ETV Bharat / state

ଛାଡିଛି ବନ୍ୟା ବଢିଛି କେନ୍ଦ୍ରାପଡାବାସୀଙ୍କ ଦୁର୍ଦ୍ଦଶା, ନିୟନ୍ତ୍ରଣରେ ଫେଲ ମାରିଛି ପ୍ରଶାସନ !

author img

By

Published : Aug 20, 2022, 8:44 PM IST

କେନ୍ଦ୍ରାପଡାବାସୀଙ୍କ ଦୁଃଖ ବଢାଇଲା ବନ୍ୟା । ଗତ ଅଗଷ୍ଟ ୧୬ ତାରିଖରେ କରାଣ୍ଡିଆ ନଦୀରେ ୬୦ ଫୁଟ ଲମ୍ବର ଘାଇ ହେବା ଫଳରେ ବନ୍ୟା ଜଳ ଘେରରେ ତିନୋଟି ଗାଁର ୫୦୦୦ରୁ ଉର୍ଦ୍ଧ୍ବ ଲୋକେ ରହିଥିଲେ । ଓସଡମାରେ ରଖାଯାଇଥିବା ଲେକଙ୍କୁ କିଛି ଖାଦ୍ୟ ଓ ପାନୀୟ ଦେଇ ପ୍ରଶାସନ ବୁଝାଇ ଦେଇଥିବା ବେଳେ ଛାତ ଉପରେ ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ସରକାରଙ୍କ ବ୍ୟବସ୍ଥା ସ୍ବପ୍ନ ପାଲଟିଥିବା ଅଭିଯୋଗ ହୋଇଛି । ଦେଖନ୍ତୁ ଏହି ରିପୋର୍ଟ

ଛାଡିଛି ବନ୍ୟା ବଢିଛି କେନ୍ଦ୍ରାପଡାବାସୀଙ୍କ ଦୁର୍ଦ୍ଦଶା

କେନ୍ଦ୍ରାପଡା: କମି ଯାଇଛି ବନ୍ୟା ଅଞ୍ଚଳର ପାଣି ହେଲେ ବଢୁଛି ବିପନ୍ନଙ୍କ ଦୁର୍ଦ୍ଦଶା । ଖୋଲା ଆକାଶତଳେ ଦିନରାତି ବିତୁଥିବା ବେଳେ ଅନ୍ଧାର ଭିତର ବିତୁଛି ଜୀବନ । କିଏ ଛାତ ଉପରେ ପାଲଟାଣି ରହିଛି ତ କିଏ ଭୋକର ଜ୍ବଳାକୁ ମାରିବା ପାଇଁ ସରକାରୀ ସହାୟତାକୁ ଅପେକ୍ଷା କରିଛି । ବର୍ଷକର ଆହାର ଏହି କରାଳ ବନ୍ୟା ଛଡାଇ ନେଇଥିବା ବେଳେ ରିଲିଫ ସାମଗ୍ରୀ ଆପଣା ପର ନ୍ୟାୟରେ ପ୍ରଦାନ କରାଯାଉଥିବା ଭଳି ଅଭିଯୋଗ ହେଉଛି । ଅନ୍ୟପଟେ ପ୍ରଶାସନ ସମସ୍ତ ସୁବିଧା ବନ୍ୟା ପ୍ରଭାବିତ ଲୋକଙ୍କୁ ଯୋଗାଇ ଦେଉଥିବା କହୁଥିଲେ ହେଁ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ।

ବନ୍ୟା ଘେରରେ ଥିବା ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ରିଲିଫ ସାମଗ୍ରୀ । ବନ୍ୟା ଜଳସ୍ତର ନଦୀରୁ ସାମାନ୍ୟ ଖସୁଥିବା ବେଳେ ଲଘୁଚାପ ଜନିତ ବର୍ଷା ଲୋକମାନଙ୍କ ବନ୍ୟା କଷ୍ଟକୁ ଆହୁରି ବଢ଼େଇ ଦେଇଛି । ଚଳିତ ବର୍ଷ ମହାନଦୀ ବନ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲାର ଲୁଣା, କରାଣ୍ଡିଆ, ପାଇକା ଓ ଚିତ୍ରୋତ୍ପଳା ଭଳି ଶାଖାନଦୀ ମାନଙ୍କରେ ବନ୍ୟା ଆସିବା ଫଳରେ ମାର୍ଶାଘାଇ, ଗରଦପୁର, ମହାକାଳପଡ଼ା ଓ ଡେରାବିଶ୍ ବ୍ଲକ ପ୍ରଭାବିତ ହୋଇଛି । ତେବେ ଏଥିମଧ୍ୟରୁ ଲୁଣା ଏବଂ କରାଣ୍ଡିଆ ନଦୀର ମଧ୍ୟବର୍ତ୍ତୀ ଭାଗରେ ବସବାସ କରୁଥିବା ମାର୍ଶାଘାଇ ବ୍ଲକ ଆଇତିପୁର ପଞ୍ଚାୟତର ବାସିନ୍ଦା ସର୍ବାଧିକ ପ୍ରଭାବିତ ହୋଇଛନ୍ତି ।

ଗତ ଅଗଷ୍ଟ ୧୬ ତାରିଖରେ କରାଣ୍ଡିଆ ନଦୀରେ ୬୦ ଫୁଟ ଲମ୍ବର ଏକ ଘାଇ ହେବା ଫଳରେ ପଞ୍ଚାୟତର ବଳରାମପୁର,ବାଳିସିଂ ଓ ଆଇତିପୁର ଗାଁକୁ ପାଣି ମାଡ଼ି ଆସିଥିଲା । ବନ୍ୟା ଜଳ ଘେରରେ ତିନୋଟି ଗାଁର ମୋଟ ୫୦୦୦ରୁ ଉର୍ଦ୍ଧ୍ବ ଲୋକେ ପାଣିଘେରରେ ରହିଥିଲେ । ତେବେ ବନ୍ୟାବିପନ୍ନ ଲୋକମାନଙ୍କ ପାଇଁ ଉଦ୍ଧାର କାର୍ଯ୍ୟ, ପିଇବା ପାଣି, ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦେବା ପ୍ରଶାସନର ପ୍ରାଥମିକତା ହୋଇଥିବା ବେଳେ ପ୍ରଭାବିତ ଲୋକମାନଙ୍କ ପାଖରେ କୌଣସି ସହଯୋଗ ପହଞ୍ଚି ନଥିବା ଅଭିଯୋଗ କରିଛନ୍ତି ଲୋକେ । ଓସଡମାରେ ରଖାଯାଇଥିବା ଲେକଙ୍କୁ କିଛି ଖାଦ୍ୟ ଓ ପାନୀୟ ଦେଇ ପ୍ରଶାସନ ବୁଝାଇ ଦେଇଥିବା ବେଳେ ଛାତ ଉପରେ ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ସରକାରଙ୍କ ବ୍ୟବସ୍ଥା ସ୍ବପ୍ନ ପାଲଟିଥିବା ଅଭିଯୋଗ ହୋଇଛି ।

ବନ୍ୟା ପାଣି କମିବା ପରେ ଭାଙ୍ଗି ଯାଇଥିବା ଘରକୁ ସଜାଡ଼ିବାକୁ ପ୍ରୟାସ କରୁଥିବା ବେଳେ ପାଲ ଖଣ୍ଡିଏ ସମସ୍ତଙ୍କ ଭାଗରେ ପଡୁନଥିବା ଅଭିଯୋଗ ହୋଇଛି।ବନ୍ୟା ପାଣି କମୁଥିଲେ ହେଁ ସାପ ଭୟ ଦ୍ବିଗୁଣିତ ହୋଇଛି । ଚାରିଆଡେ ଜଳାର୍ଣ୍ଣବ ହୋଇଥିବା ବେଳେ ସରୀସୃପଙ୍କ ଭୟ ବନ୍ୟା ଦୁଃଖକୁ ଦ୍ବିଗୁଣିତ କରିଛି ଅନ୍ୟପଟେ ବନ୍ୟା ପରେ ଜ୍ୱର, ଥଣ୍ଡା, ଚର୍ମ ରୋଗ ଓ ଝାଡ଼ାବାନ୍ତି ବ୍ୟାପିବାର ସମ୍ଭାବନା ରହିଥିବା ବେଳେ ଏପର୍ଯ୍ୟନ୍ତ କୋୖଣସି ମେଡିକାଲ ଟିମ ଆସିନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। କୌଣସି ପ୍ରକାର ରୋଗ ହେଲେ ବେକେ ପାଣିରେ ପଶି ଆସି ଔଷଧ ନେବାକୁ ପଡୁଛି ବୋଲି କହିଛନ୍ତି ବଳରାମପୁରର ଜଣେ ବାସିନ୍ଦା । ସେହିପରି ଗୃହପାଳିତ ପଶୁଙ୍କ ପାଇଁ କୌଣସି ଖାଦ୍ୟ ଯୋଗାଇ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ବାଳିସିଂ ଗାଁର ଜଣେ ମହିଳା ।

ମହାନଦୀ ଶାଖା ନଦୀରେ ଜଳସ୍ତର ହ୍ରାସ ହେଉଥିବା ବେଳେ ଏବେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ପ୍ରଶାସନକୁ ଚିନ୍ତାରେ ପକାଇଛି । ଏନେଇ ଜିଲ୍ଲାପଳ କହିଛନ୍ତି ଯେ, "ରେଙ୍ଗାଲି ବ୍ରାହ୍ମଣୀ ସିଷ୍ଟମର ଅନ୍ତର୍ଭୁକ୍ତ ଖରସ୍ରୋତା, ବିରୂପା ଆଦି ନଦୀରେ ଜଳସ୍ତର ବୃଦ୍ଧି ହେଲେ ଜିଲ୍ଲାବାସୀଙ୍କ ପାଇଁ ବିପଦ ରହିଛି । ଏଥିସହିତ ଏହି ଜଳସ୍ତର ବଢିଲେ ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ ଭଳି ତିନୋଟି ବ୍ଲକ ସମ୍ପୂର୍ଣ୍ଣ ପ୍ରଭାବିତ ହେବ । ମହାନଦୀ ବନ୍ୟାରେ ମୋଟ ୪୧ଟି ପଞ୍ଚାୟତର ୧୦୬ଟି ଗାଁର ମୋଟ ୧୦୯୯୦୮ ଜଣ ଲୋକେ ପ୍ରଭାବିତ ହୋଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ପାଇକା ନଦୀରେ ଘଳିଆ, ୪୦ ବର୍ଷ ପରେ ବଡ଼ ବନ୍ୟା ଆଶଙ୍କା

ଜିଲ୍ଲା ପ୍ରଶାସନ ପକ୍ଷରୁ ୩୪ଟି ସ୍ଥାନରେ ଲୋକଙ୍କୁ ରନ୍ଧାଖାଦ୍ୟ ଦେବାହ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ଦିଆଯାଉଥିବା କୁହାଯାଇଥିବା ବେଳେ ବାସ୍ତଵିକ ଚିତ୍ର କିନ୍ତୁ ସମ୍ପୁର୍ଣ୍ଣ ଓଲଟା । ବନ୍ୟା ପାଣି ଛାଡିଥିଲେ ବି ଗାଁ ଦାଣ୍ଡରୁ ପାଣି ଖସିନି । ଏ ଭିତରେ ଦୁଇ ଦିନ ଧରି ବର୍ଷାର ସମ୍ଭାବନା ରହିଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ନବଢିବା ପାଇଁ ପ୍ରଶାସନ ଆଗେଇ ଆସିବା ଜରୁରୀ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.