ETV Bharat / state

କାରଗିଲ@21: ଶହୀଦଙ୍କ ପାଇଁ ସାଂସଦଙ୍କ ସମ୍ମାନ ପାଣିର ଗାର

author img

By

Published : Jul 26, 2020, 7:04 AM IST

ଆଜି କାରଗିଲ ବିଜୟ ଦିବସ । ଶହୀଦ ଯବାନଙ୍କୁ ମନେ ପକାଉଛି ଦେଶ । ହେଲେ କେନ୍ଦ୍ରପଡାର କାରଗିଲ ଶହୀଦ ସଚ୍ଚିଦାନନ୍ଦଙ୍କୁ ଭୁଲି ଯାଇଛନ୍ତି ପ୍ରଶାସନ ଓ ସରକାର । ଆଜି ଭଳି ଦିନରେ ତାଙ୍କୁ ସମ୍ମାନ ଜଣାଇବାକୁ ନିର୍ମାଣ ହୋଇପାରିଲା ନାହିଁ ପ୍ରତିମୂର୍ତ୍ତି । ଅଧିକ ପଢନ୍ତୁ...

କାରଗିଲ @21 : ଶହୀଦଙ୍କ ପାଇଁ ସାଂସଦଙ୍କ ସମ୍ମାନ ପାଣିର ଗାର

କେନ୍ଦ୍ରାପଡା:ଆଜି ସାରା ଦେଶ କାରଗିଲ ବିଜୟ ଦିବସ ପାଳନ କରୁଛି । ମନେ ପକାଉଛି ବୀର ଯବାନଙ୍କ ବୀରତ୍ବର ଗାଥା । ସେନାଙ୍କ ବଳିଦାନ ଆଗରେ ମୁଣ୍ଡ ନୁଆଁଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛନ୍ତି ସଭିଏଁ । ହେଲେ କେନ୍ଦ୍ରାପଡାର ସେହି ସାହାସୀ ପୁଅକୁ ଭୁଲି ଯାଇଛନ୍ତି ପ୍ରଶାସନ ଓ ସରକାର । ଆଜି ଭଳି ଦିନରେ ତାଙ୍କୁ ଯେଉଁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳୀ ମିଳିବା କଥା ତାଙ୍କୁ ଆଜି ପର୍ଯ୍ୟନ୍ତ ମିଳିପାରିଲା ନାହିଁ । କାରଗିଲ ବିଜୟ ଦିବସକୁ ପୁରିଛି 21 ବର୍ଷ । ହେଲେ ଅତି ବିଡମ୍ବନାର ବିଷୟ ଏହି କାରଗିଲରେ ଶହୀଦ ହୋଇଥିବା କେନ୍ଦ୍ରାପଡାର ସଚ୍ଚିଦାନନ୍ଦ ମଲ୍ଲିକଙ୍କ ପ୍ରତିମୂର୍ତ୍ତି ଟିଏ ନିର୍ମାଣ ହୋଇପାରିଲା ନାହିଁ ।

ଶଦୀହଙ୍କୁ ସମ୍ମାନ ଦେବାକୁ ବିତିଗଲା 21 ବର୍ଷ । ହେଲେ ଆଜି ବି ବୀର ପୁତ୍ରର ପ୍ରତିମୂର୍ତ୍ତି ଟିଏ ପାଇଁ ଅପେକ୍ଷାରତ ଗାଁ ମାଟି । ପାଣ୍ଠି ପରେ ପାଣ୍ଠି ଯୋଗାଇ ଦିଆଯାଉଛି କିନ୍ତୁ ପୂର୍ଣ୍ଣାଙ୍ଗ ହେବାର ନାଁ ଧରୁନି। କିଏ କହୁଛନ୍ତି କାମ ଆରମ୍ଭ ହୋଇଛି ତ ସରିବ ନିଶ୍ଚୟ, ଆଉ କେଉଁ ଅଧିକାରୀ କୌଣସି ନା କୌଣସି ଆଳ ଦେଖାଇ ବିଳମ୍ବ ହେଉଥିବା ଦର୍ଶାଇଛନ୍ତି । ବାସ୍ତବ କଥା ହେଉଛି, 2001ରୁ ଆଜି ଯାଏଁ କେବଳ ପିଣ୍ଡି ନିର୍ମାଣ କରାଯାଇଛି । ଗତ ଏ ବର୍ଷ ଏହି ସମାନ ପ୍ରସଙ୍ଗରେ ସରକାର ଓ ପ୍ରଶାସନଙ୍କ ବୈମାତୃକ ମନୋଭାବକୁ ପ୍ରସାରଣ କରିଥିଲା ‘ଇଟିଭି ଭାରତ’ । ଯାହା ପରେ ସେପ୍ଟେମ୍ବର 16 ତାରିଖରେ ସଚ୍ଚିଦାନନ୍ଦଙ୍କ ଦେହବଶେଷ ସ୍ଥାନ ପରିଦର୍ଶନ କରିଥିଲେ ଜିଲ୍ଲାପାଳ । ସେଠାରୁ ଫେରିବା ପରେ ସେପ୍ଟେମ୍ବର 20 ତାରିଖରେ ବର୍ତ୍ତମାନର ସାଂସଦ ଅନୁଭବ ମହାନ୍ତି 20 ଲକ୍ଷ ଟଙ୍କା ମଞ୍ଜୁର କରି ଶହୀଦଙ୍କ ସ୍ମୃତିସ୍ତମ୍ଭ, ପାର୍କ କରିବା ସହଚତୁଃପାର୍ଶ୍ବରେ ସୁଉଚ୍ଚ ତାରଜାଲି ଘେରାଯାଇ ଏହାର ରକ୍ଷଣାବେକ୍ଷଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ପ୍ରତିଶୃତି 10 ମାସ ପରେ ମଧ୍ୟ ଯେମିତିକୁ ସେମିତି ରହିଛି ।

କେନ୍ଦ୍ରାପଡା ଜିଲ୍ଲା କଣ୍ଡିଆ ଗାଁର କାରଗିଲ ଶହୀଦ ସଚ୍ଚିଦାନନ୍ଦ ମଲ୍ଲିକ । ଦେଶମାତୃକା ପାଇଁ ବଳିଦାନ ଦେଇଥିବା ଏହି ବୀର ପୁତ୍ରକୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ପ୍ରତିମୂର୍ତ୍ତି ଟିଏ ନିର୍ମାଣ ହୋଇପାରି ନାହିଁ । 1999 ମସିହା 28 ତାରିଖରେ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀରକନିକା ମାଟିର ସୁନା ପୁଅକୁ ଯେମିତି ଭୁଲି ଯାଇଛି ପ୍ରଶାସନ । 2001ରେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ପ୍ରତିମୂର୍ତ୍ତି ପାଇଁ 1ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ପରେ ସାଂସଦ ଅନୁଭବ ମହାନ୍ତି ମଧ୍ୟ ପାଣ୍ଠି ଯୋଗାଇଛନ୍ତି । ହେଲେ ଆଗେଇ ପାରୁନି ଶହୀଦ ପୁଅଙ୍କ ପ୍ରତିମୂର୍ତ୍ତି ନିର୍ମାଣ । ଯାହାକୁ ନେଇ ଶହୀଦଙ୍କ ଜନ୍ମମାଟିରେ କ୍ଷୋଭ ପ୍ରକାଶ ପାଇଆସୁଛନ୍ତି ।

ଶହୀଦଙ୍କ ସମ୍ମାନ ପୂର୍ବକ ଏହି ସ୍ମୃତି ସ୍ତମ୍ଭ ତିଆରି କରାଇଲେ ଆଗାମୀ ପିଢ଼ି ନିଶ୍ଚୟ ଦେଶମାତୃକା ପାଇଁ ନିଜକୁ ପ୍ରସ୍ତୁତ କରିବେ । ଏବଂ କନିକା ମାଟିର ବିଜୟର ଗାଥା ଗାନ କରିବେ ବୋଲି ଆଜିର ଦିନରେ ଆମର ଆଶା ଓ ବିଶ୍ୱାସ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.