ETV Bharat / state

Train Tragedy: କରମଣ୍ଡଳ କୋପରୁ ବର୍ତ୍ତିଗଲା ରିନୁଙ୍କ ଜୀବନ, ଭୁଲି ପାରୁନାହାନ୍ତି ସେହି ଭୟଙ୍କର ଦୃଶ୍ୟ - ରେଳ ଦୁର୍ଘଟଣା

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଶହ ଶହ ଜୀବନ ଚାଲିଯାଇଛି । ଏହି ଭୟଙ୍କର ଦୁର୍ଘଟଣାକୁ କିଛି ଯାତ୍ରୀ ନୂଆ ଜୀବନ ପାଇଛନ୍ତି । ସେଥିମଧ୍ୟରୁ କେନ୍ଦ୍ରାପଡାର ରିନୁଲତା ନାୟକ ଜଣେ । ଜୀବନ ତ ବଞ୍ଚିଗଲା ହେଲେ ଏବେ ବି ସେ ଛାତିଥରା ଦୃଶ୍ୟକୁ ଭୁଲି ପାରୁ ନାହାନ୍ତି ରିନୁ । ଅଧିକ ପଢନ୍ତୁ

କରମଣ୍ଡଳ କୋପରୁ ବର୍ତ୍ତିଗଲା ରିନୁଙ୍କ ଜୀବନ
Train Tragedy
author img

By

Published : Jun 6, 2023, 10:29 AM IST

କରମଣ୍ଡଳ କୋପରୁ ବର୍ତ୍ତିଗଲା ରିନୁଙ୍କ ଜୀବନ

କେନ୍ଦ୍ରାପଡା: କରମଣ୍ଡଳରେ ଛକି ଥିଲା ମୃତ୍ୟୁ । ହେଲେ ଭାଗ୍ୟ କିନ୍ତୁ ଅନେକ ଜୀବନ ଛଡାଇ ଆଣିଲା । ଶହ ଶହ ଜୀବନକୁ ନୂଆ ଜୀବନ ମିଳିଛି । ଭୟଙ୍କର, ଛାତିଥରା ହୃଦୟବିଦାରକ ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାର ମୃତ୍ୟୁମୁଖରୁ ଅନେକ ନୂଆ ଜୀବନ ପାଇଛନ୍ତି । ଭାଗ୍ୟବଳରୁ ଅନେକଙ୍କ ପ୍ରାଣ ବଞ୍ଚିଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳତାଙ୍ଗ ଗାଁର ରିନୁଲତା ନାୟକ । ଜୀବନ ତ ବଞ୍ଚିଯାଇଛି ହେଲେ ସେ କାଳ ରାତି କଥା ମନେ ପକାଇଲେ ଏବେ ବି ରିନୁଙ୍କ ଛାତି ଥରି ଉଠୁଛି ।

ଏହା ବି ପଢନ୍ତୁ...ଇଣ୍ଟରଲକିଂ ସିଷ୍ଟମରେ ଗଡବଡ ଦୁର୍ଘଟଣା କାରଣ ହୋଇପାରେ :ସୁଧାଂଶୁ ମଣି

କଥାରେ ଅଛି ନା ରଖେ ହରି ତ ମାରେ କିଏ । ଏ ପଦଟି ସତ ପ୍ରମାଣିତ ହୋଇଛି ରିନୁଙ୍କ ପାଇଁ । ଜୁନ 2 ତାରିଖ ଦିନ ରିନୁ ତାଙ୍କ ସାଙ୍ଗ ସହ କୋଲକାତାରୁ ବ୍ୟାଙ୍କ୍‌ ଚାକିରି ପାଇଁ ଟ୍ରେନିଂ ସାରି କରମଣ୍ଡଳରେ ଫେରୁଥିଲେ ରିନୁ ଓ ତାଙ୍କ ସାଙ୍ଗ ପଲ୍ଲବୀ । ସାଥୀ ହୋଇ ବେଶ ହସଖୁସିରେ ଘରେ ପହଞ୍ଚିବାକୁ ଅପେକ୍ଷା କରିଥିଲେ । ସମୟ ରାତି 7ଟା ହେବ । କେହି କିଛି ବୁଝିବା ଆଗରୁ ଅଚାନକ ପ୍ରଚଣ୍ଡ ଶଦ୍ଦ ହୋଇଥିଲା । ଆଉ ସବୁ କିଛି ଛାରଖାର ହୋଇଥିଲା । ଟ୍ରାକରୁ ଟ୍ରେନ ଖସିଯାଇଥିବା ଯିଏ ଯେଉଁଆଡେ ଛିଟିକି ପଡିଥିଲେ । ଆର୍ତ୍ତଚିତ୍କାର ସହ କିଏ ରକ୍ତାକ୍ତ ତ କିଏ ବଗି ତଳେ ଚାପି ହୋଇପଡିଥିଲେ । ରିନୁ ଓ ତାଙ୍କ ସାଙ୍ଗ ମଧ୍ୟରେ ବଗିରେ ପିଟି ହୋଇଯାଇଥିଲେ । ଦୁଇ ସାଙ୍ଗଙ୍କୁ ସେଠାରେ କିଛି ଲୋକ ଉଦ୍ଧାର କରିଥିଲେ । ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ ଦୁଇ ସାଙ୍ଗ । ଏବେ ଏହି ଛାତିଥରା କଥା କହି ଭୟଭୀତ ହୋଇ ପଡିଛନ୍ତି ରିନୁ । ସେ ବଞ୍ଚିବେ ବୋଲି କେବେ ଭାବି ନଥିଲେ ।

ଏହା ବି ପଢନ୍ତୁ...Train Accident: ଆଜି ଓଡିଶା ଆସୁଛନ୍ତି ମମତା, ବଙ୍ଗଳା ମୃତକଙ୍କ ପରିଜନକୁ ଦେବେ ନିଯୁକ୍ତିପତ୍ର

ପ୍ରଥମେ ଟ୍ରେନ୍‌ ବ୍ରେକ ମାରିଥାଇପାରେ ବୋଲି ଭାବିବା ବେଳକୁ ଆଖି ଆଗକୁ ଅନ୍ଧାର ମାଡି ଆସିଲା । କେହି କିଛି ବୁଝିବା ଆଗରୁ ଟ୍ରେନ୍‌ର କାଚ ରିନୁଙ୍କ ଗୋଡ଼ରେ ପଶି ଯାଇଥିବା ବେଳେ ସାଙ୍ଗ ପଲ୍ଲବୀ ଟ୍ରେନରେ ସମ୍ପୂର୍ଣ୍ଣ ଚାପି ହୋଇ ଯାଇଥିଲେ । ସାଙ୍ଗକୁ ବଞ୍ଚାଇବା ପାଇଁ ଚିତ୍କାର କରି ଡାକ ପକାଇଥିଲେ ରିନୁ । ସାଙ୍ଗ ପଲ୍ଲବୀକୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରି ରିନୁ ଚେତାଶୂନ୍ୟ ହୋଇ ଯାଇଥିଲେ । ଘଟଣାର ଗୋଟିଗୋଟି କରି ବର୍ଣ୍ଣନା କଲା ବେଳେ କୋହକୁ ଚାପି ପାରି ନାହାନ୍ତି ରିନୁ । ଜୀବନ ବଞ୍ଚି ଯାଇଥିବାରୁ ଈଶ୍ବରଙ୍କୁ ଧନ୍ୟବାଦ ଦେଇଛନ୍ତି ।

କଟକ ବଡ଼ ମେଡ଼ିକାଲରେ ରିନୁଙ୍କୁ ଭର୍ତ୍ତି କରାଯାଇଥିଲା । ଦୁଇଦିନ ପରେ ଅର୍ଥାତ ରବିବାର ରିନୁ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରିନୁଙ୍କ ମେରୁଦଣ୍ଡ ଓ ଅଣ୍ଟାରେ ଆଘାତ ଲାଗିଛି । ଜୀବନ ବଞ୍ଚିଯାଇଥିଲେ ବି ସେ ରାତିକୁ ଭାବି ସେ ଭୟଭୀତ । ଆଖି ଆଗରେ ଏତେ ସଂଖ୍ୟକ ମୃତଦେହକୁ ଦେଖିଥିବାରୁ ସେ ବିଚଳିତ ଓ ନିର୍ବାକ ହୋଇ ପଡ଼ିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.