ETV Bharat / state

ଏମିତି ବି ଆସେ ମୃତ୍ୟୁ ! ଜମିମାପ ବେଳେ ଚାଲିଗଲା ଜୀବନ - ରାଜକନିକାରେ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ

ଏମିତି ବି ଆସେ ମୃତ୍ୟୁ। ଜମି ମାପ ପାଇଁ ଚେନ କଡି ଧରିଥିବା ବେଳେ ସର୍ପାଘାତରେ ଚାଲିଗଲା ଜଣକ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜକନିକା ଭାରିଗଦା ପଞ୍ଚାୟତର କେଶନଗର ଗ୍ରାମରେ। ଅଧିକ ପଢ଼ନ୍ତୁ

man died in rajkanika due to piosonous snake bite
ବିଷାକ୍ତ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
author img

By

Published : Mar 26, 2022, 10:20 AM IST

Updated : Mar 26, 2022, 10:41 AM IST

କେନ୍ଦ୍ରାପଡ଼ା: ଏମିତି ବି ଆସେ ମୃତ୍ୟୁ। ଜମି ମାପ ପାଇଁ ଚେନ କଡି ଧରିଥିବା ବେଳେ ସର୍ପାଘାତରେ ଚାଲିଗଲା ଜଣଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜକନିକା ଭାରିଗଦା ପଞ୍ଚାୟତର କେଶନଗର ଗ୍ରାମରେ।

ଏମିତି ବି ଆସେ ମୃତ୍ୟୁ ! ଜମିମାପ ବେଳେ ଚାଲିଗଲା ଜୀବନ

ଗତକାଲି (ଶୁକ୍ରବାର) ସକାଳେ ଜମିବାଡ଼ି ମାପଚୁପ ସମୟରେ ସାପ କାମୁଡ଼ାରେ କେଶନଗର ଗ୍ରାମର ଗୋପୀନାଥ ସାହୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୋପୀନାଥ ଚେନ ଧରି ମାପଚୁପରେ ସହାୟତା କରୁଥିବା ସମୟରେ ଏକ ବୁଦା ଭିତରେ ତାଙ୍କ ଗୋଡ ପଡିଯାଇଥିଲା। ବୁଦା ଭିତରେ ଥିବା ଏକ ବିଷଧର ସାପଟି ତାଙ୍କୁ କାମୁଡ଼ିବାରୁ ସେ ଅଚେତ ହୋଇ ଯାଇଥିଲେ। ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଗୋପୀନାଥଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆଳି ପଠାଇଥିଲା ରାଜକନିକା ପୋଲିସ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Mar 26, 2022, 10:41 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.