ETV Bharat / state

ଏମିତି ଚାଲିଛି ବନ୍ୟା ପରିଚାଳନା, ଶିଶୁକୁ କାନ୍ଧରେ ବୋହି ମେଡିକାଲ ଗଲେ ସମ୍ପର୍କୀୟ - କେନ୍ଦ୍ରାପଡା ବନ୍ୟା

ବନ୍ୟା ପ୍ରଭାବିତ କେନ୍ଦ୍ରାପଡା ମାର୍ଶାଘାଇ ଅଞ୍ଚଳରେ ଅଭାବନୀୟ ଘଟଣା । ପାଣିରେ ଶିଶୁକୁ କାନ୍ଧରେ ବୋହି ମେଡିକାଲ ପହଞ୍ଚିଲେ ସମ୍ପର୍କୀୟ । ବନ୍ୟା ପରିଚାଳନାରେ କେନ୍ଦ୍ରାପଡ଼ା ପ୍ରଶାସନ ଫେଲ୍ ମାରିଥିବା ଅଭିଯୋଗ । ଅଧିକ ପଢନ୍ତୁ

ବନ୍ୟା ପରିଚାଳନାରେ ବିଫଳ କେନ୍ଦ୍ରାପଡ଼ା ପ୍ରଶାସନ, ଶିଶୁକୁ କାନ୍ଧରେ ବୋହି ମେଡିକାଲ ପହଞ୍ଚିଲେ ସମ୍ପର୍କୀୟ

author img

By

Published : Aug 19, 2022, 9:15 AM IST

କେନ୍ଦ୍ରାପଡା: ବନ୍ୟାରେ ବୁଡିଛି ଅଧା ଓଡିଶା । ହଜାର ହଜାର ଲୋକେ ଜଳବନ୍ଦୀ ଦୁର୍ଦ୍ଦଶା ଭୋଗୁଥିବା ବେଳେ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ସରକାରୀ ସ୍ତରରେ ଘନ ଘନ ବୈଠକ ବସୁଛି । କେଉଁଠି ମନ୍ତ୍ରୀମାନେ ବନ୍ୟାଞ୍ଚଳ ବୁଲୁଛନ୍ତି ତ କେଉଁଠି ପ୍ରଶାସନିକ ଅଧିକାରୀମାନେ ଡଙ୍ଗାରେ ଲୋକଙ୍କ ପାଖକୁ ଯାଉଛନ୍ତି । ହେଲେ ଏସବୁ ଭିତରେ କେନ୍ଦ୍ରାପଡା ଜିଲ୍ଲାରେ ଫେଲ୍ ମାରିଛି ବନ୍ୟା ପରିଚାଳନା । ଏଠାରେ ବନ୍ୟା ପ୍ରଭାବିତଙ୍କ ପାଇଁ କେବଳ ଭଗବାନ ଭରସା ବୋଲି ଅଭିଯୋଗ ହେଉଛି l କାରଣ ଏଠାରେ ଜଣେ ଶିଶୁ ଜ୍ବରରେ ପଡିଥିବା ବେଳେ ମେଡିକାଲ ନେବାକୁ କେହି ନ ଶୁଣିବାରୁ ତାକୁ କାନ୍ଧରେ ବୋହି ପାଣିରେ ମେଡିକାଲ ନିଆଯାଇଥିବା ଅଭିଯୋଗ ହୋଇଛି । ବନ୍ୟା ପ୍ରଭାବିତ ମାର୍ଶାଘାଇ ବ୍ଲକ ଅଧିନ ଆଇତିପୁର ଅଞ୍ଚଳରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକି ଏବେ ଜିଲ୍ଲା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଶିଶୁକୁ କାନ୍ଧରେ ବୋହି ମେଡିକାଲ ପହଞ୍ଚିଲେ ସମ୍ପର୍କୀୟ

ମହାନଦୀର ଶାଖା ଲୁଣା-କରାଣ୍ତିଆ ନଦୀରେ ବନ୍ୟା ଜଳ ଆସିବାରୁ ମଙ୍ଗଳବାର ସକାଳ ସମୟରୁ ଆଇତିପୁର ଅଞ୍ଚଳର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଅନେକ ଲୋକ ଥଇଥାନ କେନ୍ଦ୍ରକୁ ଆସିଥିବା ବେଳେ କିଛି ଲୋକ ଏବେ ବି ଘର ଛାତ ଉପରେ ପଲିଥିନ ଟାଙ୍ଗି ରହୁଛନ୍ତି । ଏଭଳି ସ୍ଥିତିରେ ଆୟତିପୁରର ଶୁକଦେବ ସାମନ୍ତରାୟଙ୍କ ଏକ ବର୍ଷର ନାତି କୀର୍ତ୍ତି ସାମନ୍ତରାୟଙ୍କ ଦେହ ଖରାପ ହୋଇଥିଲା । ଥଣ୍ତା ହେବା ସହିତ ପ୍ରବଳ ଜ୍ବର ଏବଂ ନିଃଶ୍ବାସ ପ୍ରଶ୍ବାସ ନେବାରେ ଶିଶୁପୁତ୍ର କଷ୍ଟ ଅନୁଭବ କରିଥିଲା । ଏହାପରେ ପରିବାର ଲୋକ ମେଡିକାଲ ନେବାକୁ ଯୋଜନା କରିଥିଲେ । ହେଲେ ଜଳବନ୍ଦୀ ଥିବାରୁ ମେଡିକାଲ ନେବା ସମ୍ଭବପର ହୋଇନଥିଲା ।

ମେଡିକାଲ ନେବା ପାଇଁ ପରିବାର ଲୋକେ ଅନେକ ଲୋକଙ୍କୁ ନେହୁରା ହୋଇଥିଲେ ହେଁ କେହି କର୍ଣ୍ଣପାତ କରିନଥିଲେ l ସେମାନେ ସେଠାରେ ନିୟୋଜିତ ଥିବା ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ନେତାଙ୍କୁ ମଧ୍ୟ ଯୋଗାଯୋଗ କରି ବିଫଳ ହୋଇଥିଲେ । ଅନେକ ସମୟ ଅପେକ୍ଷା କରିବା ପରେ ଶେଷରେ ବାଧ୍ୟ ହୋଇ ପଡୋଶୀ ବାପିନା ବରାଳ ନାମକ ଜଣେ ଯୁବକ ଶୁକଦେବଙ୍କ ଅସୁସ୍ଥ ନାତିକୁ କାନ୍ଧରେ ବସାଇ ମେଡିକାଲ୍‌ ନେବାକୁ ବାହାରିଥିଲେ । ଯୁବକ ଅଣ୍ଟାଏ ଲେଖାଏଁ ପାଣିରେ ଶିଶୁପୁତ୍ରକୁ କାନ୍ଧରେ ପକାଇ ମେଡିକାଲ ନେଇଥିବା ନେଇ ଅଭିଯୋଗ ହୋଇଛି, ଯାହାକି ପ୍ରଶାସନିକ କାର୍ଯ୍ୟଦକ୍ଷତା ଓ ବନ୍ୟା ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି । ତେବେ କେବଳ ଏହି ଗୋଟିଏ ଘଟଣା ନୁହେଁ ବରଂ ସେହି ସ୍ଥାନର ଅନ୍ୟ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ପାଇଁ ମେଡିକାଲ ପର୍ଯ୍ୟନ୍ତ ନେବାକୁ ପ୍ରଶାସନ ପକ୍ଷରୁ କେହି କର୍ଣ୍ଣପାତ ନ କରିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

କେନ୍ଦ୍ରାପଡା ଜିଲ୍ଲାର ୧୦ ହଜାରରୁ ଉର୍ଦ୍ଧ୍ବ ଜଳବନ୍ଦୀଙ୍କ ଅବସ୍ଥାରେ ରହିଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଯେଉଁସବୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି ସେଥିମଧ୍ୟରୁ ଅଧିକାଂଶ ସ୍ଥାନଗୁଡ଼ିକ ଏବେ ବି ଜଳଘେରରେ ରହିଛି । ବଡକଥା ହେଉଛି ନା ସେମାନଙ୍କ ପାଖକୁ କେହି ଯାଇ ପାରୁଛନ୍ତି ନା ସେମାନେ କାହାରି ପାଖକୁ ଯାଇ ପାରୁଛନ୍ତି । ଅନ୍ଧକାରରେ ସାପ, ବେଙ୍ଗ ଭୟରେ ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଛନ୍ତି ବନ୍ୟା ପ୍ଲାବିତ ଅଞ୍ଚଳ ଲୋକେ । ଏପରିକି ଅନେକ ସ୍ଥାନରେ ପାନୀୟ ଜଳ ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.