ETV Bharat / state

କେନ୍ଦ୍ରାପଡ଼ାରେ ବଢୁଛି ସଂକ୍ରମଣ, ସଚେତନତା ପାଇଁ ଭିଡିଓ ବାର୍ତ୍ତା ଦେଲେ ଜିଲ୍ଲାପାଳ

ସାରା ରାଜ୍ୟରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ମୁଖ୍ୟ ଶାସନ ସଚିବଙ୍କ ବାର୍ତ୍ତା ପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସଚେତନତା । ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ାରେ ବଢୁଛି ସଂକ୍ରମଣ, ସଚେତନତା ପାଇଁ ଭିଡିଓ ବାର୍ତ୍ତା ଦେଲେ ଜିଲ୍ଲାପାଳ
କେନ୍ଦ୍ରାପଡ଼ାରେ ବଢୁଛି ସଂକ୍ରମଣ, ସଚେତନତା ପାଇଁ ଭିଡିଓ ବାର୍ତ୍ତା ଦେଲେ ଜିଲ୍ଲାପାଳ
author img

By

Published : Apr 16, 2021, 11:00 PM IST

କେନ୍ଦ୍ରାପଡ଼ା : ସାରା ରାଜ୍ୟରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ମୁଖ୍ୟ ଶାସନ ସଚିବଙ୍କ ବାର୍ତ୍ତା ପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସଚେତନତା । ପୌରପାଳିକା ପକ୍ଷରୁ ମାଇକ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇ ଶନିବାର ଠାରୁ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ରାତ୍ର ୯ ଘଟିକାରୁ ସକାଳ ୫ ଘଟିକା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯିବ ବୋଲି କୁହାଯାଇଥିବା ବେଳେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ସାମାଜିକ ଦୂରତା ବଜାୟ ରଖିବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

କେନ୍ଦ୍ରାପଡ଼ାରେ ବଢୁଛି ସଂକ୍ରମଣ, ସଚେତନତା ପାଇଁ ଭିଡିଓ ବାର୍ତ୍ତା ଦେଲେ ଜିଲ୍ଲାପାଳ

ଏହି ନିୟମ ଉଲ୍ଲଘଂନ କଲେ କୋଭିଡ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ସହରର ୨୧ଟି ୱାର୍ଡରେ ପ୍ରଚାର କରାଯାଇଛି । ସେହିପରି ଜିଲ୍ଲାପାଳ, ଜିଲ୍ଲାରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜିଲ୍ଲାବାସୀଙ୍କୁ କୋଭିଡ ନିୟମ କଡାକଡି ଅନୁପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । କୋଭିଡର ଦ୍ଵିତୀୟ ଲହର ପ୍ରଥମ ଅପେକ୍ଷା ଭୟଙ୍କର ଓ ଏଥିପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ ବୋଲି କହିଛନ୍ତି । ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଆସନ୍ତାକାଲି ଠାରୁ ଆରମ୍ଭ କରାଯିବାକୁ ଥିବାବେଳେ ଗ୍ରାମାଞ୍ଚଳ ଲୋକମାନଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ସେହିପରି ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ମାନଙ୍କୁ ବାଧ୍ୟତାମୂଳକ ୭ ଦିନିଆ ଗୃହ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.