁ ତାଙ୍କୁ ଏକ କାର୍ ଯୋଗେ ଅପହରଣ କରିଥିଲା । ପ୍ରଥମେ ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁରରେ ରଖିଥିଲା । ଏହାପରେ ଏକ କାର୍‌ ଯୋଗେ ନାବାଳିକାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ବିଶାଖାପାଟଣା ଓ ପରେ ହାଇଦ୍ରାବାଦରେ ୧୨ ଦିନ ରଖି କାଳ ରଖି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏହା ବି ପଢନ୍ତୁ...୫ ବର୍ଷ ପରେ ନ୍ୟାୟ ପାଇଲେ ପୀଡିତା, ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

ବିଶାଖାପାଟଣା ଓ ହାଇଦ୍ରାବାଦରେ ନାବାଳିକାକୁ ରଖି ଜୋର ଜବରଦସ୍ତ ଶାରୀରିକ ସମ୍ବନ୍ଧ ରଖିଥିଲା ମୁସ୍ତାଫର । ଏନେଇ ପୀଡ଼ିତାଙ୍କ ମା' ୨୦୧୭ ମସିହା ଜୁଲାଇ ୬ ତାରିଖରେ ଆଳି ଥାନାରେ ଏତଲା ଦେଇଥିଲେ । ତେବେ ଅଭିଯୁକ୍ତ ମୁସ୍ତାଫର ଏ ବାବଦରେ କୌଣସି ମତେ ଖବର ପାଇ ନାବାଳିକାକୁ ଟ୍ରେନ୍ ଯୋଗେ ଖୋର୍ଦ୍ଧା ଆଣିଥିଲା। ଆଉ ଖୋର୍ଦ୍ଧାରେ ଅଭିଯୁକ୍ତ ମୁସ୍ତାଫର ତାର ଜଣେ ସାଙ୍ଗ ସହିତ ନାବାଳିକାକୁ ବସ୍ ଯୋଗେ କେନ୍ଦ୍ରାପଡ଼ା ପଠାଇଥିଲା । ଏହାପରେ ଯୋଜନାବଦ୍ଧ ଭାବେ ପୀଡ଼ିତାଙ୍କୁ ଟାଉନ ଥାନା ଅଧିନ ସହରର ତିନିମୁହାଣୀ ଛକରେ ଛାଡ଼ି ଦିଆଯାଇଥିଲା ।

ତେବେ ୨୦୧୭ ମସିହା ଜୁଲାଇ ୧୮ ତାରିଖରେ ପୀଡିତାଙ୍କୁ ଉଦ୍ଧାର କରି ଡାକ୍ତରୀ ମାଇନା କରିଥିଲା ପୋଲିସ। ଏହାସହ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ କରାଯାଇଥିଲା । ତେବେ 2 ବର୍ଷ କାଳ ଫେରାର ରହିବା ପରେ ପୋଲିସ ଅଭିଯୁକ୍ତ ମୁସ୍ତାଫରକୁ ଗିରଫ କରିବାରେ ସଫଳ ହୋଇଥିଲା । ୧୪ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିବା ସହ ମାମଲାର ବିଚାର କରି ଜିଲ୍ଲା ପୋକ୍ସୋ କୋର୍ଟର ADJ ପ୍ରଣତି ପଟ୍ଟନାୟକ ଏହି ରାୟ ଶୁଣାଇଛନ୍ତି । ପକ୍ସୋ ଆକ୍ଟ ଅନୁସାରେ, ଅଭିଯୁକ୍ତ ମୁସ୍ତାଫର ଖାନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ କେନ୍ଦ୍ରାପଡ଼ା ପୋକ୍ସୋ କୋର୍ଟ ସ୍ପେଶାଲ ପିପି ମନୋଜ ସାହୁ କହିଛନ୍ତି, "ଏଭଳି କଠୋର ଦଣ୍ଡ ବିଧାନ ଯୋଗୁଁ ଏଥର ଅଭିଯୁକ୍ତଙ୍କ ମନରେ ଭୟ ରହିବ । ଫଳରେ ଦୁଷ୍କର୍ମ ଭଳି ଅପରାଧ ରୋକି ହେବ ବୋଲି ଆଶା କରାଯାଉଛି ।"

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.