ETV Bharat / state

ଖରସ୍ରୋତା ପାନୀୟଜଳ ପ୍ରକଳ୍ପ ବିବାଦ: IIT ହାଇଦ୍ରାବାଦର ତଥ୍ୟ ଫିଟାଇଲା ଗୁମର

author img

By

Published : Sep 30, 2021, 4:05 PM IST

ଖରସ୍ରୋତା ନଦୀରେ ନିର୍ମାଣାଧିନ ପାନୀୟଜଳ ପ୍ରକଳ୍ପ ପାଇଁ କରାଯାଇ ନାହିଁ କୌଣସି ସରକାରୀ ଦସ୍ତାବିଜର ସମୀକ୍ଷା। ଆଇଆଇଟି ହାଇଦ୍ରାବାଦରୁ ମିଳିଥିବା ସୂଚନାଧିକାର ତଥ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଏ ମୁଖା ଖୋଲିଦେଇଛି । ଅଧିକ ପଢନ୍ତୁ...

ଖରସ୍ରୋତା ପାନୀୟଜଳ ପ୍ରକଳ୍ପ ବିବାଦ; IIT ହାଇଦ୍ରାବାଦର ତଥ୍ୟ ଫିଟାଇଲା ଗୁମର

କେନ୍ଦ୍ରାପଡା : ତେଜୁଛି ଖରସ୍ରୋତାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ ବିବାଦ । ଏବେ ଏ ବିବାଦ ନେଇଛି ନୂଆ ମୋଡ । ଖରସ୍ରୋତା ନଦୀରେ ନିର୍ମାଣାଧିନ ପାନୀୟଜଳ ପ୍ରକଳ୍ପ ପାଇଁ କରାଯାଇ ନାହିଁ କୌଣସି ସରକାରୀ ଦସ୍ତାବିଜର ସମୀକ୍ଷା। କେବଳ ଆଖିରେ ଆଙ୍ଗୁଠି ଗେଞ୍ଜି ସରକାରୀ ଭାବେ ଜୋରଜବରଦସ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଛି । ଆଇଆଇଟି ହାଇଦ୍ରାବାଦରୁ ମିଳିଥିବା ସୂଚନାଧିକାର ତଥ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଏ ମୁଖା ଖୋଲିଦେଇଛି ।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଖୋଲିଲା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଅସଲ ମୁଖା। ରାଜ୍ୟ ସରକାର ଯେଉଁ ଆଇଆଇଟି ତଥ୍ୟ ଦେଖାଇ କେନ୍ଦ୍ରାପଡା ରାଜକନିକା ବରୁଣାଡ଼ିହାର ଖରସ୍ରୋତା ନଦୀରେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ କରୁଛନ୍ତି । ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସୂଚନା ଅଧିକାର ଆଇନ ଖୁଲାସା କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ଓସା ଆବାହକ ପ୍ରତାପ ମହାନ୍ତି ଆଇଆଇଟି ହାଇଦ୍ରାବାଦ ନିକଟରୁ ନିର୍ମାଣାଧିନ ପ୍ରକଳ୍ପ ସମ୍ପର୍କରେ ହୋଇଥିବା ଆଇଆଇଟି ତଦନ୍ତ ପାଇଁ ତଥ୍ୟ ମାଗିଥିଲେ ।

ଆଇଆଇଟି ହାଇଦ୍ରାବାଦ ପକ୍ଷରୁ ତାଙ୍କୁ ଦିଆଯାଇଥିଲା ପ୍ରକଳ୍ପ ସମ୍ବନ୍ଧୀୟ ସମସ୍ତ ତଥ୍ୟ । ଆଇଆଇଟି ହାଇଦ୍ରାବାଦ ପକ୍ଷରୁ ପ୍ରକଳ୍ପ ପାଇଁ କୌଣସି ତଦନ୍ତ କରାଯାଇନଥିବା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଚିଠି କରାଯାଇନଥିବା ଆଇଆଇଟି ହାଇଦ୍ରାବାଦ ସ୍ପଷ୍ଟ କରିଥିଲା । ୯୫୨କୋଟି ଟଙ୍କାର ପ୍ରକଳ୍ପ କାହା ସ୍ୱାର୍ଥରେ ଓ କିପରି ପରିବେଶ ଆଇନକୁ ଉଲଂଘନ କରାଯାଇ ନିର୍ମାଣ କରାଯାଉଛି ସେନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରତାପ। ଅନ୍ୟପଟେ ଆଇଆଇଟି ହାଇଦ୍ରାବାଦର ସିଭିଲ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟର ମୁଖ୍ୟ ପ୍ରଫେସର ଡ଼ଃ ଶଶୀଧରଙ୍କ ଦସ୍ତଖତ ସମ୍ବଳିତ ଏକ ରିପୋର୍ଟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ NGTରେ ଦାଖଲ କରି ପରିବେଶ ଆଇନ ମଞ୍ଜୁରି ମିଳିଥିବା କହିଥିଲେ । ଏନେଇ ଡ଼ା ଶଶୀଧରଙ୍କ ନାମ ସମେତ ଜିଲ୍ଲାପାଳ,ରାଜନଗର ବନଖଣ୍ଡ ଅଧିକାରୀ ଓ ଜିଲ୍ଲା ଜଳ ଓ ପରିମଳ ବିଭାଗ ନାମରେ ଏତଲା ଦେବାକୁ ଅଣ୍ଟା ଭିଡ଼ିଛି ଓସା।

ସେହି ମେଗା ପାନୀୟଜଳ ପ୍ରକଳ୍ପ ହେଲେ ଭିତରକନିକା ଜାତୀୟ ଉଦ୍ୟାନ ତାହାର ସତ୍ତା ହରାଇବ । ଏନେଇ ବିଭିନ୍ନ ସମୟରେ ବିରୋଧ କରାଯାଇ ଆନ୍ଦୋଳନ ମଧ୍ୟ କରାଯାଇଛି । ଆନ୍ଦୋଳନକାରୀମାନେ ମଧ୍ୟ ଜେଲ ଯାଇଛନ୍ତି । ଏପରିକି ୨୨ଦିନର ଆମରଣ ଅନଶନ କରିଛନ୍ତି ଆନ୍ଦୋଳନକାରୀ। ତେବେ ଚଳିତବର୍ଷ ଜାନୁଆରୀ ମାସରେ କେନ୍ଦ୍ରାପଡ଼ାର ଜଣେ ଶିକ୍ଷାବିତ କ୍ଷିତିଶ ସିଂହ ଆରଡବ୍ଲୁ (RWSS) ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ପ୍ରକଳ୍ପ ବାବଦରେ ସବିଶେଷ ତଥ୍ୟ ମାଗିଥିଲେ । ତାଙ୍କୁ ଡା ଶଶୀଧରଙ୍କ ସ୍ୱାକ୍ଷର ସମ୍ବଳିତ ଇଏସଆଇଏ (ESIA) ରିପୋର୍ଟ ପ୍ରଦାନ କରାଯାଇଲା । କିନ୍ତୁ ଏବେ ପ୍ରତାପ ତଥ୍ୟ ମାଗିବା ସମୟରେ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ତାଙ୍କ ନିକଟରେ ପ୍ରକଳ୍ପର ମୂଲ୍ୟ ନଥିବା ଦର୍ଶାଉଥିବାବେଳେ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାକୁ ତାଙ୍କର ସୂଚନା ଫର୍ମ ପଠାଉଥିବା ଅଭିଯୋଗ ହୋଇଛି ।

ଏଭଳି ସ୍ଥିତିରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସେହି ପ୍ରକଳ୍ପ କାମ କରୁଥିବା "ମେଘା" ପାଇପିଂ କମ୍ପାନୀର ଏଜେଣ୍ଟ ସାଜିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସଦାସର୍ବଦା ପ୍ରକଳ୍ପର କାମ ନେଇ ବ୍ୟଗ୍ର ରହୁଥିବା ଜିଲ୍ଲାପାଳ ଏବେ ଏନେଇ ମୁହଁ ଖୋଲୁନାହଁନ୍ତି । ପ୍ରକଳ୍ପ କାମରେ ଜାଲିଆତି ହୋଇଥିବା ଚର୍ଚ୍ଚା ହେଉଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.