ETV Bharat / state

ଅଭିଯୋଗ ନଶୁଣିବାରୁ ନିଆରା ପ୍ରତିବାଦ; ବିଡ଼ିଓଙ୍କ ଆଗରେ ଆଣ୍ଠେଇଲେ ୱାର୍ଡମେମ୍ବର

author img

By ETV Bharat Odisha Team

Published : Dec 5, 2023, 10:18 AM IST

ଅଭିଯୋଗ ନଶୁଣିବାରୁ ନିଆରା ପ୍ରତିବାଦ । କେନ୍ଦ୍ରାପଡାରେ ବିଡ଼ିଓଙ୍କ ଆଗରେ ଆଣ୍ଠେଇଲେ ମହିଳା ୱାର୍ଡମେମ୍ବର । ଅଧିକ ପଢନ୍ତୁ

ଅଭିଯୋଗ ନଶୁଣିବାରୁ ନିଆରା ପ୍ରତିବାଦ
ଅଭିଯୋଗ ନଶୁଣିବାରୁ ନିଆରା ପ୍ରତିବାଦ
ବିଡ଼ିଓଙ୍କ ଆଗରେ ଆଣ୍ଠେଇଲେ ୱାର୍ଡମେମ୍ବର

କେନ୍ଦ୍ରାପଡା: ସରପଞ୍ଚଙ୍କ ବିରୋଧରେ ଅଭିଯୋଗ ନଶୁଣିବାରୁ ନିଆରା ପ୍ରତିବାଦ । ବିଡିଓଙ୍କ ସାମ୍ନାରେ ଆଣ୍ଠେଇ ପ୍ରତିବାଦ କଲେ ମହିଳା ୱାର୍ଡ ମେମ୍ବର । ଏଭଳି ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଏଣ୍ଡର ପଞ୍ଚାୟତରୁ । ସୋମବାର ଏଣ୍ଡର ପଞ୍ଚାୟତରେ ଅନୁଷ୍ଠିତ ''ପଲ୍ଲୀରେ ପ୍ରଶାସନ'' କାର୍ଯ୍ୟକ୍ରମରେ ସ୍ଥାନୀୟ ୱାର୍ଡମେମ୍ବରମାନେ ବିଡି଼ଓଙ୍କ ଆଗରେ ଆଣ୍ଠେଇ ଅଭିଯୋଗ କରୁଥିବାର ଦେଖିବାକୁ ମିଳିଛି । ଏହି ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ: ବିଦ୍ୟୁତ ଡିଭିଜନରେ ଅଶାନ୍ତି, ଧାରଣାରେ କର୍ମଚାରୀ

ସୂଚନା ମୁତାବକ, ଡେରାବିଶ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ପାଇଁ ସ୍ଥିର ହୋଇଥିଲା "ପଲ୍ଲୀରେ ପ୍ରଶାସନ" କାର୍ଯ୍ୟକ୍ରମ । ଏହାପୂର୍ବରୁ ସ୍ଥାନୀୟ ସରପଞ୍ଚଙ୍କ ବିରୋଧରେ ଆପତ୍ତି ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ ଚେତାବନୀ ଦେଇଥିଲେ ଏକାଧିକ ୱାର୍ଡର ସଦସ୍ୟ ସଦସ୍ୟା । ତେବେ ଏହି ଆନ୍ଦୋଳନ ଚେତାବନୀକୁ ଭ୍ରୂକ୍ଷେପ ନକରି ବ୍ଳକ ପ୍ରଶାସନ ସୋମବାର "ପଲ୍ଲୀରେ ପ୍ରଶାସନ" କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏହାଦେଖି ୱାର୍ଡମେମ୍ବରମାନେ ସରପଞ୍ଚଙ୍କ ବିରୋଧରେ ଧାରଣା ଦେବା ସହ ବିଡ଼ିଓଙ୍କ ସାମ୍ନାରେ ଆଣ୍ଠେଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: କଟନି ଛଟନିକୁ ବିରୋଧ, ଧାନ କିଣାରେ ସ୍ୱଚ୍ଛତା ପାଇଁ ବିଜେପିର ପ୍ରତିବା

ମହିଳା ୱାର୍ଡମେମ୍ବରଙ୍କ ସମେତ ଅନ୍ୟ ୧୭ ଜଣ ୱାର୍ଡମେମ୍ବର ନିଜର ଦାବି ନେଇ ବିଡିଓଙ୍କ ଆଗରେ ଆଣ୍ଠେଇଲେ ନିଆରା ପ୍ରତିବାଦ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତର ବିକାଶମୂଳକ କାମ ପାଇଁ କୌଣସି ୱାର୍ଡ ସଦସ୍ୟ ସଦସ୍ୟାଙ୍କୁ ଡକା ଯାଉନାହିଁ । ପୂର୍ବରୁ ଏନେଇ ଏହି ୱାର୍ଡ ସଦସ୍ୟ ସଦସ୍ୟା ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ଅଭିଯୋଗ କରିଥିଲେ । ହେଲେ ସେମାନଙ୍କ କଥା ଶୁଣାନଯିବାରୁ ସୋମବାର ଦିନ ନିଆରା ପ୍ରତିବାଦ କରିଛନ୍ତି ମହିଳା ୱାର୍ଡ ମେମ୍ବର । ପଞ୍ଚାୟତ ନିର୍ବାଚନ ପରଠାରୁ ପ୍ରାୟତଃ ପଞ୍ଚାୟତ ଅଫିସ ଖୋଲା ହେଉନାହିଁ କି ଯେକୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉଛି ସରପଞ୍ଚ ବାବୁ ନିଜ ୱାର୍ଡ 3 ଓ 4 ନମ୍ବର ୱାର୍ଡ ମେମ୍ବରଙ୍କୁ ଛାଡିଦେଲେ କାହାରିକୁ କିଛି ପଚାରୁ ନାହାନ୍ତି । ସେମାନଙ୍କର କୌଣସି ଅଭିଯୋଗ ମଧ୍ୟ ଶୁଣୁନାଁହାନ୍ତି ବୋଲି ଅଭିଯୋଗ ହୋଇଛି । ତେଣୁ 17 ଜଣ ୱାର୍ଡ ମେମ୍ବର ପଞ୍ଚାୟତରେ "ପଲ୍ଲୀରେ ପ୍ରଶାସନ" କାର୍ଯ୍ୟକ୍ରମ ଚାଲୁଥିବା ବେଳେ ବିଡିଓଙ୍କ ଆଗରେ ଆଣ୍ଠେଇ ପ୍ରତିବାଦ କରିଥିଲେ । ଯାହାର ଦୃଶ୍ୟକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.